ଭୁବନେଶ୍ୱର,୨୫/୦୪: ରାଜ୍ୟର ପ୍ରତିଷ୍ଠିତ ଚିକିତ୍ସାଳୟ ସମ୍ ଅଲ୍ଟିମେଟ୍ ମେଡିକେୟାର(ସମ୍ମମ)କୁ ଯୁଗ୍ମ କମିଶନ ଇଣ୍ଟରନ୍ୟାସନାଲ (ଜେସିଆଇ)ପ୍ରାଇମ୍ ସାର୍ଟିଫିକେଟ ମିଳିଛି । ରାଜ୍ୟରେ ପ୍ରଥମ ହସ୍ପିଟାଲ ଭାବେ ସମ୍ମମକୁ ଏହି ସଫଳତା ପ୍ରାପ୍ତ ହୋଇଛି । ରୋଗୀଙ୍କୁ ଗୁଣବତ୍ତା ଓ ସୁରକ୍ଷିତ ଚିକିତ୍ସା ସେବା ଯୋଗାଉଥିବା ସମ୍ମମକୁ ଏହି ସଫଳତା ମିଳିବାପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।
ବୁଧବାର ହସ୍ପିଟାଲ ପରିସରରେ ସାର୍ଟିଫିକେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରମୁଖ ମେଡିକାଲ୍ ଟେକ୍ନୋଲୋଜି କମ୍ପାନୀ ବେକ୍ଟନ୍, ଡିକିନ୍ସନ୍ ଆଣ୍ଡ କୋ (ବିଡିଏ)ର ସହଯାଗରେ ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମ୍ମମ୍ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପୂରଣ କରିବା ସହ ୯୮.୪ ପ୍ରତିଶତ ଅନୁପାଳନ କରି ଏହି ମାନ୍ୟତା ପ୍ରାପ୍ତ କରିଛି । ସମ୍ମମ୍ର ସିଇଓ ଡା. ଶ୍ୱେତପଦ୍ମା ଦାଶ ହସ୍ପିଟାଲ ପକ୍ଷରୁ ଏହି ପ୍ରମାଣପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ହସ୍ପିଟାଲର ନର୍ସିଂ ଟିମ୍ , ଫାର୍ମାସୀ ଟିମ୍ , ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ବିଡିର ଇଣ୍ଡିଆ ଓ ଦକ୍ଷିଣ ଏସିଆର ମେଡିକାଲ ପ୍ରତିନିଧି ଦଳର ମୁଖ୍ୟ ଡା. ପଙ୍କଜ ରାଇନା ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ୨୦୨୨ ମସିହାରେ ହସ୍ପିଟାଲରେ ଜେସିଆଇ ପ୍ରାଇମ୍ ପ୍ରୋଗ୍ରାମ୍ ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲର ଉପରିସ୍ଥ ଅଧିକାରୀମାନଙ୍କ ସହଯୋଗ ଓ ତତ୍ତ୍ୱାବଧାନରେ ସଂକ୍ରମଣ ନିୟନ୍ତ୍ରଣ ବିଭାଗ, ନର୍ସିଂ, ଫାର୍ମାସୀ, ଇନ-ପେସେଣ୍ଟ ସର୍ଭିସ ଓ କ୍ୱାଲିଟି ମ୍ୟାନେଜମେଣ୍ଟ ଟିମ୍ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହି ସାର୍ଟିଫିକେଟ୍ ପ୍ରୋଗ୍ରାମ୍ ସହିତ ‘ଇନଭ୍ାସିଭ ଫଙ୍ଗାଲ ଇନେ୍ଫକ୍ସନ ଇନ୍ ଆଇସିୟୁ' ଏବଂ "ଇନଫେକ୍ସନ୍ କଣ୍ଟ୍ରୋଲ କେୟାର୍ ବଣ୍ଡଲ୍' ଭଳି ଦୁଇଟି ପ୍ରସଙ୍ଗରେ ଏକାଡେମିକ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଟି ସେସନ୍ରେ ସମ୍ମମ୍ର କ୍ରିଟିକାଲ୍ କେୟାର ମେଡିସନ୍ ବିଭାଗର ସିନିୟର କନ୍ସଲଟାଣ୍ଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଅରୁଣ ରଥ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।