ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଆଜି ଓଡ଼ିଶାରେ ପ୍ରଥମ ପରୀକ୍ଷା, ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର,୧୩/୦୫: ଆଜି ଓଡ଼ିଶାରେ  ପ୍ରଥମ ପର୍ଯ୍ୟାୟ ଭୋଟ୍‌ । କଳାହାଣ୍ଡି, କୋରାପୁଟ,  ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଓ ଏହା  ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ ।  

ମାଓ ପ୍ରବଣ ଇଲାକାରେ ସକାଳ ୭ରୁ ମତଦାନ  ଆରମ୍ଭ ହୋଇଛି ଅପରାହ୍ନ ୪ଟାରେ ସରିବ । ଅନ୍ୟ  ସ୍ଥାନଗୁଡ଼ିକରେ ସକାଳ ୭ରୁ ଆରମ୍ଭ ହୋଇଛି ସନ୍ଧ୍ୟା ୬ଟାରେ ସରିବ । ଚାରି ଲୋକସଭା ଆସନ ପାଇଁ ଲଢ଼େଇରେ ଅଛନ୍ତି  ୩୭ ପ୍ରାର୍ଥୀ । ୨୮ ବିଧାନସଭା କ୍ଷେତ୍ରରେ ୨୪୩ ପ୍ରାର୍ଥୀ  ନିଜ ଭାଗ୍ୟ ପରୀକ୍ଷା କରିବେ । ଭୋଟ୍‌ ଦେବେ ମୋଟ  ୬୨ ଲକ୍ଷ ୮୭ ହଜାର ମତଦାତା । ଅନେକ ହେଭିୱେଟ୍‌ ନେତାଙ୍କ ଭାଗ୍ୟ ସିଲ୍‌ ହେବ ।  ପିସିସି ସଭାପତି ଶରତ ପଟ୍ଟନାୟକ, ମନ୍ତ୍ରୀ ରାଜେନ୍ଦ୍ର  ଢୋଲକିଆ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର  ସିଂହଦେଓ, ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ,  ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର,  ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ପୂର୍ବତନ  ସାଂସଦ ପ୍ରଦୀପ ମାଝି, ରମେଶ ମାଝି, ବଳଭଦ୍ର  ମାଝିଙ୍କର ବି ହେବ ଭାଗ୍ୟ ପରୀକ୍ଷା । କିଏ ପାସ୍‌  ହେବ କିଏ ଫେଲ୍‌, ତାହା ଜୁନ୍‌ ୪ରେ ଜଣାପଡ଼ିବ ।  

୨୦୧୯ ନିର୍ବାଚନରେ ଏହି ପର୍ଯ୍ୟାୟରେ ବିଜେଡି  ଦୁଇଟି ଲୋକସଭା ଓ ୨୦ଟି ବିଧାନସଭା ଦଖଲ କରିଥିଲା ।  ବିଜେପି ଗୋଟିଏ ଲୋକସଭା ଓ ୪ଟି ବିଧାନସଭାରେ  ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଲୋକସଭା  ଓ ୩ଟି ବିଧାନସଭା ଜିତିଥିଲା ।ଜଣେ ସ୍ୱାଧୀନ ପ୍ରାର୍ଥୀ ରାୟଗଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିଲେ ।  ଭୋଟ୍‌କୁ ଯିବ କଳାହାଣ୍ଡି ଲୋକସଭା ସହ ଭବାନିପାଟଣା, ଲାଞ୍ଜିଗଡ଼, ଧର୍ମଗଡ଼, ନର୍ଲା,  ଜୁନାଗଡ଼, ନୂଆପଡ଼ା ଓ ଖରିଆର୍‌ ବିଧାନସଭା କ୍ଷେତ୍ର । ନବରଙ୍ଗପୁର ଲୋକସଭାରେ  ନବରଙ୍ଗପୁର, ଉମରକୋଟ, ଡାବୁଗାଁ, ଝରିଗାଁ, କୋଟପାଡ଼, ମାଲକାନଗିରି ଓ  ଚିତ୍ରକୋଣ୍ଡା ବିଧାନସଭା ଆସନ, କୋରାପୁଟ ଲୋକସଭା ସହ ଜୟପୁର, ଲକ୍ଷ୍ମୀପୁର,  ପଟ୍ଟାଙ୍ଗୀ, କୋରାପୁଟ, ରାୟଗଡ଼ା, ବିଷମକଟକ ଓ ଗୁଣପୁର ବିଧାନସଭାରେ ଭୋଟ୍‌  ଗ୍ରହଣ କରାଯିବ । ବ୍ରହ୍ମପୁର ଲୋକସଭା ସହ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର,  ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡି ଓ ମୋହନା ବିଧାସଭା କ୍ଷେତ୍ରରେ ଭୋଟ୍‌ ହେବ

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.