PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ମଦୁଆ ଡ୍ରାଇଭରଙ୍କୁ ଧରପଗଡ଼: ୧୨ଟି ଟୋଲ୍‌ ଗେଟ୍‌ରୁ ୮ ଜଣ ମଦୁଆ ଡ୍ରାଇଭଙ୍କୁ ଗିରଫ

କଟକ ୭/୯ : ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭର କେବଳ ଜରିମାନା ଦେଇ ଆଉ ଖସିପାରିବେ ନାହିଁ । ମଦ ପିଇ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଥିବାରୁ ନୂଆ ଆଇନରେ ମଦ୍ୟପ ଡ୍ରାଇଭରଙ୍କୁ ଜେଲ୍‌ ଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି । ତେଣୁ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିବାକୁ ପୁଲିସ ଡିଜି ବିଜୟ କୁମାର ଶର୍ମା ଆଜି ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ଭାବେ ୬ ତାରିଖ ଅର୍ଥାତ୍‌ ଶୁକ୍ରବାର ରାତି ୯ଟା ସୁଧା ରାଜ୍ୟର ୧୨ଟି ଟୋଲ୍‌ ଗେଟ୍‌ରୁ ୮ ଜଣ ମଦୁଆ ଡ୍ରାଇଭଙ୍କୁ ଗିରଫ କରିଛି ପୁଲିସ୍‌ । ଶେରଗଡ଼, ପାଣିକୋଇଲି, ଢେଙ୍କିକୋଟ୍‌, ପଳାଶପଙ୍ଗ, ରାମଚନ୍ଦ୍ରପୁର, ପିପିଲି, ମାଶୁଣିକଣି, ରାଜଗାଙ୍ଗପୁର, ତାପଙ୍ଗ, ଲଙ୍ଗଳେଶ୍ୱର, ଶାସନ, ଅତାବିରା, ବାଲିଚନ୍ଦ୍ରପୁର ଓ ମଙ୍ଗୁଳି ନିକଟରେ ଥିବା ଟୋଲ୍‌ ଗେଟ୍‌ରେ ଯାଞ୍ଚ କରାଯାଉଛି । ପ୍ରଶିକ୍ଷିତ ପୁଲିସ କର୍ମଚାରୀ ବ୍ରେଥ ଆନାଲାଇଜର ସାହାଯ୍ୟରେ ମଦୁଆ ଡ୍ରାଇଭରଙ୍କ ଶ୍ୱାସ ପରୀକ୍ଷା କରୁଛନ୍ତି ।

ମୋଟର ଯାନ ଆଇନ ୧୯୮୮ର ଦଫା ୧୮୫, ୨୦୨ ଓ ୨୦୩ରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ଫାଇନ୍‌ ଆଦାୟ ସହିତ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ନିୟମ ରହିଛି । ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସଡ଼କ ସୁରକ୍ଷା କମିଟି ଏହି ନିୟମକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଥମ ଦଫାରେ ଏହାକୁ ରାଜ୍ୟର ୧୪ଟି ଟୋଲଗେଟ୍‌ ପାଖରେ ଲାଗୁ କରାଯାଉଛି ବୋଲି ରାଜ୍ୟ ପୁଲିସ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ।

ଟୋଲ୍‌ ଗେଟ୍‌ରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ସନ୍ଦେହ ହେଲେ ସେ ଉକ୍ତ ଗାଡ଼ିର ଡ୍ରାଇଭରଙ୍କର ‘ଶ୍ୱାସ ପରୀକ୍ଷା’ କରିବେ । ଏଥିପାଇଁ ବ୍ରେଥ ଆନାଲାଇଜର ମେସିନ୍‌ ବ୍ୟବହାର କରାଯିବ । ପରୀକ୍ଷା ପଜିଟିଭ୍‌ ବାହାରିଲେ ଡ୍ରାଇଭରଙ୍କୁ ଗିରଫ କରାଯିବ । ଗିରଫ ହେବାର ଦୁଇ ଘଣ୍ଟା ଭିତରେ ପଞ୍ଜିକୃତ ଡାକ୍ତରଙ୍କ ଦ୍ୱାରା ଡ୍ରାଇଭରଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ । ଯଦି ମହିଳା ଡ୍ରାଇଭର ହୋଇଥାନ୍ତି ତାହେଲେ ମହିଳା ଡାକ୍ତର ରକ୍ତ ନମୁନା ସଂଗ୍ରହ କରିବେ କିମ୍ବା ଜଣେ ମହିଳାଙ୍କ ଉପସ୍ଥିତିରେ ପୁରଷ ଡାକ୍ତର ରକ୍ତ ନମୁନ ସଂଗ୍ରହ କରିବେ ।

ଅଟକ ଥିବା ଗାଡ଼ିକୁ ପୁଲିସ ରଖିବାର ବ୍ୟବସ୍ଥା କରିବ । ଗିରଫ ହୋଇଥିବା ବ୍ୟକ୍ତି ଯଦିସେହିଠାରେ ଜାମିନଦାର ଦେଇ ନପାରନ୍ତି ତାହେଲେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ତନଖି ଫାଟକରେ ଲାଗିଥିବା ସିସିଟିଭିରୁ ଫୁଟେଜ୍‌ ସଂଗୃହିତ କରାଯାଇ ଉକ୍ତ ମାମଲାରେ କୋର୍ଟଙ୍କ ନିକଟରେ ପ୍ରମାଣ ଭାବେ ଦାଖଲ କରାଯିବ । ଯଦି କୌଣସି ଗାଡ଼ିରେ ଅନ୍ୟ ଯାତ୍ରୀ ବସିଥାନ୍ତି ତାହେଲେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା ସଂପୃକ୍ତ ପୁଲିସ ଅଧିକାରୀ କରିବେ । ଏହି ନିୟମ ୬ ତାରିଖ ସନ୍ଧ୍ୟାଠାରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ପୁଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଡିଜିପି ଶ୍ରୀ ଶର୍ମା କହିଛନ୍ତି, ସମସ୍ତଙ୍କୁ ଯାଞ୍ଚ କରିବା ଅବଶ୍ୟକ ନାହିଁ । ଯେଉଁମାନଙ୍କ ମୁହଁକୁ ଦେଖିଲେ ମଦୁଆ ଭଳି ଲାଗିବେ ସେମାନଙ୍କୁ ଯାଞ୍ଚ କରିବାକୁ କୁହାଯାଇଛି । ଦିନ ତମାମ ଯେତେ ଲୋକ ଯିବା ଆସିବା କରୁଛନ୍ତି, ସେଥି ମଧ୍ୟରୁ ମାତ୍ର ୧୦ ପ୍ରତିଶତ ଲୋକଙ୍କୁ ଯାଞ୍ଚ କରାଯିବ । ଯାଞ୍ଚ କରୁଥିବା ପୁଲିସ୍‌ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯାଞ୍ଚ ସମୟରେ ଯେମିତି କୌଣସି ଲୋକ ହଇରାଣ ନହୁଏ ସେ ପ୍ରତି ଅଧିକ ନଜର ଦେବେ । ତା’ଛଡା ଏହି ଯାଞ୍ଚ ପାଇଁ ଯେମିତି କୌଣସି ପ୍ରକାର ଭିଡ଼ ନହୁଏ କି ବିଶୃଙ୍ଖଳା ଦେଖା ନ ଯାଏ ତାକୁ ନଜର ଦେବେ ଯାଞ୍ଚ କରୁଥିବା ପୁଲିସ୍‌ କର୍ମଚାରୀ ।

ସମ୍ବନ୍ଧିତ ଖବର