ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଭୁବନେଶ୍ବର, ୨୮/ ୧୧: ଶନିବାର ଦିନ ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ଗାଇଡଲାଇନ୍‌ ଅନୁଯାୟୀ ଡିସେମ୍ବର ପହିଲାରୁ ସମସ୍ତ ସରକାରୀ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ପ୍ରତି ଶନିବାର ଓ ରବିବାର ଦିନ ବନ୍ଦ ରହିବ ସରକାରୀ ଅଫିସ୍‌।

ଏଥିସହିତ ଏସଆରସି-ଓଏସ୍‌ଡିଏମଏ ଅଫିସରେ ୧୦୦ ପ୍ରତିଶତ କର୍ମଚାରୀରେ ଅଫିସ କାର୍ଯ୍ୟ ଚାଲିବ। ପୁଲିସ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନି ବିଭାଗ ଆଦି ଅଫିସରେ ଶତ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ସମସ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେବ ବୋଲି ନୂଆ ଗାଇଡଲାଇନରେ ପ୍ରକାଶ ପାଇଛି।