ରାଜ୍ୟ ସରକାର ସ୍କୁଲ ମିଶ୍ରଣ ନିୟମରେ କଲେ ପରିବର୍ତ୍ତନ

ଭୁବନେଶ୍ବର, ୨୨/ ୧୧: ରବିବାର ଦିନ ରାଜ୍ୟ ସରକାର ସ୍କୁଲ ମିଶ୍ରଣ ନିୟମରେ କରିଛନ୍ତି ପରିବର୍ତ୍ତନ। ରାଜ୍ୟ ସରକାର ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କରିଛନ୍ତି।

ଏଣିକି ୨୦ ନୁହେଁ ୧୫ରୁ କମ୍‌ ପିଲା ଥିବା ସ୍କୁଲର ମିଶ୍ରଣ ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ଗଣାମାଧ୍ୟମକୁ ସୂଚନା ଦେଇ ଆହୁରି କହିଛନ୍ତି ଯେ, ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ।

ଆଜି ବିଧାନସଭାରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ହଟ୍ଟଗୋଳ ହୋଇଥିଲା। ଏହାପରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତ୍ତର ରଖି କହିଥିଲେ ଯେ, ଉଦ୍ଦେଶ୍ୟମୂଳକ ଭାବେ ସରକାର ସ୍କୁଲ ବନ୍ଦ କରି ନାହାନ୍ତି। ବର୍ତ୍ତମାନ ରାଜ୍ୟରେ ୬୬ ହଜାର ୫୯୪ ବିଦ୍ୟାଳୟ ରହିଛି। ସେ ମଧ୍ୟରୁ ୧୪ ହଜାର ୩୮୨ ସ୍କୁଲରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଅଛନ୍ତି ବୋଲି ଶ୍ରି ଦାଶ ସୂଚନା ଦେଇଥିଲେ ।