ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଅଙ୍ଗନବାଡ଼ି ଦିଦିଙ୍କୁ ନବୀନଙ୍କ ଭେଟି

ଭୁବନେଶ୍ବର,12।1(ବୁୟରୋ): ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି। ଭଣ୍ଡାର ଖୋଲି ମାସିକ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। 2018 ଅକ୍ଟୋବର ପହିଲାରୁ ଏହି ବର୍ଦ୍ଧିତ ପାରିଶ୍ରମିକ ଲାଗୁ ହେବ।
ଖାଲି ଏତିକି ନୁହେଁ, ଅଙ୍ଗନବାଡ଼ି କର୍ମୀଙ୍କ ଅବସର ସମୟ ସୀମା ବି ବଢ଼ାଯାଇଛି। ସରକାରଙ୍କ ଏହି ଘୋଷଣାରେ 72 ହଜାର 587ଜଣ ଅଙ୍ଗନବାଡ଼ି କର୍ମୀ ଓ ମିନି ଅଙ୍ଗନବାଡ଼ି କର୍ମୀ ଏବଂ 62 ହଜାର ସହାୟିକା ଉପକୃତ ହେବେ। ଅର୍ଥ।ତ୍ ମୋଟ 1 ଲକ୍ଷ 34 ହଜାର 587ଜଣ ଏହାର ଫାଇଦା ପାଇବେ।
ଦ୍ବିତୀୟ ଶନିବାର ପାଇଁ ଆଜି ସରକାରୀ କାର୍ଯ୍ୟ।ଳୟ ଛୁଟି ଥିଲା। ସଚିବାଳୟ ବି ବନ୍ଦ ଥିଲା। ମାତ୍ର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଚାନକ୍ ସଚିବାଳୟରେ ପହଞ୍ଚିବା ସହ ବଡ଼ ଘୋଷଣା ପାଇଁ ସାମ୍ବାଦିକମାନଙ୍କୁ ଡକାଇଲେ। ସୂଚନା ଦେଲେ, ଏଣିକି ଅଙ୍ଗନବାଡ଼ି କର୍ମୀମାନେ ମାସକୁ 7500 ଟଙ୍କା ଲେଖାଏଁ ପାରିଶ୍ରମିକ ପାଇବେ।

ପୂର୍ବରୁ ପାଉଥିଲେ ମାସିକ 6 ହଜାର ଟଙ୍କା। ଅର୍ଥ।ତ୍ ପାରିଶ୍ରମିକ ଭତ୍ତା 25% ବଢ଼ିଲା। ବର୍ଦ୍ଧିତ ପାରିଶ୍ରମିକ ବାବଦକୁ ରାଜ୍ୟ ସରକାର 4800 ଟଙ୍କା ଦେବେ। କେନ୍ଦ୍ରର ଭାଗ 2700 ଟଙ୍କା।
ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ 4125 ଟଙ୍କାରୁ ବଢ଼ି 5375 ଟଙ୍କାରେ ପହଞ୍ଚିଛି। ଏଥିପାଇଁ ରାଜ୍ୟ ସରକାର 3275 ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାରଙ୍କ ଅଂଶ 2100 ଟଙ୍କା ରହିଛି।
ଅଙ୍ଗନବାଡ଼ି ସହାୟିକାମାନଙ୍କ ଦରମା ବି ବଢ଼ାଇ ଦେଇଛନ୍ତି ସରକାର। ପୂର୍ବରୁ ଏମାନେ ମାସିକ 3 ହଜାର ଟଙ୍କା ପାଉଥିଲେ। ଏହାକୁ

3750 ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 2400 ଟଙ୍କା ଦେବେ। ଆଉ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି 1350 ଟଙ୍କା। କେବଳ ପାରିଶ୍ରମିକ ନୁହେଁ, ଅବସର ସମୟ ସୀମା ବି ବଢ଼ାଯାଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ 60 ବର୍ଷରେ କାମରୁ ଅବ୍ୟାହତି ନେଉଥିଲେ। ଏବେ ଏହା 62 ବର୍ଷକୁ ବୃଦ୍ଧି କରାଗଲା। ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.