ପୁଣି କାର୍ଯ୍ୟାନୁଷ୍ଠାନ ନେଲେ ସରକାର: ଖରାପ ପରୀକ୍ଷା ଫଳ ପାଇଁ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ଇନକ୍ରିମେଣ୍ଟ୍‌ ବନ୍ଦ

ଭୁବନେଶ୍ୱର ୨୮/୮ : ଗତ ମାଟ୍ରିକ୍‌ ପରୀକ୍ଷାରେ ଶୂନ୍ୟ ଫଳ ହୋଇଥିବା ଓ ୫୦%ରୁ କମଳ ହୋଇଥିବା ସ୍କୁଲ ଶିକ୍ଷକଙ୍କୁ ଜୋରଦାର ଝଟକା । ସରକାରୀ ସ୍କୁଲ ହେଉ କିମ୍ବା ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲ, ସମସ୍ତଙ୍କ ବିରୋଧରେ ହେବ ଜୋରଦାର କାର୍ଯ୍ୟାନୁଷ୍ଠାନ । ଶୂନ୍ୟ ଓ ୫୦%ରୁ କମ ଳ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କର ବାର୍ଷିକ ଇନକ୍ରିମେଣ୍ଟ୍‌ ବନ୍ଦ ହେବ ।

ଏହା ବ୍ୟତୀତ ଯେଉଁ ବିଷୟରେ ଛାତ୍ରଛାତ୍ରୀମାନେ ଲେ୍‌ ହୋଇଥିବେ, ସେହି ବିଷୟର ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ରୁଲ୍‌-୧୬ ଅନୁସାରେ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆଜି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାଧିକାରୀଙ୍କୁ ଏ ବାବଦରେ ଚିଠି ଲେଖିବା ସହିତ ଗ୍ରହଣ କରିଥିବା ପଦକ୍ଷେପ ବାବଦରେ ସପ୍ତାହେ ମଧ୍ୟରେ ଜଣାଇବାକୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଜୁନ୍‌ ୬ ତାରିଖରେ ୨୦୧୯ ମାଟ୍ରିକ ଳରେ ଆଦୌ ପାସ୍‌ କରିନଥିବା ୮୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା । ସେହି ପ୍ରଧାନ ଶିକ୍ଷକମାନଙ୍କୁ କାହିଁକି ନିଲମ୍ବନ କରାନଯିବ ବୋଲି କୈୟତ୍‌ ମଗାଯାଇଥିଲା । ଅପରପକ୍ଷେ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡିକର ଅନୁଦାନ କାହିଁକି ବନ୍ଦ କରାନଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏପରିକି ସେତେବେଳେ ମଧ୍ୟ ବାର୍ଷିକ ଇନକ୍ରିମେଣ୍ଟ୍‌ ବନ୍ଦ କରାନଯିବ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ବୋଲି କୁହାଯାଇଥିଲା ।

ସେହିପରି ପୁଣି ଜୁନ୍‌ ୧୦ ତାରିଖରେ ଆଉ ଏକ ଚିଠି ଦିଆଯାଇଥିଲା । ସପ୍ତାହେ ଭିତରେ ରିପୋର୍ଟ ଦେବାକୁ କୁହାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶାଳୟକୁ କୌଣସି ରିପୋର୍ଟ ମିଳିପାରିନାହିଁ । ଏପରିକି ନିର୍ଦ୍ଦିଷ୍ଟ ମତାମତ ମଧ୍ୟ ମିଳିନଥିବା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ତୁରନ୍ତ ଉପରୋକ୍ତ ପଦକ୍ଷେପ ନେଇ ଏକ ସପ୍ତାହ ମଧ୍ୟରେ ନିର୍ଦ୍ଦେଶାଳୟକୁ ଜଣାଇବାକୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ୟୁନିସେଫ୍‌ ଓ ଏମସ୍‌ର ମିଳିତ ୱେବିନାର, ‘ସୁସ୍ଥ ଶିଶୁ ସୁସ୍ଥ ସମ୍ପ୍ରଦାୟ ଗଠନ କରିଥାଏ’

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା