ସ୍କେଟିଂରେ ଓଡ଼ିଶା ଦଳର ଗିନିଜ ରେକର୍ଡ଼

ଭୁବନେଶ୍ୱର, ୬ା୪ (ବ୍ୟୁରୋ): ସ୍କେଟିଂ କ୍ରୀଡ଼ାରେ ଗିନିଜ ବିଶ୍ୱ ରେକର୍ଡ଼ କରିଛି ଓଡ଼ିଶା । କର୍ଣ୍ଣାଟକର ବେଲଗାଭିରେ ଆୟୋଜିତ ପ୍ରତିଯୋଗିତାରେ ଓରସା (ଓଡିଶା ରୋଲର ସ୍କେଟିଂ ଆସୋସଏିସନ୍‌) ଓ ଓଡିଶାର ୧୩ ଜଣିଆ ଯୁବ ସ୍କେଟିଂ ଦଳ ଅନବରତ ୪୮ ଘଣ୍ଟା ରୋଲର ସ୍କେଟିଂ କରି ଗିନିଜ ବିଶ୍ୱ ରେକର୍ଡ଼ ଟାଇଟଲ ଜିତିଛନ୍ତି । ଏହି ଅନ୍ତର୍ଜାତୀୟ ପ୍ରତି ଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ୫୪୫ଜଣ ସ୍କେଟିଂ ଖେଳାଳି ଭାଗ ନେଇଥିଲେ ।

ଶନିବାର ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍‌ ଓଡ଼ିଶା ଦଳ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବଦ୍ଧିର୍ତ କରିଛନ୍ତି । ଏହି ସମ୍ବଦ୍ଧର୍ନା ଉତ୍ସବରେ ଓରସା ସଦସ୍ୟ ହରେଶ ମଶ୍ରି (ପୁରୀ), ମଳୟ ଦାସ (କଟକ), ମନୋଜ ସାହୁ (ଭଦକ୍ର), ପବ୍ରୀଣ ବେିଷାଇ (ଖୋର୍ଦ୍ଧା), ସୀମନ୍ତ ଅଭାଧ୍ୟାୟ ଓ ପଞ୍ଚାନନ୍‌ ବେହେରା (ଓଡିଶା କୋଚ୍) ଏବଂ ପାଥ ର୍ସାରଥି ଜେନା (ଓରସା ସମ୍ପାଦକ) ପମ୍ରୁଖ ଉପସ୍ଥିତ ଥିଲେ । ଗିନିଜ ବିଶ୍ୱ ରେକର୍ଡ଼ ଟାଇଟଲ ଜତିଥିବା ଓଡିଶା ଦଳରେ ଭୁବନେଶ୍ୱରରୁ ସ୍ୱୟମ ସୁସତ୍ରୁ ଦାସ, କୌସ୍ତଭ ପଟ୍ଟନାୟକ, ଆରଭ କୁମାର ପଣ୍ଡା, ତେଜଦୀପ ଦାସ, ଅସୀମ ଅନୁରାଗ, ପାର୍ଥ ସାରଥି ଜେନା, ଖୋର୍ଦ୍ଧାରୁ ଅର୍ଣ୍ଣବ ପଟ୍ଟନାୟକ, କଟକରୁ ବୀରେନ୍‌ ଦାସ, ଆର୍ଯ୍ୟାନ ନାୟକ, ନୈତିକ ଚୌଧୁରୀ, ସ୍ୱସ୍ଥିକ ଶ୍ରୀଜିତ ଓ ଶିବାଦିତ୍ୟ ଦାସ, ଭଦକ୍ରରୁ ଶୁଭଙ୍କର ଖିଲାର ସଦସ୍ୟ ଥିଲେ ।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ପୁଣିଥରେ ବକ୍ସିଂ ରିଂକୁ ଫେରିଲେ ମାଇକ୍ ଟାଇସନ୍, ୧୫ ବର୍ଷ ପରେ ଖେଳିଲେ ମ୍ୟାଚ୍

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ଦିଲ୍ଲୀ ହାଫ୍‌ ମାରାଥନରେ କୃଷକଙ୍କ ପୁଅ ରଚିଲା ଇତିହାସ, ଭାଙ୍ଗିଲା ଜାତୀୟ ରେକର୍ଡ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..