ଜିମ୍‌ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର କଲେ ଓଡ଼ିଶା ଜିମ୍‌ ମାଲିକ ସଂଘ

ଭୁବନେଶ୍ୱର,୨୩/୫: କରୋନା ବା କୋଭିଡ୍‌ ୧୯ର ମୁକାବିଲା କରିବା ପାଇଁ ଜିମ୍ନାସିୟମକୁ ସର୍ବୋତ୍ତମ ଶାରୀରିକ ଯତ୍ନ କାର୍ଯ୍ୟକଳାପ ଭାବରେ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ଓଡ଼ିଶା ଜିମ୍‌ ମାଲିକ ସଂଘ ।

ସଂଘ ପକ୍ଷରୁ ଦାବି ପତ୍ରରେ କୁହାଯାଇଛି ଯେ, ଜିମ୍‌ ଏକ ଡାକ୍ତରଖାନା ଭୂମିକା ନିର୍ବାହ କରିଥାଏ । କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ଶାରୀରିକ କାର୍ଯ୍ୟକଳାପ କେନ୍ଦ୍ର ଭାବରେ ଜିମ୍‌ ଗୁଡ଼ିକ ଖୋଲିବା ସକାଶେ ଅନୁରୋଧ ଜଣାଉଛୁ । ଦୀର୍ଘ ଦୁଇ ମାସ ଧରି ବନ୍ଦ ରହିବାରୁ ଆମେ ବହୁ କ୍ଷତି ସହିଲୁଣି । କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହୁଁ । ଆମ ପାଇଁ କ୍ଷତି ପୂରଣର ବ୍ୟବସ୍ଥା କରାଗଲେ ଆମେ ଉପକୃତ ହେବୁ । ସଂଘର ସଭାପତି ସତ୍ୟଜିତ ଦାଶ କହିଛନ୍ତି, ଜିମ୍‌ ଖୋଲିବା ବିନା କ୍ରୀଡ଼ାବିତଙ୍କୁ ଅଭ୍ୟାସ ପାଇଁ ଅନୁମତି ଦିଆଯାଇଛି ।

ପ୍ରଥମେ ବ୍ୟାୟାମ ପରେ ହିଁ ସେମାନେ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଆମର ଆର୍ଥିକ କ୍ଷତିକୁ ଦୃଷ୍ଟି ଦେଇ ସରକାର ଜିମ୍‌ ଖୋଲାଯିବାର ବ୍ୟବସ୍ଥା କରନ୍ତୁ ବୋଲି ଆମେ ଅନୁରୋଧ କରୁଛୁ ।’

   ସମ୍ବନ୍ଧିତ ଖବର


‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା