PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଥାଇଲାଣ୍ଡରେ ତାଲିମ ନେବେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ

ଭୁବନେଶ୍ୱର ୧୮/୧୨: ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ର ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଦେଶରେ ତାଲିମ ପାଇବେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଏକ ୨୦ ଜଣିଆ ପ୍ରତିନିଧିଦଳ ଥାଇଲାଣ୍ଡ ଗସ୍ତ କରିଥିବା ଜଣାଯାଇଛି।

ସ୍ୱାସ୍ଥ୍ୟ ମିଶନରେ ଚୁକ୍ତି ଭିତ୍ତିରେ କାର୍ଯ୍ୟରତ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଡିପିଏମ୍‌), ହସ୍ପିଟାଲ ମ୍ୟାନେଜରଙ୍କ ସମେତ ଆଉ କିଛି କର୍ମଚାରୀ ଏହି ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏମାନଙ୍କୁ ପ୍ରଥମେ ଚଣ୍ଡିଗଡ଼ସ୍ଥିତ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଟ୍ୟୁଟ (ଏସ୍‌ଜିପିଜିଆଇ)ରେ ଦୁଇଦିନିଆ ତାଲିମ ନେବେ । ପରେ ସେମାନଙ୍କୁ ଥାଇଲାଣ୍ଡରେ ତିନିଦିନିଆ ପ୍ରଶିକ୍ଷଣ ଦିଆଯିବ ।

ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ କର୍ମଚାରୀଙ୍କୁ ଏଭଳି ତାଲିମ ଦିଆଯାଉଥିବା ସୂଚନା ମିଳିଛି । ଉଭୟ ଦେଶ ଭିତରେ ଓ ଦେଶ ବାହାରେ କର୍ମଚାରୀଙ୍କୁ ଲିଡରସିପ୍‌ ତାଲିମ ପ୍ରଦାନ କରାଯାଉଥିବାବଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଦୁଇଟି ଦଳ ବିଦେଶରେ ତାଲିମ ନେବେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ତାଲିମ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।