ଓଡ଼ିଶା ହାଇକୋର୍ଟ ବାର୍ ନିର୍ବାଚନ, ଗୋପାଳକୃଷ୍ଣ ମହାନ୍ତିି ସଭାପତି

source:odishasuntimes.com
କଟକ,୩୦ା୩(ବ୍ୟୁରୋ): ବରିଷ୍ଠ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ୍ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲା ବେଳେ ସମ୍ପାଦକ ଭାବେ ସଞ୍ଜୟ କୁମାର ଦାସ ନିର୍ବାଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏହି ନିର୍ବାଚନରେ ପୀୟୁଷ କୁମାର ମିଶ୍ର ହାଇକୋର୍ଟ ବାର୍ର ନୂଆ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ବାସୁଦେବ ପୂଜାରୀ ସୂଚନା ଦେଇଛନ୍ତି । ସଭାପତି ଶ୍ରୀ ମହାନ୍ତି ୧୧୩୫ ଖଣ୍ଡ ଭୋଟ୍ ପାଇ ବିଜୟ ଲାଭ କରିଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ୧୧୧୪ ଖଣ୍ଡ ଭୋଟ୍ ପାଇଛନ୍ତି ।
ସମ୍ପାଦକ ଭାବେ ଶ୍ରୀ ଦାସ ୮୧୭ ଖଣ୍ଡ ଭୋଟ୍ ପାଇ ବିଜୟ ଲାଭ କରିଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନୋଜ କୁମାର ଖୁଣ୍ଟିଆ ୬୨୫ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ଉପସଭାପତି ଭାବେ ଶ୍ରୀ ମିଶ୍ର ୧୨୩୪ ଖଣ୍ଡ ଭୋଟ୍ ପାଇ ବିଜୟ ଲାଭ କରିଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦେବୀ ପ୍ରସାଦ ଦାସ ୧୧୩୮ ଖଣ୍ଡ ଭୋଟ୍ ପାଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଦତ୍ତେଶ୍ୱର ନାୟକ ୧୦୧୪ ଖଣ୍ଡ ଭୋଟ୍ ପାଇଥିଲାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମଳୟ କୁମାର ମହାନ୍ତି ୬୦୪ ଖଣ୍ଡ ଭୋଟ୍ ପାଇ ପରାସ୍ତ ହୋଇଛନ୍ତି । ସହକାରୀ ସମ୍ପାଦକ ଭାବେ ପଦ୍ମାଳୟା ମହାପାତ୍ର ୧୨୪୩ ଖଣ୍ଡ ଭୋଟ୍ ପାଇ ବିଜୟଲାଭ କରିଥିଲାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାସୁଦେବ ମହାପାତ୍ର ୬୫୨ ଖଣ୍ଡ ଭୋଟ୍ ପାଇଛନ୍ତି ।
ସହକାରୀ ସମ୍ପାଦକ(ପାଠାଗାର) ଭାବେ ସୋମନାଥ ଶତପଥୀ ୯୪୬ ଖଣ୍ଡ ଭୋଟ୍ ପାଇ ବିଜୟଲାଭ କରିଥିଲାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲକ୍ଷ୍ମୀକାନ୍ତ ସାହୁ ୭୫୦ ଖଣ୍ଡ ଭୋଟ୍ ପାଇଛନ୍ତି । ଅ । ଜ ି ସକାଳ ୮ ଟ । ର ୁ ହାଇକୋର୍ଟ ବାର୍ର ବିଭିନ୍ନ ପଦପଦବି ଲାଗି ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ଭୋଟ୍ଦାନ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଭୋଟ୍ ଗଣତି ହୋଇଥିଲା । ସଂଧ୍ୟା ୮ଟା ସୁଦ୍ଧା କାର୍ଯ୍ୟକାରୀ ସଦସ୍ୟ ପଦବିକୁ ଛାଡି ଅନ୍ୟ ସମସ୍ତ ପଦବିର ଫଳାଫଳ ଘୋଷଣା କରାଯାଇଥିଲା । ନିର୍ବାଚନ ଅଧିକାରୀ ବାସୁଦେବ ପୂଜାରୀ ନିର୍ବାଚନ ପରିଚାଳନା କରିଥିବା ବେଳେ ଅନ୍ୟ କେତେ ଜଣ ଆଇନଜୀବୀ ତାଙ୍କୁ ସହଯୋଗ କରିଥିଲେ ।