ନିତି ଆୟୋଗ ଇପିଆଇ ୨୦୨୦ ରିପୋର୍ଟ – ୫ମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ –ନିତି ଆୟୋଗର  Export Preparedness Index (EPI) 2020 ଲିଷ୍ଟ ଜାରି ହୋଇଛି । ଏଥିରେ ଓଡ଼ିଶା ୫ମ ସ୍ଥାନରେ ରହିଛି । ଏହାପରେ ଯଥାକ୍ରମେ ତେଲେଙ୍ଗାନା ଓ ହରିଆଣା ରହିଛନ୍ତି ।

ନିତି ଆୟୋଗ ଭାରତର ରାଜ୍ୟଗୁଡ଼ିକର export preparedness ଅନୁଯାୟୀ ଏହି ଲିଷ୍ଟ ପ୍ରସ୍ତୁତ କରିଛି । ଆଉ ଯେଉଁଥିରେ ଓଡ଼ିଶା ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛି । ରିପୋର୍ଟ ମୁତାବକ ,  ଓଡ଼ିଶା ତାର Export Preparednessରେ ୫୮.୨୩ ପଏଣ୍ଟ ସହ  ପୁରା ଦେଶରେ ୫ମ ସ୍ଥାନରେ ରହିଛି ।

ଔଦ୍ୟୋଗିକ ରୂପେ ବିକଶିତ ରାଜ୍ୟ ଭାବେ ତେଲେଙ୍ଗାନା , ହରିଆଣା , କର୍ଣ୍ଣାଟକ , ଦିଲ୍ଲୀ , ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶକୁ ପଛରେ ପକାଇ ଓଡିଶା Export Preparedness ଦିଗରେ ଆଗେଇ ଚାଲିଛି । ୬୫.୯୪ ପଏଣ୍ଟ ସହ ଓଡ଼ିଶା export ecosystems ସ୍ତମ୍ଭରେ ଦେଶର ସବୁ ରାଜ୍ୟ ଗୁଡ଼ିକ ମଧ୍ୟରେ ୨ୟ ସ୍ଥାନରେ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସରକାରଙ୍କର ‘୫-ଟି’ ଓ ‘ମୋ ସରକାର’ ଔଦ୍ୟୋଗିକ ଓ ଉଦ୍ୟୋକ୍ତାଙ୍କ କାର୍ଯ୍ୟକୁ ପରିବର୍ତ୍ତନ କରିବା ସହ ଏହା Export Preparednessକୁ ଦ୍ରୁତତର କରିଛି ।

କେନ୍ଦ୍ର ଦ୍ୱାରା ଦିଆଯାଇଥିବା ଏହି ରିପୋର୍ଟ ଓଡ଼ିଶାର ବ୍ୟାପାର , ବାଣିଜ୍ୟ ଉଦ୍ୟୋଗ ଓ ରପ୍ତାନୀ କ୍ଷେତ୍ରରେ କରାଯାଇଥିବା ଭଲ କାର୍ଯ୍ୟର ପ୍ରମାଣ ଅଟେ ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବିରଳ ବିସ୍ମୟ: ଏସ୍‌ସିବିରେ ଦ୍ବୈତ ଯୌନଙ୍ଗଧାରୀ ଶିଶୁ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ