ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ତାତିଲେ ମହାରଥୀ; ଯାତ୍ରା ପାର୍ଟି ଲୋକ ଡାଏଲଗ୍‌ ମାରନ୍ତି ବୋଲି କହିଲେ ପ୍ରମିଳା

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ମଧ୍ୟରେ ଆଜି ଗୃହରେ ବେଶ୍‌ ତୁ ତୁ ମେଁ ମେଁ ହୋଇଛି । ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ନରିଞ୍ଜନ ପୂଜାରୀଙ୍କୁ କାଠଗଡ଼ାରେ ଛଡିା଼ କରାଇଛନ୍ତ ।ି ଏପଟେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମହାରଥୀଙ୍କୁ ଆକ୍ଷେପ କରିବା ଏବଂ ମହାରଥୀ ତା’ର ପାଲଟା ଜବାବ ଦେବା ଘଟଣା ବିଧାନସଭା ପରିସରକୁ ଅଧିକ ଗରମ କରଛି । ମହାରଥୀ ଜଦି୍‌ ଧରଛିନ୍ତି। ତାଙ୍କ ବିରୋଧରେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରାଯାଉ, ନଚେତ୍‌ ସେ ଗୃହକୁ ଆସିବେ ନାହିଁ ।
କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପ୍ରସଙ୍ଗରେ ଗୃହରେ ବିରୋଧୀ ଦଳ ହଙ୍ଗାମା ଚଳାଇଥିବା ଭିତରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏକ ପଏଣ୍ଟ ଅଫ୍‌ ଅର୍ଡର ଉଠାଇଥିଲେ ।

ଶ୍ରୀ ମହାରଥୀ କହିଥିଲେ, ଗତକାଲି କୃଷିମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ଦେଉଥିବା ଅର୍ଥମନ୍ତ୍ରୀ ନରିଞ୍ଜନ ପୂଜାରୀ ଭୁଲ ତଥ୍ୟ ଦେଇଛନ୍ତି । ମୋ ସମୟରେ ରାଜ୍ୟର ଶୀତଳଭଣ୍ଡାର ସଂଖ୍ୟା ୧୨୮ରୁ ୪୮କୁ ଖସି ଆସିଥିବା ସେ କହିଛନ୍ତି । କିନ୍ତୁ ମୋ ସମୟରେ ୪୮ଟି ଶୀତଳଭଣ୍ଡାର କରାଯାଇଛି । ମୋ ସମୟରେ ରାଜ୍ୟ ୪ ଥର କୃଷି କର୍ମଣ ପୁରସ୍କାର ପାଇଛି । ନିରଞ୍ଜନଙ୍କ ନିର୍ବାଚନମଣ୍ଡଳୀର ଜଣେ ମହଳିା ଚାଷୀ ୨ ଲକ୍ଷ ଟଙ୍କାରପୁରସ୍କାର ପାଇଛନ୍ତି । ସେହିଭଳି ଆଳୁ ମିଶନ ସମ୍ପର୍କରେ ମନ୍ତ୍ରୀ କାଲି ମୋତେ ଆକ୍ଷେପ କରି କହିଥିଲେ, ମୋ ସମୟରେ ତ’ ଆରମ୍ଭ ହୋଇଥିଲା, ବନ୍ଦ ବି ହୋଇଗଲା । ବାସ୍ତବରେ ଆଳୁ ଚାଷ ପୂର୍ବରୁ ରାଜ୍ୟରେ ୧୨,୦୦୦ ହେକ୍ଟର ଜମିରେ ହେଉଥିଲା ।

ମୋ ସମୟରେ ମୁଁ ଏହାକୁ ୨୫,୦୦୦ ହେକ୍ଟରକୁ ବୃଦ୍ଧି କରିଥିଲି । ମୋ ସମୟରେ ଆଳୁ ମିଶନ ବନ୍ଦ ହୋଇନାହିଁ । ବାଚସ୍ପତିଙ୍କୁ ଲକ୍ଷ୍ୟ କରି ମହାରଥୀ କହିଥିଲେ, ସେ (ନିରଞ୍ଜନ) ମନ୍ତ୍ରୀ ହୋଇଗଲେ ବୋଲି କ’ଣ ମୋ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇବେ । ମୁଁ ଚାଷୀ ଘରର ପୁଅ । ଚାଷ କ’ଣ ମୁଁ ଜଣେ । ଅନ୍ୟକୁ ଆକ୍ଷେପ କରି ମନ ଦୁଃଖ କରି ବାହା ବାହା ନେବାକୁ ଚେଷ୍ଟା କରନ୍ତୁ ନାହିଁ ମନ୍ତ୍ରୀ । ଭାବବିହ୍ୱଳ ହୋଇ ମହାରଥୀ କହିଥିଲେ, ମୁଁ ସାର୍‌! ଅଶୀ ମସିହାରୁ ବିଜୁ ବାବୁଙ୍କ ସମୟରୁ ବିଧାୟକ ହେଲିଣି । କେବେ ବି ହାରିନି । ମନ୍ତ୍ରୀଙ୍କ କଥା ମୋତେ ଭୀଷଣ ବାଧିଛି । ମୁଁ କାଲିଠାରୁ ଖାଇନି । ମୋର ସବୁ ସମ୍ମାନ ଚାଲିଗଲା ସାର୍‌ । ଗତକାଲି ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଲା ବେଳେ ମନ୍ତ୍ରୀ ମୋ ପ୍ରତି ଯେଉଁ ଆକ୍ଷେପ କରିଛନ୍ତି, ତାହାକୁ ଗୃହ ବିବରଣୀରୁ ବାଦ୍‌ ନ ଦେଲେ ମୁଁ ଆଉ ଗୃହକୁ ଆସିବି ନାହିଁ ବୋଲି ଚଢ଼ା ଗଳାରେ କହିଥିଲେ ମହାରଥୀ ।
ବାଚସ୍ପତି ଏ ସମ୍ପର୍କରେ କହିଥିଲେ, ମନ୍ତ୍ରୀ କ’ଣ କହିଛନ୍ତି ତାହା ସେ ପରୀକ୍ଷା ନିରୀକ୍ଷା କରିବେ ଏବଂ ଯଦି କିଛି ଆପତ୍ତିଜନକ ଥାଏ, ତେବେ ସେ ସମ୍ପର୍କରେ ବିଚାର କରିବେ ।

ବାଚସ୍ପତିଙ୍କ ଏହି କଥାରେ ବିଜେପି ସଦସ୍ୟମାନେ ପ୍ରତିବାଦ କରିଥିଲେ ।ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ର କହିଥିଲେ, ମନ୍ତ୍ରୀଙ୍କ ଗୃହରେ ରଖିଥିବା ବକ୍ତବ୍ୟକୁ ଆପଣ ବାଦ୍‌ ଦେବାକୁ କିଏ । ମନ୍ତ୍ରୀ ଯାହା କହିଛନ୍ତି, ବୁଝିବିଚାରି କହିଛନ୍ତି ଓ ତଥ୍ୟମୂଳକ କଥା ଉପସ୍ଥାପନ କରିଛନ୍ତି । ଏଣୁ ଆପଣ ତାକୁ ବାଦ ଦେଇପାରିବେ ନାହିଁ । ବାଚସ୍ପତି କହିଥିଲେ, ମୁଁ ପରୀକ୍ଷା (ଏକ୍‌ଜାମିନ୍‌) କରିବାକୁ କହିଛି । ଏକ୍ସପଞ୍ଜ କରିବାକୁ ନୁହେଁ । ତେବେ ଏଇ ଘଟଣାକୁ ନେଇ ଗୃହ ବାହାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ମହାରଥୀଙ୍କ ମଧ୍ୟରେ ତୁତୁ ମେଁ ମେଁ ହୋଇଛି । ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମ ଆଗରେ କହିଥିଲେ, ସେ (ମହାରଥୀ) ଯାତ୍ରା ପାର୍ଟି ଲୋକ । ଡାଏଲଗ୍‌ ମାରନ୍ତି । ଆଗରୁ ଏପରି କୁହନ୍ତି । ସେ ଯାହା କହୁଛନ୍ତି, କାଲିଠାରୁ ଖାଇ ନାହାନ୍ତି ତାହା ନୁହେଁ, ସେ ଡାଇବେଟିସ୍‌ ରୋଗୀ । ସେ ନିଶ୍ଚୟ ଖାଇକି ଆସିଥିବେ । ପ୍ରମିଳାଙ୍କ ମନ୍ତବ୍ୟ ମହାରଥୀଙ୍କ କାନରେ ପଡ଼ିବା ପରେ ସେ ଆହୁରି ତାତି ଉଠିଥିଲେ । ଗଣମାଧ୍ୟମ ସାମ୍ନାକୁ ଆସି ଶ୍ରୀ ମହାରଥୀ ଶ୍ରୀମତୀ ମଲ୍ଲିକଙ୍କୁ ଆକ୍ଷେପ କରି କହିଥିଲେ, ସେ ମୋ ବଡ଼ ଭଉଣୀ । ମୋର ତାଙ୍କ ପ୍ରତି ଗଭୀର ସମ୍ମାନ ଅଛି । ମୁଁ ଜାଣିନି, ସେ ୟା ଭିତରେ ରାଜନୀତି ଛାଡ଼ି କେଉଁଦିନ ଡାକ୍ତରାଣୀ ହୋଇଗଲେଣି । ଅପରାହ୍ଣ ଅଧିବେଶନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ନରସିଂହ କହିଥିଲେ, ବାଚସ୍ପତି ମନ୍ତ୍ରୀଙ୍କ ବକ୍ତବ୍ୟକୁ ପରୀକ୍ଷା ନିରୀକ୍ଷା (ଏକ୍‌ଜାମିନ୍‌) କରିପାରିବେ ନାହିଁ । ନା ଏହାକୁ ଏକ୍ସପଞ୍ଜ କରିପାରିବେ, ନା ଏହାକୁ ବଦଳାଇ ପାରିବେ । ସେ କ୍ଷମତା ବାଚସ୍ପତିଙ୍କର ନାହିଁ ।

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର