ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

କୋଭିଡ୍‌ ପରୀକ୍ଷଣରେ ଶ୍ରେଷ୍ଠ ୫ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର - କୋଭିଡ୍‌ ପରୀକ୍ଷା କ୍ଷେତ୍ରରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ତାଲିକାରେ ରହିଛି ଓଡ଼ିଶା। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ଏହାସହ ମଧ୍ୟ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦିନକୁ ୮୬୭ ନମୁନା ପରୀକ୍ଷା ହେଉଛି।

wp:html /wp:html

ଜାତୀୟ କୋଭିଡ୍‌ ପରୀକ୍ଷା ହାର ୬୦୨ ଠାରୁ ଏହା ଯଥେଷ୍ଟ ଅଧିକ ରହିଛି।  ଏହି ପରୀକ୍ଷା ସଂଖ୍ୟାକୁ ଆହୁରି ବଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ରେ କହିଛନ୍ତି ।  

ଉଲ୍ଲେଖନୀୟ ଯେ ଓଡ଼ିଶା ସରକାର କରୋନାକୁ ନେଇ ନିଜର ଲଢ଼େଇ ଜୋରସୋର କରିଛନ୍ତି । ସବୁ ପ୍ରକାର ପ୍ରୟାସ କରି କରୋନାକୁ ଆୟତ୍ତରେ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ଲୋକଙ୍କ ମଧ୍ୟରେ ପଜିଟିଭ୍‌ ଚିହ୍ନଟ କରି ତୁରନ୍ତ ସେମାନଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଆଜି କୋଭିଡ୍ ଚିକିତ୍ସା ଖର୍ଚ୍ଚ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । କୋଭିଡ୍ ହସ୍ପିଟାଲ ପାଇଁ ଆଜି ‘ଫି’ ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ବେଡରେ ରୋଗୀ ପିଛା ଦୈନିକ ଖର୍ଚ୍ଚ ୩ ହଜାର ଟଙ୍କା ଭିତରେ ରହିବ ।

ପ୍ରତି କୋଭିଡ୍ ହସ୍ପିଟାଲ ପାଇଁ ଏହି ଦର ଫିକ୍ସ ରହିବ । ଆଇସିୟୁ ଖର୍ଚ୍ଚ ଦିନକୁ ୨ ହଜାରରୁ ୫ ହଜାର ଟଙ୍କା ଭିତରେ ରହିବ ।  ସେହିପରି ଆଇସିୟୁରେ ଭେଣ୍ଟିଲେଟର ଲାଗିଲେ ଦୈନିକ ଶଯ୍ୟା ଶୁଳ୍କ ୨ରୁ ୫ ହଜାର ଟଙ୍କା ହେବ । କୋଭିଡ୍ କେୟାର ସେଣ୍ଟର ପାଇଁ ଦୈନିକ ଶଯ୍ୟା ଶୁଳ୍କ ୧ ହଜାର ଟଙ୍କା ରହିବ । ତେବେ ଆଇସିୟୁ ବେଡ୍ ପିଛା ଦୈନିକ ସର୍ବନିମ୍ନ ୨ ହଜାର ଟଙ୍କାରୁ ସର୍ବାଧିକ ୧୮ ହଜାର ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ସରକାର ।

ଅନ୍ୟପଟେ ଆଇସିୟୁ ଚିକିତ୍ସିତ ଆକ୍ରାନ୍ତଙ୍କ ଅନ୍ୟାନ୍ୟ ଖର୍ଚ୍ଚ ୧୨ ହଜାର ଟଙ୍କା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଦର ଲାଗୁ କରିବା ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲିଟିକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.