ଓଡ଼ିଶା ନିବେଶ ପ୍ରତିନିଧି ମଣ୍ଡଳିଙ୍କୁ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର ୧୨/୯: ଗୃହ, ଶିଳ୍ପ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ସିଙ୍ଗାପୁର ଗସ୍ତ କରିଥିବା ଓଡ଼ିଶା ପ୍ରତିନିଧି ମଣ୍ଡଳିଙ୍କୁ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଓଡ଼ିଶା ନିବେଶ ପ୍ରତିନିଧିଙ୍କ ମୁଖ୍ୟ କ୍ୟାପ୍‌ଟେନ୍‌ ମିଶ୍ର ଓଡ଼ିଶାର ବିକାଶ ଦିଗରେ ପ୍ରବାସୀ ଓଡ଼ିଆଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ପ୍ରକାଶ କରିଛନ୍ତି ।

 ସିଙ୍ଗାପୁରସ୍ଥିତ ସମ୍ମିଳନୀ କକ୍ଷରେ ସିଙ୍ଗାପୁର ପ୍ରବାସୀ ଓଡ଼ିଆ ସମାଜର ସଭାପତି ସମ୍ବିତ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ନୀତିନ୍‌ ଭାନୁଦାସ ଜୱାଲେ ଏଥିରେ ଯୋଗଦେଇ ଓଡ଼ିଶାର ସାମୂହିକ ବିକାଶ ଦିଗରେ ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧିତ୍ୱ ଏକାନ୍ତ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ପ୍ରବାସୀ ଓଡ଼ିଶାବାସୀ ଓଡ଼ିଶାରେ ପୁଞ୍ଜିନିବେଶ ଦିଗରେ ଆଗ୍ରହ ପ୍ରକାଶ କରିବା ସହ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ଆବଶ୍ୟକ । ଏ ଦିଗରେ ଓଡ଼ିଶା ସରକାରଙ୍କ ତରଫରୁ ପୂର୍ଣ୍ଣ ସହଯୋଗ ଓ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ନିରନ୍ତର ଯୋଗାଯୋଗ ରହିଲେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସିଙ୍ଗାପୁର ଓଡ଼ିଆ ସମାଜ ସମସ୍ତ ସହଯୋଗ କରିବେ ବୋଲି ମତପ୍ରକାଶ କରିଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଡିସେମ୍ବର ୭ରୁ ଓଡିଶା ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା