ଏକକାଳୀନ ୩ ମାସର ଆଗୁଆ ରାସନ ଦେବାରେ ଓଡ଼ିଶା ପ୍ରଥମ, ବର୍ତ୍ତମାନ ସୁଦ୍ଧା ୮୮ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ରାସନ

ଭୁବନେଶ୍ୱର,୨୮/୪: କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ରହିଛି । ଏଭଳି ସମୟରେ ଜନସାଧାରଣଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରାକରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ଆଗୁଆ ରାସନ୍‌ ଯୋଗାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଏକାକାଳୀନ ୩ ମାସର ଆଗୁଆ ରାସନ୍‌ ଯୋଗାଇବାରେ ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ଓ ଯୋଗାଣକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ଗଠିତ ଉଚ୍ଚସ୍ତରୀୟ ସଚିବସ୍ତରୀୟ କମିଟି ପ୍ରତ୍ୟେକ ସ୍ତରରେ ଚବିଶ ଘଣ୍ଟିଆ ତଦାରଖ କରୁଛି । ଏହାଦ୍ୱାରା ରାଜ୍ୟର ଖାଉଟିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି । ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଏପ୍ରିଲ୍‌, ମେ ଓ ଜୁନ୍‌ ମାସର ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଆବଣ୍ଟିତ ସମସ୍ତ ୫.୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଓ ଗହମ ଉଠାଣ କରାଯାଇ ସୁଲଭ ଦୋକାନ ଗୁଡିକ ଦିଆଯାଇଛି । ଆଜି ସୁଦ୍ଧା ରାଜ୍ୟର ମୋଟ ୮୮ ଲକ୍ଷ ୭୧ ହଜାର ୬୧୪ ଜଣ କାର୍ଡଧାରୀଙ୍କୁ ଆଗୁଆ ତ୍ରୈମାସିକ ରାସନ ଯୋଗାଇ ଦିଆଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିନାମୂଲ୍ୟରେ ମୁଣ୍ଡପିଛା ୫ କେଜି ଚାଉଳ ୩ ମାସ ପାଇଁ ଏବଂ କାର୍ଡପିଛା ଏକ କେଜି ହରଡ ଡାଲି ଯୋଗାଇ ଦିଆଯାଇଛି । ଏଥିପାଇଁ ଆଜି ସୁଦ୍ଧା ୨ ଲକ୍ଷ ୬୬ ହଜାର ୭୯ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଣ ସରିଛି । ୧୨ ଲକ୍ଷ ୪୨ ହଜାର ୩୩୮ ଜଣ କାର୍ଡଧାରୀଙ୍କୁ ୩ ମାସ ପାଇଁ ଚାଉଳ ବିନାମୂଲ୍ୟରେ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ଭାବରେ ମୁଣ୍ଡପିଛା ୫ କେଜି ଚାଉଳ ଏବଂ କାର୍ଡପିଛା ୧ କେଜି ଡାଲି ୩ ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଚାଉଳ ବାବଦରେ ୭୯୮୮ ଜଣ କାର୍ଡଧାରୀଙ୍କୁ ୩ ମାସ ପାଇଁ ଚାଉଳ ମାଗଣାରେ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

   ସମ୍ବନ୍ଧିତ ଖବର


ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା –ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କରୋନା

ନବରାତ୍ରୀରେ ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି, ପୂଜା ପେଣ୍ଡାଲରେ ଲାଗିଲା ତାଙ୍କର ପେଣ୍ଟିଂ