ଓଡ଼ିଶା–ଝାଡ଼ଖଣ୍ଡ ରଣଜୀ ମୁକାବିଲା : ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ସ୍କୋର ୯ ୱିକେଟରେ ୩୫୫ରନ୍

କଟକ,୧୪।୨ : କଟକରେ ଓଡ଼ିଶା–ଝାଡ଼ଖଣ୍ଡ ରଣଜୀ ମୁକାବିଲା । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ କରିଛି ୯ ୱିକେଟ୍‌ରେ ୩୫୫ରନ୍‌ । ପ୍ରଥମ ପାଳିରେ ଝାଡ଼ଖଣ୍ତ ବିପକ୍ଷରେ ଓଡ଼ିଶା ସମସ୍ତ ୱିକେଟ୍‌ ହରାଇ ୪୩୬ ରନ୍‌ ସ˚ଗ୍ରହ କରିଥିଲା । ଏହି ପାଳିରେ ଭ୍ରମଣକାରୀ ଦଳର ଆଶିଷ କୁମାର ୭୯ ରନ୍‌ ବ୍ୟୟ କରି ୬ ୱିକେଟ୍‌ ଅକ୍ତିଆର କରିଥିଲେ।

କଟକର ବାରବାଟି ଷ୍ଟାଡ଼ିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦ୍ୱିତୀୟ ଦିବସରେ  ଓଡ଼ିଶା ଅସମାପ୍ତ ପ୍ରଥମ ଇନିଂସ ୪/୨୦୫ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ  ଅପରାଜିତ ଥିବା ଦେବାଶିଷ ( ୬୭) ଓ ବିପ୍ଲବ  ସାମନ୍ତରାୟ ( ୧୬) ସତର୍କତାର ସହ ବ୍ୟାଟିଂ କରି  ସ୍କୋରକୁ  ଆଗେଇ ନେଇଥିଲେ । ପ୍ରଥମ ଅଧିବେଶନ ଉଭୟ ବ୍ୟାଟ୍ସମ୍ୟାନଙ୍କ ନାମରେ ରହିଥିଲା ।  ଏଥିରେ ଉଭୟ ଅସମାପ୍ତ  ଅପରାଜିତ ୨୯ ରନ୍‌ ଭାଗିଦାରୀରେ ଆଉ ୫୭ ରନ୍‌ ଯୋଗ କରିଥିଲେ । ବିପ୍ଲବ ଅର୍ଦ୍ଧ ଶତକ ହାସଲ କରିଥିଲେ ।  ପ୍ରଥମ ଅଧିବେଶନ ଶେଷ ସୁଦ୍ଧା  ଦଳୀୟ ସ୍କେର ୪/୨୬୨ରେ ପହଁଞ୍ଚି ଥିଲା । ଦ୍ୱିତୀୟ ଅଧିବେଶନରେ ଝାଡ଼ଖଣ୍ଡ ବୋଲର ଆଶିଷ କୁମାର ସେଟ୍‌  ବ୍ୟାଟ୍‌ସ ମ୍ୟାନ ବିପ୍ଲବଙ୍କୁ ପାଭିଲିୟନ ପଠାଇଥିଲେ ।  ବିପ୍ଲବ ୭୪ ରନ୍‌ କରିଥିଲେ । ଏହାପରେ ଆସିଥିଲେ ୱିକେଟ କିପର ରାଜେଶ ଧୂପର । ସେ ଦେବାଶିଷଙ୍କ ସହ ମିଶି ସ୍କୋରକୁ ଆଗେଇ ନେଇଥିଲେ । ମଧ୍ୟାନ ଭୋଜନ ବିରତି ସୁଦ୍ଧା ଦଳୀୟ ସ୍କୋର ୫/୩୧୫ରେ ପହଁଞ୍ଚି ଥିଲା ।  ୩ୟ ଅଧିବେଶନରେ  ନିୟମିତ ବାବେ ୱିକେଟ ପତନ ଘଟିଥିଲା । ଧୂପର ୨୦, ନବାଗତ ଅଙ୍କିତ ଯାଦବ ୧୨ ରନ୍‌ କରି  ପ୍ୟାଭିଲିୟନ ଫେରିଥିଲେ । ଦେବାଶିଷ ୧୫୦ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଦେବବ୍ରତ ପ୍ରଧାନ ୨୬ , ବସନ୍ତ ମହାନ୍ତି ୮ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଅପରାଜିତ ୧୨ ରନ୍‌ କରି  ଜଳୀୟ ସ୍କୋରକୁ  ୪୩୬ରେ ପହଁଞ୍ଚାଇଥିଲେ ।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ