PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଲୋକସଭାରେ ପିନାକୀ ମିଶ୍ର ଏବଂ ବିଧାନସଭାରେ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ, ବିଜେପିରେ ଅଧିକ ଦାଗୀ ନେତା

ଭୁବନେଶ୍ବର,୨୦।୪:ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ପକ୍ଷରୁ ୩ୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା  ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି । ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୩ ତାରିଖରେ ହେବାକୁ ଯାଉଛି। ଏଥର  ୬ଟି ଲୋକସଭା ଆସନ  ସମ୍ବଲପୁର, କେନ୍ଦୁଝର , ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ  ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଧାନସଭା ଆସନ ପାଇଁ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି ।  

ପ୍ରକାଶ ପାଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି, ୬୦ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ୧୫ ଜଣ (୨୫%) ନେତାଙ୍କ ବିରୋଧରେ ଅପରାଧିକ ମାମଲାରେ ରହିଛି। ଏମାନଙ୍କ ଭିତରୁ ୧୦ ଜଣଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏମାନଙ୍କ ଭିତରେ ବିଜେପିର ସର୍ବାଧିକ ୪ ଜଣ ଦାଗୀ ନେତା ରହିଛନ୍ତି। ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ଲଢୁଥିବା ଓଡିଶାର ୪୨ ବିଧାନସଭାସଭାର ୩୫୪ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୧୧୯ ଜଣ ଦାଗୀ ନେତା। ତେବେ ଅପରାଧ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବିଜେପି।  ଏହାର  ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ଅର୍ଥାତ୍ ୭୧%ଙ୍କ ନାଁରେ ରହିଛି ଅଧିକ ଅପରାଧିକ ମାମଲା । ସେହିଭଳି ବିଜେଡିର ୪୨ ଜଣ ପ୍ରାର୍ଥୀରୁ ୨୦ ଜଣ ଅର୍ଥାତ୍ ୪୮%ଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଅର୍ଥାତ୍ ୪୬%ଙ୍କ ନାଁରେ ରହିଛି ଅପରାଧିକ ମାମଲା ।

୬୦ ଜଣ ଲୋକସଭା ପ୍ରାର୍ଥୀଙ୍କ ତାଲିକାରେ ୧୬ ଜଣ ଅର୍ଥାତ ୨୭ % ପ୍ରାର୍ଥୀ କୋଟିପତି ରହିଛନ୍ତି। ବିଜେଡିରେ ସର୍ବାଧିକ ୫ ଜଣ କୋଟି ପତି ପ୍ରାର୍ଥୀ ରହିଛନ୍ତି। ଲୋକସଭାରେ ପିନାକୀ ମିଶ୍ର ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ ବିଧାନସଭାରେ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ  ରହିଛନ୍ତି। ଲୋକସଭା ପ୍ରାର୍ଥୀ ଥିବା ୩ ଧନୀ ନେତାଙ୍କ ସଂପତି ତାଲିକା ଉପରେ । ଯଦି ନଜର ପକାଇବା ତେବେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେଡି ଦଳର ପିନାକୀ ମିଶ୍ରଙ୍କ ମୋଟ ସମ୍ପତ୍ତି ହେଉଛି ୧୧୭ କୋଟିରୁ  ଉର୍ଦ୍ଧ୍ବ ଟଙ୍କା। ଏହାପରେ ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ, ତାଙ୍କ ପାଖରେ ରହିଛି  ୨୬ କୋଟିରୁ ଅଧିକ ସମ୍ପତ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଢେଙ୍କାନାଳ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ଆଇଏନସିର ରାଜା କାମାକ୍ଷା ପ୍ରସାଦ ସିଂହ ଦେଓ। ତାଙ୍କ ପାଖରେ ରହିଛି ୧୫ କୋଟିରୁ ଅଧିକ  ଟଙ୍କାର ସମ୍ପତ୍ତି।

ସବୁଠାରୁ ଗରିବ ଲୋକସଭା ଆସନର ପ୍ରାର୍ଥୀ ହେଉଛନ୍ତି ପୁରୀରୁ ନିର୍ବାଚନ ଲଢୁଥିବା ସିପିଆଇ(ଏମଏଲ) ନେତା ରଞ୍ଜନ କୁମାର ମିଶ୍ର। ତାଙ୍କ ପାଖରେ ମାତ୍ର ୧ହଜାର ଟଙ୍କା ରହିଛି। ଏହାପରେ ରହିଛନ୍ତି ଏସୟୁସିଆଇ(ସି)ର ନବକିଶୋର ପ୍ରଧାନ। ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପାଖରେ ରହିଛି ୪,୩୮୨ ଟଙ୍କା ଏବଂ ଭୁବନେଶ୍ବର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ସିପିଆଇ(ଏମଏଲ) ପ୍ରାର୍ଥୀ ପ୍ରମିଳା ବେହେରା। ତାଙ୍କ ପାଖରେ ରହିଛି ୪୭,୨୫୨ ଟଙ୍କା।

କେବଳ ସାଂସଦ ପ୍ରାର୍ଥୀ ଥିବା ନେତାଙ୍କ ପାଖରେ ଯେ, ମୋଟା ଅଙ୍କର ସଂପତି ରହିଛି, ତାହା ନୁହେଁ, ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଥିବା ନେତାଙ୍କ ସଂପତି ତାଲିକା ଉପରେ ନଜର ପକାନ୍ତୁ । ବଡମ୍ବାରୁ କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତିଙ୍କ ପାଖରେ ସବୁଠାରୁ ଅଧିକ ୧୦୬.୩୨ କୋଟିରୁ ଅଧିକ। ଏହାପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଘସିପୁରାରୁ ନିର୍ବାଚନ ଲଢୁଥିବା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ତାଙ୍କ ପାଖରେ ରହିଛି ୬୦.୩୪ କୋଟି ଟଙ୍କା। ତୃତୀୟ ସ୍ଥାନରେ ରହିଛନ୍ତି ଚମ୍ପୁଆର ସ୍ବାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରୀପାଠି।   

ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଦେଖିବାକୁ ଗଲେ ୬୦ ଜଣ ଲୋକସଭା ପ୍ରାର୍ଥୀଙ୍କ ଭିତରେ ୧୬ ଜଣ ସ୍ନାତକୋତ୍ତର କରିଥିବା ବେଳେ  ୧୦ ଜଣ ସ୍ନାତକ କରିଛନ୍ତି। ୩୨ ଜଣ ପ୍ରାର୍ଥୀ ତାଙ୍କର ବୟସ ୨୫ରୁ ୫୦ ବର୍ଷ ମଧ୍ୟରେ ବୋଲି ଘୋଷଣା କରିଛନ୍ତି। ସେପରି ୨୮ ଜଣ ପ୍ରାର୍ଥୀ ତାଙ୍କର ବୟସ ୫୧ରୁ ୮୦ ବର୍ଷ ମଧ୍ୟରେ ରହିଛନ୍ତି ବୋଲି ଘୋଷଣା କରିଛନ୍ତି। ୬ ଜଣ ମହିଳା ପ୍ରାର୍ଥୀ ଏଥର ଲୋକସଭା ନିର୍ବାଚନ ଲଢୁଛନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡିଛି।

ସମ୍ବନ୍ଧିତ ଖବର