PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ରାଜ୍ୟରେ ବଜ୍ରପାତ ନେଲା ୬ ଜୀବନ,୪ଜଣ ଗୁରୁତର

ଭୁବନେଶ୍ୱର ୨୬/୮ : ରବିବାର ବଜ୍ରପାତ ଘଟି ରାଜ୍ୟରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଞ୍ଚଳରେ ଦୁଇ ଜଣ, ସାଲେପୁର ବ୍ଲକ ଅଞ୍ଚଳରେ ଜଣେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଜଣେ ଚାଷୀଙ୍କ ପ୍ରାଣହାନି ଘଟିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ୫ ଜଣ ଧାନ ବିଲରେ କାମ କରୁଥିବା ବେଳେ ଓ ଅନ୍ୟ ଜଣେ ପାହାଡ଼ରେ ଛେଳି ଚରାଉଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି ।

ବଲେଶ୍ୱର ସଦର ଥାନା ସିନ୍ଧିଆ ପଞ୍ଚାୟତ ଅନ୍ତର୍ଗତ ବାଲିପାଳ ଗାଁର ଜଳଧର ମହାଳିକଙ୍କ ପତ୍ନୀ ସ୍ୱପ୍ନା(୪୮) ମଧ୍ୟାହ୍ନରେ ବିଲରେ କାମ କରୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ସେ ଚେତାଶୂନ୍ୟ ହୋଇଯିବା ସହ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ରୂପସା ଥାନା ଅନ୍ତର୍ଗତ ପିଞ୍ଛାବଣିଆ ଗ୍ରାମର ସୋମନାଥ ସିଂ(୫୫) ବିଲରୁ ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଚେତା ହରାଇଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ମାହାଙ୍ଗା ବ୍ଲକ ଅଧୀନ ଭେଡ଼ା ପଞ୍ଚାୟତସ୍ଥିତ ଭେଡ଼ା ସାଲେପୁର ଗ୍ରାମର ୭ ନମ୍ୱର ୱାର୍ଡସଭ୍ୟ ନିରଞ୍ଜନ ମଲିକ (୫୫) ଧାନକ୍ଷେତକୁ ଚାଷ କରିବାକୁ ଯାଇଥିଲେ ।

ବଜ୍ରପାତ ହେବାରୁ ସେ ଗୁରୁତର ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ । ଲଳିତଗିରି ପଞ୍ଚାୟତସ୍ଥିତ ଲଳିତଗିରଗ୍ରାମର ବାବୁଲି ଯେନା(୪୯) ଲଳିତଗିରି ପାହାଡ଼ରେ ଛେଳି ଚରାଇବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ସାଲେପୁର ଥାନା ଅଧୀନ ମାଳଶାସନ ପଞ୍ଚାୟତ ଲେଖନପୁର ଗ୍ରାମର ରାଧାକୃଷ୍ଣ ବେହେରାଙ୍କ ପୁଅ ରଞ୍ଜନ ବେହେରା(୪୦)ଙ୍କର ଆଜି ବଜ୍ରାଘାତରେ ମୃତ୍ୟୁ ଘଟିଛି । ସେ ଜଣେ କୃଷି ଶ୍ରମିକ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଆହତ ହୋଇଥିଲେ । କଟକ ବଡ଼ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଦା ଗ୍ରାମର ଚାଷୀ କୃପାସିନ୍ଧୁ ରାଉତ (୫୮) ସବୁଦିନ ପରି କୃପାସିନ୍ଧୁ ଆଜି ବିଲକୁ କାମ କରିବାକୁ ଯାଇଥିଲେ । ବିଲରେ କାମ କରୁଥିବାବେଳେ ଅଚାନକ ବର୍ଷା, ଘଡ଼ଘଡ଼ି ଆରମ୍ଭ ହୋଇ ଯାଇଥିଲା । ସେ ବଜ୍ରାଘାତରେ ବିଲରେ ଟଳି ପଡିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାଞ୍ଚଳରେ ରବିବାର ଅପରାହ୍ଣରେ କେତେକ ଲୋକ ବଜାରରୁ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି । ପାମରା ଗ୍ରାମର କେତେକ ଲୋକ ଏକତ୍ର ଅପରାହ୍ଣରେ ଏକମା ସାପ୍ତାହିକ ବଜାରରୁ ସାଇକେଲରେ ଫେରୁଥିବା ବେଳେ ବାଟରେ ବର୍ଷା ଓ ବଜ୍ରପାତ ହୋଇଥିଲା । ବଜ୍ରପାତରେ ବିନୋଦ ପୋଢ଼ (୩୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋକୁଳା ପୋଢ଼ (୨୨), ଅଶୋକ ଖିଲାରୀ (୨୦) ଓ ବିଷ୍ଣୁ ପୋଢ଼ (୨୧) ଆହତ ହୋଇ ବଡ଼ଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର