PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ: ଛଅଟି ଖଣିରୁ ଆସିବ ଖଣ୍ଡୋଲାଇଟ ପଥର

ପୁରୀ ୧୫/୧୨: ପୁରୀ ଶ୍ରୀମନ୍ଦିର ଚୌହଦିର ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ଖଣ୍ଡୋଲାଇଟ ପଥର (କୁଣ୍ଡାପଥର) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦେଶ ଦେଇଛନ୍ତି କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀ ଅବଲମ୍ବନରେ ଶ୍ରୀମନ୍ଦିର ଚୌହଦିର ସୌନ୍ଦର୍ଯ୍ୟକରଣ କରାଯିବ । କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀରେ ବିନିଯୋଗ ହେଉଛି ଖଣ୍ଡୋଲାଇଟ୍‌ ପଥର । ଏହି ପଥର ଚାହିଦା ପୂରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି ।

ସୂଚନା ମୁତାବକ ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ୬ଟି ଖଣିରୁ ଏହି ପଥର ସଂଗ୍ରହ କରାଯିବ । ଯାଜପୁର ଜିଲ୍ଲାର ଶୁଖୁଆପଡ଼ା, ତେଲିଗଡ଼, କଟକ ଜିଲ୍ଲାର ଗୋବିନ୍ଦପୁର, ଖୋର୍ଦ୍ଧା ଜିଲ୍ଲାର କୁରୁମପଡ଼ା, ନାରାୟଣଗଡ଼ ଖଣିରୁ ଖଣ୍ଡୋଲାଇଟ୍‌ ପଥର ସଂଗ୍ରହ କରିବାକୁ ସ୍ଥପତିମାନେ ପରାମର୍ଶ ଦେଇଛନ୍ତି । ଏସବୁ ଇଲାକାରେ ଖଣ୍ଡୋଲାଇଟ୍‌ ପଥର ଅନ୍ୟ ଇଲାକା ତୁଳନାରେ ଉତ୍ତମ । ତେଣୁ ଏହି ଖଣିରୁ ପଥର ସମୂହର ମାନ ପରୀକ୍ଷା କରି ସଂଗ୍ରହ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଶ୍ରୀମନ୍ଦିର ଚୌହଦିର ସୌନ୍ଦର୍ଯ୍ୟକରଣ ପାଇଁ ପାଖାପାଖି ୨୨ ହଜାର ମେଟ୍ରିକ୍‌ ଟନ୍‌ ଖଣ୍ଡୋଲାଇଟ୍‌ ପଥର ଆବଶ୍ୟକ ପଡ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ ହେଉଥିବା ୧୮ଟି ମଠର ଐତିହ୍ୟ ସମ୍ପନ୍ନ କୋଠାଗୁଡିକର ପୁନଃ ନିର୍ମାଣ ହେବ । ସେହଭଳି ଚୌହଦିରେ ଥିବା ମଠ ସମୂହର ପୂଜାପୀଠ, ମନ୍ଦିର, ମହନ୍ତ ଗାଦି, ମହନ୍ତ ଆସ୍ଥାନ ଆଦିର ପୁନଃ ନିର୍ମାଣ କରାଯିବ । ତାହା ବି କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀରେ ପୁନଃ ନିର୍ମାଣ ହେବ । ସେହିଭଳି ଶ୍ରୀମନ୍ଦିର ଚୌହଦିରେ ରହିଥିବା ଛୋଟବଡ଼ ୧୨ଟି ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବାର ପରିକଳ୍ପନା ରହିଛି । ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ ଓ ପୁରୀ ବିଶ୍ୱ ଐତିହ୍ୟ ସହର ପରିକଳ୍ପନାର ସ୍ଥପତିଙ୍କ କଳ୍ପନା ମୁତାବକ ଶ୍ରୀମନ୍ଦିର ବିଶ୍ୱ ଐତିହ୍ୟ ପରିକଳ୍ପନା, ଶ୍ରୀସେତୁ, ଅଠର ନଳା ଐତିହ୍ୟ ପ୍ରକଳ୍ପ, ମୂଷା ନଈ ସୌନ୍ଦର୍ଯ୍ୟକରଣ, ହ୍ରଦ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସେବା କେନ୍ଦ୍ର, ଯାତ୍ରୀ ବିଶ୍ରାମାଗାର, ଆଚର୍ଯ୍ୟ ହରିହର ଛକ ବିକାଶ, ରଘୁନନ୍ଦନ ପାଠାଗାର ଆଧୁନିକୀକରଣ, ମଠ ସଂସ୍କୃତିର ବିକାଶ ଆଦି ଅବଢ଼ା ଯୋଜନାଭୁକ୍ତ ପ୍ରକଳ୍ପଗୁଡିକ କଳିଙ୍ଗ ପଥର କଳା ନିର୍ମାଣ ଶୈଳୀରେ ନିର୍ମାଣ କରାଯିବ ।

ଏହି ସବୁ ପ୍ରକଳ୍ପଗୁଡିକରେ ବିନିଯୋଗ ହେଉଥିବା କୁଣ୍ଡାପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ ଖୋଦେଇ ହେବ । କଳିଙ୍ଗ ମନ୍ଦିର ନିର୍ମାଣ କଳାର ପ୍ରତିଛବି ସମସ୍ତ ପ୍ରକଳ୍ପରେ ରହିବ । ଏହି ପୃଷ୍ଠଭୂମିରେ ଚାହିଦା ମୁତାବକ ପଥର ଜରୁରି । ଏହି ଚାହିଦା ପୂରଣ ପାଇଁ ପଥର ସଂଗ୍ରହ ତିନି ଗୋଟି ଜିଲ୍ଲାର ଖଣିରୁ ସଂଗ୍ରହ କରାଯିବ । ଖଣି ନିଗମର ଚୁକ୍ତି ମୁତାବକ ଉଚିତ ମାନର ପଥର ଏବଂ ଚାହିଦା ମୁତାବକ ପଥର ସଂଗ୍ରହ କରାଯିବ । ଏହି ପର୍ଯ୍ୟାୟରେ ଅନାବଶ୍ୟକ ପଥରଗୁଡିକୁ ନିଗମ ନିଜେ ନେଇ ବିନିଯୋଗ କରିବ ।

ସମ୍ବନ୍ଧିତ ଖବର