PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ : ବିଜୟ ମିଶ୍ରଙ୍କୁ ‘ଜୟଦେବ ପୁରସ୍କାର’, ମିହିର ଦାସ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର “ଜୟଦେବ ପୁରସ୍କାର’ ବିଶିଷ୍ଟ ଓ ବରିଷ୍ଠ ନାଟ୍ୟକାର, ନିର୍ଦ୍ଦେଶକ, ଫିଲ୍ମ ନିର୍ଦ୍ଦେଶକ, ସଂଳାପ ଓ ଚିତ୍ରନାଟ୍ୟକାର ବିଜୟ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କା ଅର୍ଥରାଶି, ଉପଢ଼ୌକନ, ଟ୍ରଫି ଓ ସ୍ମୃତିଫଳକ ପ୍ରଦାନ କରାଯାଇଛି । ଉତ୍କଳ ମଣ୍ଡପ ଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ସମାରୋହ ମଧ୍ୟରେ ଏହି ପୁରସ୍କାର ଦିଆଯାଇଛି ।

ଶ୍ରେଷ୍ଠ ଚଳଚ୍ଚିତ୍ର “ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ଅକ୍ଷୟ କୁମାର ପରିଜାଙ୍କ ଚଳଚ୍ଚିତ୍ର “ଭିଜା ମାଟିର ସ୍ୱର୍ଗ’କୁ ପ୍ରଦାନ କରାଯାଇଛି । ଏଥିପାଇଁ ପୁରସ୍କାର ଅର୍ଥରାଶି ୫୦ ହଜାର ଟଙ୍କା, ଉପଢ଼ୌକନ, ସ୍ମୃତିଫଳକ ଓ ଟ୍ରଫି ଦିଆଯାଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର (ଭିଜା ମାଟିର ସ୍ୱର୍ଗ), ଶ୍ରେଷ୍ଠ ଅଭିନେତା ମିହିର ଦାସ (ଭିଜା ମାଟିର ସ୍ୱର୍ଗ) ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା (ଚମ୍ପିଆନ) ଙ୍କୁ ପୁରସ୍କୃତ କରାଯାଇଛି । ପୁରସ୍କାର ସ୍ୱରୂପ ସମସ୍ତଙ୍କୁ ଅର୍ଥରାଶି, ଉପଢ଼ୌକନ, ସ୍ମୃତିଫଳକ ଓ ଟ୍ରଫି ପ୍ରଦାନ କରାଯାଇଛି । ଚଳିତ ବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୨୭ଟି ବିଭାଗରୁ ୨୬ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି । ବାକି ଶ୍ରେଷ୍ଠ ଶିକ୍ଷା ଓ ଶିଶୁଭିତ୍ତିକ ବିଭାଗରେ କୌଣସି ସିନେମା ପ୍ରତିଯୋଗିତାକୁ ଆସିନଥିବାରୁ କାହାକୁ ପୁରସ୍କାର ଦିଆଯାଇ ନାହିଁ । ମୋଟ୍‌ ୨୦ଟି ସିନେମା ଜୁରୀମାନଙ୍କ ନିକଟକୁ ଆସିଥିଲା । ସେ ଭିତରେ ୪ଟି ପ୍ରାମାଣିକ, ୧ଟି କ୍ଷୁଦ୍ର ଓ ଆଦିବାସୀ ଚଳଚ୍ଚିତ୍ର ଏବଂ ୧୪ଟି ଫିଚର ଚଳଚ୍ଚିତ୍ର ରହିଥିଲା । ସେଥିରୁ ବଛାଯାଇ ବିଭିନ୍ନ ବିଭାଗରେ ପୁରସ୍କାର ଦିଆଯାଇଛି ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜୁରୀ ଅଧ୍ୟକ୍ଷ ତଥା ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ ପୁରସ୍କାର ପ୍ରଦାନ ସହ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଡ. ରାମକୃଷ୍ଣ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ । ପ୍ରାରମ୍ଭିକ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ସମସ୍ତେ ଅତୀତକୁ ଫେରି ଝୁରି ହେଲେ
ସିନେମାରେ ଭଲ କାହାଣୀ, ନୂଆ ଧାରା ଆପଣାନ୍ତୁ

ଓଡ଼ିଆ ଚଳଚ୍ଚିତ୍ରର ଅତୀତ ବହୁତ ସୁନ୍ଦର । ଚଳଚ୍ଚିତ୍ର ‘ସୀତା ବିବାହ’ରୁ ଆରମ୍ଭ ହୋଇଥିଲା ଯାତ୍ରା । ଆଜି ତାହା ନାହିଁ । ଏନେଇ ନିର୍ମାତା-ନିର୍ଦ୍ଦେଶକ ନୂଆ ଦିଗ ଖୋଜିବା ଦରକାର । ଭଲ କାହାଣୀ । ଯାହା ସ୍ମରଣୀୟ, ପ୍ରେରଣାଦାୟୀ ତାକୁ ନେଇ ନୂଆ ଧାରାରେ ସିନେମା କରନ୍ତୁ । ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସ୍ଥାନ ଦିଅନ୍ତୁ । ଗୁଣାତ୍ମକ, ବୈଷୟିକ ଓ ଚମତ୍କାର ଅଭିନୟକୁ ଗୁରୁତ୍ୱ ଦିଅନ୍ତୁ । ହୁଏତ ଏହା ହେଲେ ଓଡ଼ିଆ ସିନେମା ପୁଣି ଥରେ ତା’ର ସ୍ୱର୍ଣ୍ଣିମ ଅତୀତ ଫେରିପାଇବ । ସେଥିପ୍ରତି ଯତ୍ନଶୀଳ ହେବାକୁ ପଡ଼ିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ, ଗୁଣାତ୍ମକ ଦୃଷ୍ଟିକୋଣରୁ ସୃଜନାତ୍ମକ ସୃଷ୍ଟି ହେବା ଜରୁରି । ଜୁରୀ ଅଧ୍ୟକ୍ଷ ତଥା ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, ଓଡ଼ିଆ ସିନେମା ପରି ମରାଠୀ ଓ ବଙ୍ଗଳା ସିନେମାର ବି ଏହି ଅବସ୍ଥା ଥିଲା । କିନ୍ତୁ ସେମାନଙ୍କ ସରକାରଙ୍କ ପ୍ରୋତ୍ସାହନ ସେମାନଙ୍କୁ ପୁଣି ଠିଆ ହେବାକୁ ସୁଯୋଗ ଦେଲା । ଠିକ୍‌ ସେହିଭଳି ଓଡ଼ିଶା ସରକାର ପ୍ରୋତ୍ସାହନ ଦେବା ଦରକାର ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କୁ ଅବଦାନ ଅବିସ୍ମରଣୀୟ । ତାଙ୍କୁ ଭୁଲି ହେବନି । ସେ କେତେ କଷ୍ଟ କରି ପ୍ରଥମ ସିନେମା କରିଥିଲେ ତାକୁ ତର୍ଜମା କଲେ ଜାଣିପାରିବେ । କିନ୍ତୁ ଆଜି ସେହି ଚଳଚ୍ଚିତ୍ରଟି ନାହିଁ । କେବଳ ଅଳ୍ପ କେତେ ସମୟର ଗୀତ ରହିଛି । ଯଦି ୧୦ ମିନିଟ୍‌ ମିଳେ ତାହାଲେ ବି ଆମେ ତାକୁ ସର୍ବସାଧାରଣରେ ପରିବେଷଣ କରିବୁ । ଆମ ଚଳଚ୍ଚିତ୍ର ସ୍ୱତନ୍ତ୍ର । ଗୀତ ଏହାର ବୈଶିଷ୍ଟ୍ୟ । ଅତୀତରେ ଯେଉଁ ଚଳଚ୍ଚିତ୍ର ହୋଇଛି ତାକୁ ଭୁଲି ହେବନି । ସମସ୍ତେ ନିଜ ବକ୍ତବ୍ୟରେ ପୁରୁଣା ଦିନକୁ ଫେରି ଝୁରି ହୋଇଥିଲେ ।

ଅକ୍ଷୟ ପରିଜାଙ୍କ ହ୍ୟାଟ୍ରିକ୍‌
ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଏହି ପୁରସ୍କାର ପାଇବାରେ ସେ ହ୍ୟାଟ୍ରିକ୍‌ (ଜୀଅନ୍ତା ଭୂତ, କେହି ନୁହେଁ କାହାରି, ଭିଜା ମାଟିର ସ୍ୱର୍ଗ) ଅର୍ଜନ କରିବା ସହିତ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ବିରଳ କୃତିତ୍ୱର ଏକ ନୂଆ ଫର୍ଦ୍ଦ ଯୋଡିଛନ୍ତି । ୧୯୭୩ ମସିହାରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲେ ହେଁ ୧୯୮୮ରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗର ପୁରସ୍କାରକୁ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାମରେ ନାମିତ କରାଯାଇଥିଲା । ଏହା ପରଠାରୁ ଅନ୍ୟ କୌଣସି ପ୍ରଯୋଜକ ୩ଟି ପୁରସ୍କାର ହାସଲ କରିନଥିବା ବେଳେ ନିର୍ଦ୍ଦେଶନା କ୍ଷେତ୍ରରେ ମନମୋହନ ମହାପାତ୍ର ହ୍ୟାଟ୍ରିକ୍‌ ସହ ସର୍ବାଧିକ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି ।

ସମ୍ବର୍ଦ୍ଧିତ ହେଲେ ଜୁରୀ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରୀ କମିଟି ଅଧ୍ୟକ୍ଷ ବିଶିଷ୍ଟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସଦସ୍ୟ ସିନେମାଟୋଗ୍ରାଫର ଶ୍ରୀନିବାସ ମହାପାତ୍ର, ଅଭିନେତା ଅଜିତ ଦାସ, ଗୀତିକାର ବୃନ୍ଦାବନ ଜେନା, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓମ୍‌ ପ୍ରକାଶ ମହାନ୍ତି, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବନ୍ଧିତ ଖବର