PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଓଡ଼ିଶା ସୁପର ମଡେଲ ଗ୍ରୁମ୍‌ ଅପ୍‌ ସେସନ୍‌; ୨୧ରେ ବଛା ହେବେ ବିଜେତା

ଭୁବନେଶ୍ୱର,୧୨ ।୪(ବ୍ୟୁରୋ): ଡିଲାଇଟ୍‌ ସପର୍ସ ପ୍ରାଇଭେଟ ଲିମିଟେଡ(ଡିଏସ୍‌ପିଏଲ୍‌) ସହଯୋଗରେ ୟୁ ଫଙ୍କି ଇନ୍‌ ଷ୍ଟୋର୍‌(ଟ୍ରେଣ୍ଡି ଆଣ୍ଡ୍‌ ଟ୍ରାଡିସନାଲ୍‌) ଦ୍ୱାରା ଆୟୋଜିତ ‘ଫ୍ୟାଶନ୍‌-ଜେଡ୍‌-୧୯ ଓଡ଼ିଶା ସୁପର୍‌ ମଡେଲ୍‌’ ପାଇଁ ଆୟୋଜିତ ଗ୍ରୁମିଂ ସେସନ୍‌ କାର୍ଯ୍ୟକ୍ରମର ଶୁକ୍ରବାର ଥିଲା ଦ୍ୱିତୀୟ ଦିନ । ଯେଉଁଥିରେ ପାଖାପାଖି ୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଗ୍ରୀନ୍‌ ଟ୍ରେଣ୍ଡ୍‌ସ୍‌ଠାରେ ମଡେଲିଂ ସମ୍ପର୍କରେ ତାଲିମ୍‌ ନେବା ସହ ର‌୍ୟାମ୍ପ୍‌ରେ ଚାଲିବା ଅଭ୍ୟାସ କରିଥିଲେ । ଏହାର ସେମିଫାଇନାଲ୍‌ ୧୯ରେ କିଟ୍‌ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ । ୨୧ରେ ଫାଇନାଲ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିରେ ବିଜେତାଙ୍କୁ ସ୍ୱତନ୍ତ୍ର ପୁରସ୍କାରରେ ପୁରସ୍କୃତ କରାଯିବ । ଏଥିରେ ମୁଖ୍ୟ ବିଚାରକ ଭାବେ ମଡେଲ ତଥା ମିସ୍‌ ୟୁନିଭର୍ସ ଇଣ୍ଡିଆ-୨୦୧୮ ନେହଲ ଚୁଡାସମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପୂରବୀ ମିଶ୍ର କହିଛନ୍ତି, ୟୁ ଫଙ୍କି ଇନ୍‌ ଷ୍ଟୋର୍‌(ଟ୍ରେଣ୍ଡି ଆଣ୍ଡ୍‌ ଟ୍ରାଡିସନାଲ୍‌) ପକ୍ଷରୁ ଗତବର୍ଷ ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ଦ୍ୱିତୀୟ ବର୍ଷ । ୟୁ ଫଙ୍କି ଇନ୍‌ ଷ୍ଟୋର୍‌ ନବାଗତ ଡିଜାଇନ୍‌ରଙ୍କ ହସ୍ତତନ୍ତକୁ ନେଇ ନୂଆ ନୂଆ ଡିଜାଇନ୍‌ କରିବାର ସୁଯୋଗ ଦେଉଛି । ଯେଉଁମାନଙ୍କ ଡିଜାଇନ୍‌କୁ ଲୋକଲୋଚନକୁ ଆଣିବା ପାଇଁ ମଡେଲରଙ୍କ ଆବଶ୍ୟକତା ବେଶୀ ରହିଛି । ସେଥିପାଇଁ ଷ୍ଟୋର୍‌ ପକ୍ଷରୁ ଅନଲାଇନ୍‌ରେ ଏକ କ୍ୟାମ୍ପେନ୍‌ କରାଯାଇଥିଲା । ଯେଉଁଥିରେ ବିଭିନ୍ନ କ୍ଷେତ୍ରରୁ ୭୦ଜଣ ଆବେଦନକାରୀ ଆବେଦନ କରିଥିଲେ । ଯେଉଁଥିରୁ ଆଜି ୨୦ଜଣଙ୍କୁ ନେଇ ଗ୍ରୁମିଂ ସେସନ୍‌ ଅନୁଷ୍ଠିତ ହୋଇଥିଲା । ଶୋ’ କୋରିଓଗ୍ରାଫର୍‌ ମିଷ୍ଟର୍‌ ଜନ୍‌ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ର‌୍ୟାମ୍ପ୍‌ ଶୋ’ ସମ୍ପର୍କରେ ତାଲିମ୍‌ ଦେଇଥିଲେ । ଏ ବାବଦରେ ଜନ୍‌ କହିଛନ୍ତି ଦୁଇଟି ପର୍ଯ୍ୟାୟରେ ଏହା କରାଯାଉଛି । ସକାଳ ୯ରୁ ରାତି ୮ଟା ଯାଏଁ ପ୍ରତିଯୋଗୀମାନଙ୍କୁ ମଡେଲିଂର ବିଭିନ୍ନ ପର୍ଯ୍ୟାୟ ବାବଦରେ ତାଲିମ ପ୍ରଦାନ କରାଯାଇଛି । ଯେପରିକି ସେମାନେ କିପରି ଚାଲିବେ, କିପରି ନିଜକୁ ଅନ୍ୟ ଆଗରେ ଉପସ୍ଥାପନ କରିବେ, କିପରି କଥାବାର୍ତ୍ତା କରିବେ । ବିଶେଷ କରି ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।