PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

‘ଓଡ଼ିଶା ସୁପର୍‌ମଡେଲ୍‌’ ଗ୍ରୁମିଂ ସେସନ୍‌ ଯୋଗଦେଲେ ପ୍ରତିଯୋଗୀ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଡିଲାଇଟ୍‌ ଶପର୍ସ ପ୍ରାଇଭେଟ ଲିମିଟେଡ (ଡିଏସ୍‌ପିଏଲ୍‌) ସହଯୋଗରେ ୟୁ ଫଙ୍କି ଇନ୍‌ ଷ୍ଟୋର୍‌(ଟ୍ରେଣ୍ଡି ଆଣ୍ଡ୍‌ ଟ୍ରାଡିସିନାଲ୍‌) ଦ୍ୱାରା ଆୟୋଜିତ ‘ଫ୍ୟାଶନ୍‌ଜେଡ୍‌-୧୯ ଓଡ଼ିଶା ସୁପର୍‌ମଡେଲ୍‌’ର ଗ୍ରୁମିଂ ସେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୨୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଗ୍ରୀନ୍‌ ଟ୍ରେଣ୍ଡସ୍‌ଠାରେ ମଡେଲିଂ ସମ୍ପର୍କରେ ତାଲିମ୍‌ ନେବା ସହ ର‌୍ୟାମ୍ପ୍‌ରେ ଚାଲିବା ଅଭ୍ୟାସ କରିଥିଲେ । ଏହାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜିତ ଗ୍ରୁମିଂ ସେସନ୍‌ରେ ବାକି ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହାର ସେମିଫାଇନାଲ୍‌ ଆସନ୍ତା ଏପ୍ରିଲ୍‌ ୧୯ରେ କିଟ୍‌ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ । ଏପ୍ରିଲ ୨୧ରେ ଫାଇନାଲ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିରେ ବିଜେତାଙ୍କୁ ସ୍ୱତନ୍ତ୍ର ପୁରସ୍କାରରେ ପୁରସ୍କୃତ କରାଯିବ । ଏଥିରେ ମୁଖ୍ୟ ବିଚାରକ ଭାବେ ମଡେଲ ତଥା ମିସ୍ ୟୁନିଭର୍ସ ଇଣ୍ଡିଆ-୨୦୧୮ ନେହଲ ଚୁଡାସମା ଯୋଗ ଦେବେ ବୋଲି ଡିଏସ୍‌ପଏଲ୍‌ ସିଇଓ ପୂରବୀ ମିଶ୍ର କହିଛନ୍ତି ।

ପୂରବୀ ମିଶ୍ର କହିଛନ୍ତି, ୟୁ ଫଙ୍କ୍ ଇନ୍‌ ଷ୍ଟୋର୍‌(ଟେଣ୍ଡ୍ରି ଆଣ୍ଡ୍‌ ଟ୍ରାଡିସିନାଲ୍‌) ପକ୍ଷରୁ ଗତବର୍ଷ ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ଦ୍ୱିତୀୟ ବର୍ଷ । ୟୁ ଫଙ୍କି ଇନ୍‌ ଷ୍ଟୋର୍‌ ନବାଗତ ଡିଜାଇନ୍‌ରମାନଙ୍କୁ ହସ୍ତତନ୍ତକୁ ନେଇ ନୂଆ ନୂଆ ଡିଜାଇନ୍ କରିବାର ସୁଯୋଗ ଦେଉଛି । ଯେଉଁମାନଙ୍କ ଡିଜାଇନ୍‌କୁ ଲୋକଲୋଚନକୁ ଆଣିବା ପାଇଁ ମଡେଲରଙ୍କ ଆବଶ୍ୟକତା ବେଶି ରହିଛି । ସେଥିପାଇଁ ଷ୍ଟୋର୍‌ ପକ୍ଷରୁ ଅନଲାଇନ୍‌ରେ ଏକ କ୍ୟାମ୍ପେନ୍‌ କରାଯାଇଥିଲା । ଯେଉଁଥିରେ ବିଭିନ୍ନ କ୍ଷେତର୍ରୁ ୭୦ଜଣ ଆବେଦନକାରୀ ଆବେଦନ କରିଥିଲେ । ଯେଉଁଥିରୁ ଆଜି ୨୦ଜଣଙ୍କୁ ନେଇ ଗ୍ରୁମିଂ ସେସନ୍‌ ଅନୁଷ୍ଠିତ ହୋଇଥିଲା । ଶୋ’ କୋରିଓଗ୍ରାଫର୍‌ ମିଷ୍ଟର୍‌ ଜନ୍‌ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ର‌୍ୟାମ୍ପ୍‌ ଶୋ’ ସମ୍ପର୍କରେ ତାଲିମ୍‌ ଦେଇଥିଲେ । ଏଥିସହିତ ଅନୁଷ୍ଠାନର ପରିଚାଳନା ନିଦ୍ଦେର୍ଶକ ସୁଧୀରକାନ୍ତ ପଣ୍ଡା, ଫାଇନାଲ୍‌ ଡିଜାଇନ୍‌ର ପ୍ରକାଶ ପରିଡ଼ା, ସର୍ମିଷ୍ଠା ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।