ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ ସିଜନ-୩: ଫ୍ଲାୟର୍ସକୁ ରିଲିଜ୍‌ କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ

ଭୁବନେଶ୍ୱର୧୪/୯: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ସିଜନ-୩ ଆସନ୍ତା ନଭେମ୍ବର ମାସରେ ଆୟୋଜିତ ହେବ । ନୂଆଦିଲ୍ଲୀରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଆଜି ଏହାର ଫ୍ଲାୟର୍ସକୁ ରିଲିଜ୍‌ କରିଛନ୍ତି । ଏହି ଅବସରରେ ନୀଳାଚଳ ସ୍ପୋର୍ଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଦିଲୀପ ମହାନ୍ତି ଉପସ୍ଥିତ ରହିଥିଲେ ।

ସିଜନ ୩ରେ ମୋଟ୍‌ ୮ଟି ଦଳ ଅଂଶ ଗ୍ରହଣ କରିବେ । ପ୍ରତି ଦଳରେ ୮ ଜଣ ଲେଖାଏଁ ଖେଳାଳି ରହିବେ । ମୋଟ୍‌ ୬୪ ଜଣ ପିଲା ବିଭିନ୍ନ ଦଳରେ ସାମିଲ ହେବେ । ସେମାନଙ୍କ ମଧ୍ୟରେ ଜାତୀୟ, ଅନ୍ତର୍ଜାତୀୟ ଓ ରାଜ୍ୟସ୍ତରୀୟ ଖେଳାଳି ରହିଛନ୍ତି । ୫ ଦିନ ଧରି ପ୍ରତିଯୋଗିତା ହେବ । ଗତ ସଂସ୍କରଣ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ନୀଳାଚଳ ସ୍ପୋର୍ଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଦିଲୀପ ଏହାର ମୁଖ୍ୟ ଆୟୋଜକ ରହିଛନ୍ତି ।

   ସମ୍ବନ୍ଧିତ ଖବର


ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା