ନୋ ପାର୍କିଂ ଜୋନ୍‌ରେ ଚଢ଼ଉ: ୧୮ ଜଣ ଭରିଲେ ଜରିମାନା

ଭୁବନେଶ୍ୱର ୨୯/୮: ରାଜଧାନୀର ରାସ୍ତା କଡ଼ ଓ ଫୁଟପାଥ୍‌ରେ ବେଆଇନ ଭାବେ ଗାଡ଼ି ପାର୍କିଂ ଯୋଗୁ ନାହିଁ ନଥିବା ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି । ଏହା ଉପରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଆରମ୍ଭ କରିଛନ୍ତି କାର୍ଯ୍ୟାନୁଷ୍ଠାନ । ହାଉସିଂ ବୋର୍ଡ ଛକରୁ ଏୟାରପୋର୍ଟ ଛକ ମଧ୍ୟରେ ଥିବା ନୋ ପାର୍କିଂ ଜୋନ୍‌ରେ ଚଢ଼ଉ କରାଯାଇ ବୁଧବାର ୧୮ ଜଣଙ୍କ ଠାରୁ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାଛଡ଼ା ଡ୍ରୋନ୍‌ ମାଧ୍ୟମରେ ଦ୍ୱିତୀୟ ଦିନରେ ୨୩ ଜଣ ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କୁ ଧରାଯାଇଛି । ସେମାନଙ୍କ ଠାରୁ ୧୧ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସାରା ଭୁବନେଶ୍ୱରରୁ ମୋଟ ୮୫ ହଜାର ୫୦୦ ଟଙ୍କା ବୁଧବାର ଜରିମାନା ଆଦାୟ ହୋଇଥିବା ଟ୍ରାଫିକ୍‌ ଏସିପି କେକେ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ମୁଁ ଆଡିସ୍‌ନାଲ୍‌ ସେକ୍ରେଟେରୀଙ୍କ ପତ୍ନୀ …
ନୋ ପାର୍କିଂ ଜୋନ୍‌ରେ ଏକ କାର୍‌ ପାର୍କିଂ କରି ପଳାଇଥିଲେ ଜଣେ ମହିଳା । ଚଢ଼ଉ ବେଳେ ପୁଲିସ୍‌ କର୍ମଚାରୀ ଉକ୍ତ ଗାଡ଼ିକୁ ଲକ୍‌ କରି ଦେଇଥିଲେ । କିଛି ସମୟ ପରେ ସେଠାରେ ପହଞ୍ଚିଥିଲେ ସଂପୃକ୍ତ ମହିଳା । ଗାଡି ଲକ୍‌ ଥିବା ଦେଖି ମହିଳା ଜଣକ ରାଗି ଯାଇଥିଲେ । ସେଠାରେ ଉପସ୍ଥିତ ପୁଲିସ୍‌ କର୍ମଚାରୀଙ୍କୁ ଇଂରାଜୀରେ ଗାଳି ଦେଇଥିଲେ । କହିଥିଲେ, ମୁଁ ଆଡିସ୍‌ନାଲ୍‌ ସେକ୍ରେଟେରୀଙ୍କ ପତ୍ନୀ । ମୁଁ ନିଜେ କେନ୍ଦ୍ର ସରକାରଙ୍କ କର୍ମଚାରୀ । ମୋ ସ୍ୱାମୀ ଦିଲ୍ଲୀରେ କାମ କରୁଛନ୍ତି । ମୁଁ ଫାଇନ୍‌ ଦେବି ନାହିଁ । ୫ ମିନିଟ୍‌ ସମୟ ଭିତରେ ଯଦି ଗାଡି ଲକ୍‌ ନ ଖୋଲିବ ତା’ହେଲେ ଅବସ୍ଥା ସମ୍ଭାଳିବ । ଏମିତି ହଟ୍ଟଗୋଳରେ ରାସ୍ତା ଜାମ୍‌ ହୋଇଗଲା । ସ୍ଥିତି ଏମିତି ହେଲା ଯେ, ଟ୍ରାଫିକ୍‌ ଥାନା ଆଇଆଇସି ଆସି ଘଟଣାସ୍ଥଳରେ ପହଞ୍ଚିଲେ । ହେଲେ ମହିଳା ଜଣଙ୍କ ଫାଇନ୍‌ ଦେବେ ନାହିଁ ବୋଲି ଅଡ଼ି ବସିଥିଲେ । ବାଧ୍ୟ ହୋଇ ଟ୍ରାଫିକ୍‌ ପୁଲିସ୍‌ ତାଙ୍କ ଗାଡ଼ି ଲକ୍‌ ଖୋଲି ସେଠାରୁ ବିଦା କରିଥିଲା ।

୬ରେ ବସିବ ବୈଠକ
ଭୁବନେଶ୍ୱରରେ ଦିନକୁ ଦିନ ବଢ଼ୁଥିବା ଟ୍ରାଫିକ୍‌ ସମସ୍ୟାକୁ ଲକ୍ଷ୍ୟ କରି କମିଶନରେଟ୍‌ ପୁଲିସ୍‌ କିଛି ନୂଆ ଯୋଜନା କରିବାକୁ ଯାଉଛି । ଏଥିପାଇଁ ଆସନ୍ତା ୬ ତାରିଖରେ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟ ଏକ ବୈଠକ ବସିବ । ଏଥିରେ ବିଏମ୍‌ସି, ପୂର୍ତ୍ତ ବିଭାଗ, ଆରଟିଓ, ଏନ୍‌ଏଚ୍‌ଆଇ ଓ ଅନ୍ୟ କିଛି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ସମସ୍ୟା ନିରାକରଣ ଲାଗି ସବୁ ବିଭାଗ ମିଳିମିଶି କାମ କରିବେ । ଏହାଛଡ଼ା ମାର୍ଚ୍ଚ ମାସ ପରଠୁ ଟ୍ରାଫିକ୍‌ରୁ ରାଜସ୍ୱ କମ୍‌ ଆସୁଛି । ପୂର୍ବରୁ ଦିନକୁ ୪/୫ ଲକ୍ଷ ଜରିମାନା ଆଦାୟ ହେଉଥିଲା । ବର୍ତ୍ତମାନ ଏହା ଲକ୍ଷେ ଟପୁନି । ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ ।

   ସମ୍ବନ୍ଧିତ ଖବର


ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

୩ ମିନିଟ୍‌ ମଧ୍ୟରେ ଦେଢଲକ୍ଷ ଟଙ୍କାର ସୁନା ଚେନ୍‌ ଚୋରି କରି ଚମ୍ପଟ ମାରିଲେ ମା’ ଓ ଝିଅ: ସିସିଟିଭିରେ ଧରାପଡିଲା ଚୋରଣୀଙ୍କ କାରନାମା

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା

ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍‌ର କାଲାବାବୁ ଗିରଫ

ପୂର୍ବତନ ଆଇଏଏସ୍‌ ଡ. ବି. ଭେଙ୍କଟରମଣଙ୍କ ପରଲୋକ