ଓଡ଼ିଶା ଫେରିବେ ହଂକଂ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅଂଶୁମାନ

ଭୁବନେଶ୍ୱର, ୧୨ ।୯ (ବ୍ୟୁରୋ): ହଂକଂ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି । ହଂକଂ କ୍ରିକେଟ୍‌ ଛାଡ଼ି ସେ ଭାରତୀୟ ଘରୋଇ କ୍ରିକେଟ୍‌ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି । ଏନେଇ ସେ ପ୍ରୟାସ ଆରମ୍ଭ କରିଛନ୍ତି ।

ଫିକ୍ସିଂ ମାମଲାରେ ହଂକଂ କ୍ରିକେଟ୍‌ ଏବେ ଘୋର ସମସ୍ୟାରେ । ତେଣୁ ଅଂଶୁମାନ ସେଠାରେ ଅଧିକ ସମୟ ଅପଚୟ ନକରି ଭାରତ ଆସି ଘରୋଇ କ୍ରିକେଟ୍‌ ଖେଳିବା ଆରମ୍ଭ କରିବେ । ସେ କହିଛନ୍ତି, ଭାରତ ଫେରି ରଣଜୀ କ୍ରିକେଟ୍‌ ଖେଳିବାକୁ ଚାହେଁ । ଭାରତରେ ଘରୋଇ କ୍ରିକେଟ୍‌ ବେଶ ଶକ୍ତିଶାଳୀ । ଓଡ଼ିଶା ପକ୍ଷରୁ ଖେଳିବାକୁ ବହୁ ଇଚ୍ଛା । ତେବେ ଅନ୍ୟ ରାଜ୍ୟମାନଙ୍କୁ ଖେଳିଲେ ବି କିଛି ଅସୁବିଧା ନାହିଁ । ମୋ ପାଖରେ ଭାରତୀୟ ଭିସା ଅଛି । ଏ ସଂପର୍କରେ ବିସିସିଆଇ ସହ ଯୋଗଯୋଗ କରି ସବୁ କିଛି ଠିକ୍‌ କରିବି ।’

ଅଂଶୁମାନଙ୍କ ବାପା ନିୟମିତ ଭୁବନେଶ୍ୱରରୁ ହଂକଂ ଯିବା ଆସିବା କରିଥାନ୍ତି । ସେମିତି ତାଙ୍କ ଜେଜେମା ଭୁବନେଶ୍ୱରରେ ରହୁଥିବାରୁ ସେ ମଧ୍ୟ ମଝିରେ ଭୁବନେଶ୍ୱର ଆସନ୍ତି । ପିଲା ଦିନେ ଭୁବନେଶ୍ୱର ଆସି ଅଂଶୁ ମୁକ୍ତେଶ୍ୱର କ୍ଲବ ପକ୍ଷରୁ ଖେଳୁଥିଲେ । ହଂକଂ ଦଳ ପକ୍ଷରୁ ସେ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ ସୁଯୋଗ ପାଇଥିଲେ । କିଛି ମ୍ୟାଚ୍‌ରେ ସେ ଦଳର ନେତୃତ୍ୱ ମଧ୍ୟ ସମ୍ଭାଳି ଥିଲେ ।

   ସମ୍ବନ୍ଧିତ ଖବର


ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁବାଇ ପହଞ୍ଚିଲେ ଭାରତୀୟ ଖେଳାଳି

IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର