ଜୀବନ ସଜାଡ଼ି ଦେଲା “ଜିନ୍ଦଗୀ ଫାଉଣ୍ଡେସନ୍”: ଓଡ଼ିଶାର ୧୯ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ‌ହେଲେ ସଫଳ

ଭୁବନେଶ୍ବର, ୧୮/ ୧୦: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଯଦି ଆପଣଙ୍କର ଯୋଗ୍ୟତା ଥିବ ଆଉ କିଛି କରି ଦେଖାଇବାର ଇଚ୍ଛା ଥିବ ତାହାଲେ ଆପଣ ନିଶ୍ଚୟ କରି ପାରିବେ। ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଓଡ଼ିଶାର ୧୯ ଜଣ ଛାତ୍ରଛାତ୍ରୀ। ନିଜ ପରିଶ୍ରମ ଓ ଉଦ୍ୟମ ବଳରେ ଏନ୍‌ଇଇଟି ପରୀକ୍ଷାରେ କୃତିତ୍ବ ହାସଲ କରିଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ପରିବାରର ଲୋକ କୃଷକ ହୋଇ ଗୁଜୁରାଣ ମେଣ୍ଟାଉଛନ୍ତି ତ ଆଉ କେତେକ ରାସ୍ତା କଡ଼ରେ ପରିବା ବିକ୍ରିକରି ପରିବାର ଚଳାଇଥାଆନ୍ତି। ଏପରିକି କିଛି ପିଲାଙ୍କ ବାପା ପରିବା ଦୋକାନ ଦେଇଛନ୍ତି ତ ଆଉ କେତେକ ପିଲାଙ୍କ ବାପା ଇଟିଲି, ବରା ଦୋକାନ ଦେଇଛନ୍ତି। ଏଭଳି ପରିବାରରୁ ଆସି ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ କୃତିତ୍ବ ହାସଲ କରି ଇତିହାସ ରଚିଛନ୍ତି।

ସମାଜରେ ଅଭାବଗ୍ରସ୍ତ ଥିବା ପିଲାଙ୍କ ଡାକ୍ତର ହେବାର ସ୍ବପ୍ନକୁ ପୂରଣ କରିଛି ଜିନ୍ଦଗୀ ଫାଉଣ୍ଡେସନ୍। ଚଳିତବର୍ଷ ଏହି ଫାଉଣ୍ଡେସନର ୧୯ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏହି ଫାଉଣ୍ଡେସନର ପ୍ରତିଷ୍ଠାତା ଯିଏକି ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଥିଲେ ତାଙ୍କ କାହାଣୀ ମଧ୍ୟ କୌତୁହଳପୂର୍ଣ୍ଣ। ଜିନ୍ଦଗୀ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଜୟ ସିଂ ବାହାଦୂର ପଇସାର ଅଭାବରୁ ଡାକ୍ତର ହେବାର ସ୍ବପ୍ନ ଭାଙ୍ଗି ଯାଇଥିଲା।

ଅଜୟ ବାହାଦୁର କହିଛନ୍ତି ଯେ, ମୋ ବାପାଙ୍କ ସ୍ବାସ୍ଥ୍ୟ ଭଲ ନଥିଲା ଏବଂ ତାଙ୍କ ଚିିକିତ୍ସା ପାଇଁ ସବୁ ଟଙ୍କା ଖର୍ଚ୍ଚ କରାଯାଉଥିଲା। ସେଥିପାଇଁ ମୁଁ ଚାକିରି କରିବା ପାଇଁ ଯାଇଥିଲି ଓ ଫଳରେ ମେଡିକାଲ ପଢ଼ା ଛାଡ଼ିବାକୁ ପଡ଼ିଥିଲା ବୋଲି ସେ କହିଥିଲେ। ବର୍ତ୍ତମାନ ସମୟରେ ମୁଁ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏହି ଫାଉଣ୍ଡେସନ୍‌ ସହ ଯୋଡ଼ିବୁ ବୋଲି ସେ କହିଛନ୍ତି।

ନିଟ୍‌ରେ ସଫଳତା ପାଇଥିବା ଛାତ୍ରୀ ଖିରୋଦିନୀ ସାହୁ ଯିଏକି ୨,୫୯୪ ର‍୍ୟାଙ୍କ ରହିଛି। ଖିରୋଦିନୀଙ୍କ ବାପା ଜମିରେ କାମ କରି ପରିବାର ଚଳାଇଥାଆନ୍ତି। ଏହିପରି ଭାବେ ପନିପରିବା ବିକାଳିଙ୍କ ପୁଅ ସତ୍ୟଜିତ ସାହୁ ୬୧୯ ନମ୍ବର ରଖି ସଫଳତା ହାସଲ କରିଛି।

ନିଟ୍‌ ପରୀକ୍ଷାରେ କୃତି ହାସଲ କରିଥିବା ଆଉ ଜଣେ ଛାତ୍ର କହିଛନ୍ତି ଯେ, ମୋ ବାପା ଜଣେ କୃଷକ। ମୁଁ ଲକ୍‌ଡାଉନ୍‌ ସମୟରେ ଏଠାକୁ ପଢ଼ିବାକୁ ଆସିଥିଲି। ମୋର ରହିବା ଖାଇବା ଖର୍ଚ୍ଚ ସବୁ ଫାଉଣ୍ଡେସନ୍‌ ବୁଝିଥିଲା ସେଥିପାଇଁ ମୁଁ ଜିନ୍ଦଗି ଫାଉଣ୍ଡେସନ୍‌କୁ ବହୁତ ଧନ୍ୟବାଦ ଜଣାଉଛି।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା