PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରମୋଦଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ: ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର ୨୬/୮ : ସ୍ୱିଜରଲାଣ୍ଡର ବାସେଲ ଠାରେ ଅନୁଷ୍ଠିତ ପାରା ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରତିଭାବାନ୍‌ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଏତିହାସିକ ସଫଳତା ଅର୍ଜନ କରିଛନ୍ତି । ଦିନକ ତଳେ ପୁରୁଷ ଡବଲ୍ସ ଚାମ୍ପିଅନ୍‌ ହୋଇଥିବା ପ୍ରମୋଦ ଆଜି ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ(ଏସ୍‌ଏଲ୍‌-୩ବର୍ଗ)ରେ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ସାବ୍ୟସ୍ତ ହୋଇଛନ୍ତି ପ୍ରମୋଦ ।

ଡବଲ୍ସ ଭଳି ସିଙ୍ଗଲ୍ସ ଫାଇନାଲ୍‌ରେ ସେ ଅନୁରୂପ ପ୍ରଭାବ ବିସ୍ତାର କରି ଖେଳି ରୋମାଞ୍ଚକର ବିଜୟ ହାସଲ କରିଥିଲେ । ସେ ଦ୍ୱିତୀୟ ସିଡ୍‌ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କୁ ୬-୨୧, ୨୧-୧୪, ୨୧-୫ ଗେମରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ପ୍ରମୋଦଙ୍କୁ ୫୧ମିନିଟ୍‌ ଲାଗିଥିଲା । ପାରା ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଏହା ପ୍ରମୋଦଙ୍କର ଚତୁର୍ଥ ସ୍ୱର୍ଣ୍ଣ ପଦକ ରହିଥିଲା ।

ପ୍ରମୋଦଙ୍କ ପ୍ରଭାବୀ ପ୍ରଦର୍ଶନ ଓ ଡବଲ୍‌ ସ୍ୱର୍ଣ୍ଣ ପଦକ ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍‌ କରି ଜଣାଇଛନ୍ତି, ‘ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡ଼ମିଣ୍ଟନ ବିଶ୍ୱ ଚାମ୍ପିଅନସିପ-୨୦୧୯ର ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ସ୍ୱର୍ଣ୍ଣ (ଏସ୍‌ଏଲ୍‌-୩) ସଫଳତା ପାଇଁ ଓଡ଼ିଶାର ଷ୍ଟାର୍‌ ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମୋର ଶୁଭେଚ୍ଛା । ତୁମେ ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛ । ଶୁଭ କାମନା ।’ ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲେଖିଛନ୍ତି, ‘ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ସ୍ୱର୍ଣ୍ଣିମ ସଫଳତା ପାଇଁ ଆଜି ସାରା ଓଡ଼ିଆ ଜାତି ସମେତ ଦେଶବାସୀ ଗର୍ବିତ ।

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍‌ରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିବାରୁ ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରମୋଦଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖେ କାମନା ।’ ମ୍ୟାଚ୍‌ ଆରମ୍ଭରୁ ବେଥେଲ ଉନ୍ନତ ଖେଳ ପ୍ରଦର୍ଶନ କରି ପ୍ରଥମ ଗେମ୍‌ ହାତେଇ ଥିଲେ । ଦ୍ୱିତୀୟ ଗେମ୍‌ରେ ପ୍ରମୋଦ ଲଢୁଆ ଖେଳ ପ୍ରଦର୍ଶନ କରି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଗେମ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା ।

ଶେଷରେ ପ୍ରମୋଦ ଚତୁରତାର ସହ କିଛି ପଏଣ୍ଟ ହାତେଇ ଦ୍ୱିତୀୟ ଗେମ୍‌ ଜିତିଥିଲେ । ତୃତୀୟ ଗେମ୍‌ ସମ୍ପୂର୍ଣ୍ଣ ଏକ ତରଫା ରହିଥିଲା । ବେଥେଲଙ୍କୁ ସହଜରେ ପଏଣ୍ଟ ଦେଇ ନଥିଲେ ପ୍ରମୋଦ । ଧୈର୍ଯ୍ୟ ହରାଇ ବେଥେଲ ତ୍ରୁଟି କରିଥିଲେ । ପ୍ରମୋଦ ଏହାର ଫାଇଦା ଉଠାଇ ସ୍ମରଣୀୟ ବିଜୟ ହାସଲ କରିଥିଲେ ।
ସେ ପୂର୍ବରୁ ପୁରୁଷ ଡବଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଫାଇନାଲ୍‌ରେ ନିତେଶ କୁମାର ଓ ତରୁଣ ଯୋଡିଙ୍କୁ ୧୪-୨୧, ୨୧-୧୫, ୨୧-୧୬ ଗେମ୍‌ରେ ହରାଇଥିଲେ ।

ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଭାରତ ମୋଟ୍‌ ୧୨ଟି ପଦକ ହାସଲ କରିଥିଲା । ଅନ୍ତିମ ଦିବସରେ ପ୍ରମୋଦଙ୍କ ସହ ଏସ୍‌ଏଲ୍‌-୪ ବର୍ଗରେ ତରୁଣ ରୌପ୍ୟ ପଦକ ଜିତିଥିଲେ । ସେହିପରି ଏସ୍‌ଏଲ୍‌-୩ ବର୍ଗରେ ମନୋଜ ସରକାର, ଏସଏଲ୍‌-୪ ବର୍ଗରେ ଶୁକାନ୍ତ କଦମ, ଏମ୍‌ଏସ୍‌ ଏସଏସ୍‌-୬ ବର୍ଗରେ କ୍ରିଷ୍ଣା ନାଗର ଓ ଏସୟୁ-୫ ବର୍ଗରେ ରାକୁମାର ଓ ରାକେଶ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।