ଇତିହାସ ରଚିଲେ ଓଡ଼ିଆ ପୁଅ -୧୦୦ ପ୍ରତିଶତ ନମ୍ୱର ରଖି ହେଲେ NEET ଟପ୍ପର

ନୂଆଦିଲ୍ଲୀ – ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି  NEET ପରୀକ୍ଷାର ଫଳାଫଳ ଶୁକ୍ରବାର ( ଅକ୍ଟୋବର ୧୬) ରେ ଘୋଷଣା ହୋଇଛି । ଏଥିରେ ଓଡ଼ିଶାର ଶୋଏବ ଆଫତାବ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷରେ ସ୍ଥାନ ଅଧିକାର କରିଛନ୍ତି। ସେ ୧୦୦ପ୍ରତିଶତ ନମ୍ୱର ରଖି ନୂଆ ଇତିହାସ ରଚିଛନ୍ତି ।

ଶୋଏବ ଆଫତାବ NEET ପରୀକ୍ଷାରେ ମୋଟ୍‌ ୭୨୦ ନମ୍ୱରରୁ ୭୨୦ ନମ୍ୱର ହାସଲ କରି ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । ସେ ଟପ୍‌ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି।  କାରଣ ଶୋଏବ ଓଡ଼ିଶାର ପ୍ରଥମ ଛାତ୍ର, ଯିଏ କି  NEETରେ ଟପ୍‌ କରିଛନ୍ତି । ୧୦୦ ପ୍ରତିଶତ ନମ୍ୱର ପାଇଥିବା ଶୋଏବଙ୍କ ପରିବାର ନିଜର ପୁଅର ଫଳାଫଳ ଆସିବା ପରେ ବହୁତ ଖୁସି ଅନୁଭବ କରିଛନ୍ତି।

NEET result: Who is Shoyeb Aftab, who scored full marks • groundreport.in

ସୂଚନା ଯେ, କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି  NEET ୨୦୨୦ ପରୀକ୍ଷା ୧୩ ସେପ୍ଟେମ୍ୱରରେ ଆୟୋଜିତ କରାଯାଇଥିଲା ।  NEET ପରୀକ୍ଷା ଜରିଆରେ ସାରା ଦେଶରେ ମେଡିକଲ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ରେ ଆଡ୍‌ମିଶନ ଦିଆଯାଏ । ଏଥିରେ ଅଲ୍‌ ଇଣ୍ଡିଆ ରାଙ୍କିଂ ହିସାବରେ  ଦେଶର ଟପ୍‌ ମେଡିକଲ ସଂସ୍ଥାଗୁଡ଼ିକରେ  ନାମ ଲେଖାଇବାର ସୁଯୋଗ ମିଳିଥାଏ ।

ଚଳିତ ଥର କରୋନା ଯୋଗୁଁ କଣ୍ଟେନମେଣ୍ଟ ଜୋନ୍‌ର ପରୀକ୍ଷା କେନ୍ଦ୍ର ବାତିଲ ହୋଇଥିଲା।  ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସବୁ ଗାଇଡ୍‌ଲାଇନକୁ ଧ୍ୟାନରେ ରଖି ସାରାଦେଶରେ ପରୀକ୍ଷା ଆୟୋଜିତ କରାଯାଇଥିଲା । ଏହି ପରୀକ୍ଷା ପାଇଁ ସାରା ଦେଶରେ ୧୫ ଲକ୍ଷରୁ ଅଧିକ ଛାତ୍ର ଫର୍ମ ପୂରଣ ଥିଲେ ।

୧୬ ଅକ୍ଟୋବରରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି , ଏନଟିଏ ନିଜର ଅଫିସିଆଲ ୱେବସାଇଟ୍‌ ntaneet.nic.inରେ NEETରେଜଲ୍ଟ ଜାରି କରିଛି । ଚଳିତ ବର୍ଷ NEET ୨୦୨୦ ପରୀକ୍ଷା ୩,୮୦୦ଟି କେନ୍ଦ୍ରରେ ଆୟୋଜିତ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ