PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ମାଷ୍ଟର୍ସ୍‌ ସେଫ୍‌ରେ ଅନୁଗୁଳର ଝିଅ ସ୍ମୃତିଶ୍ରୀଙ୍କ କମାଲ୍‌, ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ପାଇଲେ ସ୍ଥାନ

ଅନୁଗୁଳ ୧୫/୧୨: ଜାତୀୟ ଟିଭି ଚ୍ୟାନେଲ୍‌ର ପ୍ରସିଦ୍ଧ କୁକ୍‌ ରିଏଲିଟି ସୋ’ ମାଷ୍ଟର୍ସ ସେଫ୍‌ ସିଜନ୍‌-୬ରେ ପୁଣି ଓଡ଼ିଆଙ୍କ କମାଲ୍‌ । ଗଞ୍ଜାମ ଜିଲ୍ଲାର ୨୭ ବର୍ଷୀୟ ଯୁବକ ଅବିନାଶ ନାୟକଙ୍କ ପରେ ଚମକିଛନ୍ତି ଅନୁଗୁଳର ଝିଅ ସ୍ମୃତିଶ୍ରୀ ସିଂହ । ଏହି ୨୬ ବର୍ଷୀୟା ଯୁବତୀଙ୍କ ହାତ ତିଆରି ‘ହେଲ୍‌ଦି ଡିସ୍‌’ କେବଳ ବିଚାରକଙ୍କ ମନ ଜିଣି ବରଂ ସ୍ମୃତିଶ୍ରୀ ଶ୍ରେଷ୍ଠ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ନିଜର ସ୍ଥାନ ପକ୍କା କରି ଆଗକୁ ବଢ଼ିଛନ୍ତି ।

ସମଗ୍ର ଦେଶରୁ ଅଢ଼େଇ ଲକ୍ଷରୁ ଊଦ୍ଧ୍ୱର୍ ପ୍ରତିଯୋଗୀଙ୍କୁ ନେଇ ‘ମାଷ୍ଟର୍ସ ସେଫ୍‌ ସିଜନ୍‌-୬’ର ଅଡିସନ୍‌ ହୋଇଥିଲା । ଭୁବନେଶ୍ୱରରେ ଅଡ଼ିସନ୍‌ ଦେଇଥିଲେ ସ୍ମୃତିଶ୍ରୀ । ସୁଆଦିଆ ଖାଦ୍ୟରେ ବିଚାରକଙ୍କୁ ତୃପ୍ତ କରି ସେ ୫୦ ଜଣ ପ୍ରତିଯୋଗୀ ବିଶିଷ୍ଟ ମେଗା ଅଡିସନ୍‌କୁ ଉନ୍ନୀତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ଚୟନ ହୋଇ ସାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ମୋଟ୍‌ ୧୧ ଜଣ ପ୍ରତିଯୋଗୀଙ୍କୁ ନେଇ ହୋଇଥିଲା ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ।

ଏଥିରେ ସାମିଲ୍‌ ଥିଲେ ସ୍ମୃତିଶ୍ରୀ । ମେଗା ଅଡିସନ୍‌ରେ ସ୍ମୃତିଶ୍ରୀ ‘କୁଟ୍ଟୁ-ଏ-ପାସ୍ତା’ ନାମକ ଏକ ହେଲ୍‌ଦି ବ୍ୟଞ୍ଜନ ପ୍ରସ୍ତୁତ କରି ବିଚାରକଙ୍କ ହୃଦୟ ଜିତିଥିଲେ । ଶନିବାର ପ୍ରସାରିତ ସୋ’ରେ ପ୍ରଥମେ ୧୧ ଜଣ ପ୍ରତିଯୋଗୀଙ୍କୁ ମିଠା ପ୍ୟାଣ୍ଟ୍ରି, ଦେଶୀ ପ୍ୟାଣ୍ଟ୍ରି ଓ ହେଲଦି ପ୍ୟାଣ୍ଟ୍ରି ମଧ୍ୟରୁ ଗୋଟିଏ ଚୟନ କରି ଖାଦ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ସ୍ମୃତିଶ୍ରୀ ହେଲଦି ପ୍ୟାଣ୍ଟ୍ରି ଚୟନ କରିଥିଲେ । ଏକ ଘଣ୍ଟାର ସମୟ ମଧ୍ୟରେ ସେ ଇଣ୍ଡିଆନ୍‌ ଇଟାଲିୟାନ୍‌ ଡିସ୍‌ ‘କୁଟ୍ଟୁ-ଏ-ପାସ୍ତା’ ପ୍ରସ୍ତୁତ କରିଥିଲେ । ଡିସ୍‌କୁ ଅଧିକ ସୁଆଦିଆ କରିବା ପାଇଁ ପ୍ରସ୍ତୁତ କରିଥିଲେ ଏକ ସସ୍‌ । ଯାହାକି ତିନି ବିଚାରକ ବିକାଶ ଖାନ୍ନା, ରଣବୀର ବ୍ରାର୍‌ ଓ ବୀନିତ୍‌ ଭାଟ୍ଟିଆଙ୍କ ପସନ୍ଦ ଆସିଥିଲା ।

ସ୍ମୃତିଶ୍ରୀ ଶ୍ରେଷ୍ଠ-୧୫ରେ ମନୋନୀତ ଘୋଷଣାକୁ ନେଇ ଜଜ୍‌ ରଣବୀର ବ୍ରାର ଅଧିକ ରହସ୍ୟପୂର୍ଣ୍ଣ କରିଥିଲେ । ତୁମେ କାହିଁକି ମାଷ୍ଟର୍‌ ସେଫ୍‌ ଆପ୍ରୋନ୍‌ ପିନ୍ଧିବାକୁ ଯୋଗ୍ୟ ବୋଲି ପ୍ରଶ୍ନ କରିଥିଲେ ସେ । ଉତ୍ତରରେ ସ୍ମୃତିଶ୍ରୀ କହିଥିଲେ, ଓଡ଼ିଶାରୁ ଆସିଛୁ କହିଲେ ଅନେକ ଜାଣିପାରୁନାହାନ୍ତି । ଓଡ଼ିଶା କେଉଁଠି ବୋଲି ପ୍ରଶ୍ନ କରୁଛନ୍ତି । ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଚାହୁଁଛି ବୋଲି ସ୍ମୃତିଶ୍ରୀ ପ୍ରକାଶ କରିଥିଲେ । ଏହାପରେ ରଣବୀର ସିଧାସଳଖ ସ୍ମୃତିଙ୍କ ମା’ଙ୍କ ପାଖକୁ ଫୋନ୍‌ କରିଥିଲେ । ବିଶ୍ୱାସ କରିପାରିନଥିଲେ ସ୍ମୃତି । ଫୋନ୍‌ରେ ହିଁ ସ୍ମୃତି ମାଷ୍ଟର୍ସ ସେଫ୍‌ର ଆପ୍ରୋନ୍‌ ବିଜୟିନୀ ହେଉଥିବା ଘୋଷଣା କରିଥିଲେ ରଣବୀର । ବିଜୟିନୀ ହେବା ପରେ କୋହ ଅଟକାଇ ପାରିନଥିଲେ ସ୍ମୃତିଶ୍ରୀ । ସୋ’ରେ କାନ୍ଦି ପକାଇଥିଲେ । ସ୍ମୃତିଶ୍ରୀଙ୍କ ‘ଟାଟୁ’କୁ ନେଇ ଢେର ଚର୍ଚ୍ଚା ହୋଇଥିଲା । ସେ ତାଙ୍କ ହାତରେ ତାଙ୍କ ଆଦର୍ଶ ବିକାଶ ଖାନ୍ନାଙ୍କ ନାମ ଲେଖି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।

ସ୍ମୃତିଶ୍ରୀଙ୍କ ଘର ଅନୁଗୁଳ ସହରର ଗାନ୍ଧିମାର୍ଗରେ । ତାଙ୍କ ବାପା ରଞ୍ଜିତ ସିଂହ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟର ଜଣେ କର୍ମଚାରୀ ଓ ମା’ ରୀତା ସିଂହ ଜଣେ ଗୃହିଣୀ । ସ୍ମୃତିଶ୍ରୀ ବିଜ୍ଞାନରେ ସ୍ନାତକ ସାରିବା ପରେ ଭୁବନେଶ୍ୱରରେ ହୋଟେଲ୍‌ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ । ପରେ ବିଭିନ୍ନ ହୋଟେଲ୍‌ରେ ସେଫ୍‌ ଭାବେ କାର୍ଯ୍ୟ କରିବା ପରେ ଏବେ ଭୁବନେଶ୍ୱରର ଏକ ହୋଟେଲ୍‌ରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ୨୦୧୧ରେ ମଧ୍ୟ ସ୍ମୃତିଶ୍ରୀ ମାଷ୍ଟର୍ସ ସେଫ୍‌ର ଅଡିସନ୍‌ ଦେଇଥିଲେ ହେଁ ଆଗକୁ ବଢ଼ିପାରିନଥିଲେ । ଚଳିତ ସିଜନରେ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ଆଗକୁ ବଢ଼ିବା ସହ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ପ୍ରକାଶ କରିଛନ୍ତି ।