ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ତାଳଚେର,30/୯ : ଉତ୍ତରପ୍ରଦେଶର ମୀର୍ଜାପୁରଠାରେ ଜଣେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ଜୀବନନ୍ଦୁ ରଥ (୩୫) ଓ ତାଙ୍କ ଘର ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ । ଜୀବନନ୍ଦୁ ମୀର୍ଜାପୁର ଠାରେ ଥିବା ଶାନ୍ତିଗୋପାଳ କନକାଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ଦୁଇ ବନ୍ଧୁଙ୍କ ସହ ମାର୍କେଟିଂ କରିବାକୁ ଯାଇ ଫେରିବା ବେଳେ ଚାରି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଘଟଣାସ୍ଥଳରେ ଜୀବନନ୍ଦୁଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଦୁଇ ବନ୍ଧୁଙ୍କୁ ପୁଲିସ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅକ୍ଷୟ କୁମାର ରଥଙ୍କ ଏକମାତ୍ର ପୁତ୍ର ଥିଲେ ଜୀବନନ୍ଦୁ । ରୋଜଗାରିଆ ପୁଅକୁ ହରାଇ ପିତା ଅକ୍ଷୟ ମର୍ମାହତ ହୋଇପଡ଼ିଛନ୍ତି । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ରାତି ସୁଦ୍ଧା ଜୀବବନ୍ଦୁଙ୍କ ମୃତଦେହ ଗୁରୁଜାଙ୍ଗୁଲି ସ୍ଥିତ ବାସଭବନକୁ ଅଣାଯିବ ବୋଲି ବ୍ଲକ୍‌ ଅଧ୍ୟକ୍ଷ ବୃନ୍ଦାବନ ବେହେରା ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ