ମାଲିରେ ଜେହାଦୀ ଆକ୍ରମଣ, ଗୋଟିଏ ଗାଁର ୧୧୫ ଜଣ ମୃତ

ବମାକୋ: ୨୪।୩;ମଧ୍ୟ ମାଲିର ପିୟୁଲ ସମୁଦାୟର ଓଗୋସାଗୁ ଗାଁରେ ସ୍ଥାନୀୟ ସମୁଦାୟ ଡୋଗୋନମାନେ ଆକ୍ରମଣ କରି ୧୧୫ ଜଣଙ୍କୁ ହତ୍ୟା କରିଛନ୍ତି। ଗାଁର ମୁଖିଆ ଇଗୋସ୍ୟାଗିଙ୍କ ତାଙ୍କର ନାତି-ନାତୁଣୀଙ୍କ ସହ ମଧ୍ୟ ହତ୍ୟା କରାଯାଇଛି। ଏହି ଘଟଣାଟି ଗତକାଲି ଘଟିଥିବା ବେଳେ ଆଜି ଏହାର ସୂଚନା ମିଳିଛି।  ଗାଁ ନିକଟରେ ଥିବା ସହର ବଙ୍କାସର ମେୟର  ମୋଲାଏ ଗୁଇନ୍ଦୋ କହିଛନ୍ତି, ସେହି ଅଞ୍ଚଳରେ ଏହାକୁ ସବୁଠାରୁ ବଡ ଜେହାଦୀ ହିଂସା ବୋଲି କହିଛନ୍ତି।ଶିକାରୀ ବେଶଭୂଷାରେ ଆସିଥିବା ଏହି ଲୋକମାନେ ଭୋର ୪ଟା​‌ ବେଳେ ଗୁଳିମାଡ କରିଥିଲେ।

 ସ୍ଥାନୀୟ ଳୋକଙ୍କ କହିବା ଅନୁସାରେ ଏହି ଆକ୍ରମଣ ପଛରେ ଅଲକାଏଦା ସହିତ ଜଡିତ ସଂଗଠନ ବିରୋଧରେ ପାଲଟା କାର୍ଯ୍ୟନୁଷ୍ଠାନ ବୋଲି କୁହାଯାଉଛି, ଯିଏ ୨୩ ଜଣ ସୈନିକଙ୍କୁ ମାରିବା ପାଇଁ ନିଜକୁ ଦାୟୀ କରିଥିଲା। ଜାତିସଂଘର ସୁରଦା ପରିଷଦ ମାଲିରେ ଚାଳିଥିବା ହିଂସାକାଣ୍ଡର ସମାଧାନ ବାହାର କରିବାରେ ଲାଗିପଡିଛି। କିଛି ଦିନ ତଳେ ଏହାର ପ୍ରତିନିଧି ସେଠାକୁ ଆସିଥିଲେ। କୁହାଯାଉଛି ଯେ, ଶନିବାର ହୋଇଥିବା ଏହି ଆକ୍ରମଣ ଜାରିସଂଘର ହସ୍ତକ୍ଷେପ ବିରୋଧରେ କରାଯାଇଥାଇପାରେ।

ଏଠାରେ ଉଲ୍ଳେଖନୀୟ ଯେ ତୁଆରେଙ୍ଗ ବିଦ୍ରୋହୀ ଲିବ୍ୟାରେ ଗଦାଫିଙ୍କ ବିରୋଧରେ ଲଢୁଥିଲେ। ୨୦୧୧-୧୨ରେ ମାମଳିରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ସେବେଠାରୁ ମାଲିରେ ଅରାଜକତା ଜାରି ରହିଛି।  ଫ୍ରାନ୍ସ ଏହି ଜେହାଦୀଙ୍କୁ ବାହାର କରିବାର ଚେଷ୍ଟା କରିଥିଲା, କିନ୍ତୁ ସଫଳ ହୋଇନଥିଲା। ସରକାର ଓ ବିଦ୍ରୋହୀଙ୍କ ମଦ୍ୟରେ ୨୦୧୫ରେ ଶାନ୍ତି ରାଜିନାମା ହୋଇଥିଲା, କିନ୍ତୁ  ଉତ୍ତର –ପୂର୍ବ ମାଲିର ଅଧିକାଂଶ ଅଂଶ ଏହି ବିଦ୍ରୋହୀଙ୍କ ଅକ୍ତିଆରରେ ରହିଛି। ଗତବର୍ଷ ଏହି ବିଦ୍ରୋହୀମାନେ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲେ, ସେବେଠାରୁ ଏହି ହିଂସାକାଣ୍ଡ ଆହୁରି ବଢିଯାଇଛି।  ମାଲିର ସେନା ଓ ନାଗରିକ ସେନାର ସଦସ୍ୟ ଆତଙ୍କବାଦକୁ ଶେ​‌ଷ କରିବା ପାଇଁ ଲଗାତାର କାମ କରୁଛନ୍ତି।   

   ସମ୍ବନ୍ଧିତ ଖବର


ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…

ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ – ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଚପଲ ପିଙ୍ଗିବା ନେଇ ୩ ଗରିଫ