
ଭୁବନେଶ୍ୱର ୨/୧୨: ବଡଦିନ ଓ ନୂଆବର୍ଷ ପାଇଁ ବାଣ କଟକଣା । ବଡଦିନ ଓ ନୂଆବର୍ଷରେ ବାଣ ଫୁଟା ଉପରେ କଟକଣା ଜାରି ହୋଇଛି । ଏନେଇ କଟକଣା ଜାରି କରିଛନ୍ତି ଓଏଚଆରସି । କେବଳ ରାତି ୧୧ଟା ୫୫ରୁ ୧୨ଟା ୩୦ ଯାଏଁ ବାଣ ଫୁଟି ପାରିବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଓଏଚ୍ଆରସି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସବୁ ଥାନାଧିକାରୀଙ୍କୁ ଏହି ଗାଇଡଲାଇନ୍ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
