PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ମାଲେସିଆ ଜାହାଜର ଟ୍ୟାଙ୍କରରୁ ତେଲ ନିଷ୍କାସନ ଜାରି

ପୁରୀ ୨୯/୮: କୃଷ୍ଣପ୍ରସାଦ ଉପକୂଳରେ ଲାଗିଥିବା ମାଲେସିଆ ଜାହାଜର ଟ୍ୟାଙ୍କରରୁ ତେଲ ଖାଲି କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି । ଛୋଟ ଛେଟ ଟ୍ୟାଙ୍କରରେ ଜାହାଜରୁ ପାଇପ୍‌ ଲଗାଇ ତେଲ କଢ଼ାଯାଉଛି । ଏହି ଜାହାଜରେ ୩୦ ହଜାର ଲିଟର ତେଲ ରହିଛି । ତେଲ ଖାଲି କରିବାକୁ ୩ଦିନ ଲାଗିଯିବା ଅନୁମାନ କରାଯାଉଛି । ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି କାଲିଠାରୁ ମାଲେସିଆ ଜାହାଜରୁ ତେଲ ନିଷ୍କାସନ ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ହୋଇଛନ୍ତି । ଜାହାଜରୁ ତେଲ ନିଷ୍କାସନ ପାଇଁ ସମୟ ଲାଗିବ । ଏହା ଦ୍ୱାରା ତେଲ ପ୍ରଦୂଷଣ ନେଇ ଚାଲିଥିବା ନାନା କଳ୍ପନାଜଳ୍ପନାର ଅବସାନ ଘଟିବା ଆଶା କରାଯାଉଛି ।

କୋଲକାତା, ବାଲେଶ୍ୱର ଓ ପାରାଦୀପ ବନ୍ଦରରୁ ୩ଟି ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଜାହାଜରୁ ତେଲ କାଢ଼ିବା ପାଇଁ ପାଇପ୍‌ ବିଛାଇଥିଲେ । ସମୁଦ୍ର କୂଳରେ ଥିବା ଜାହାଜରୁ ପାଇପ୍‌ ଚିଲିକା କୂଳ ପର୍ଯ୍ୟନ୍ତ ବିଛା ଯାଇଛି । ବ୍ରହ୍ମପୁରରୁ ଆସିଥିବା ବଡ଼ ବଡ଼ ଡ୍ରମ୍‌ ମାଧ୍ୟମରେ ତେଲ କଢ଼ା ଯାଇ ଚିଲିକାରେ ଘେରିକଟା ଭେସେଲ ଦ୍ୱାରା ସାତପଡ଼ାସ୍ଥିତ ସିଡିଏ କାର୍ଯ୍ୟାଳୟକୁ ଅଣାଯିବାର ବ୍ୟବସ୍ଥା ହୋଇଛି ।

ଇତିମଧ୍ୟରେ ଜାହାଜ କମ୍ପାନି ନିର୍ଦ୍ଦେଶକଙ୍କ ସହ ରାଜ୍ୟ ପ୍ରଶାସନ ଯୋଗାଯୋଗ କରିବାରେ ସଫଳ ହୋଇଥିବାର ପରିବହନ ବିଭାଗ କହିଛି । ଜାହାଜ କମ୍ପାନିର ନିର୍ଦ୍ଦେଶକ ପହଞ୍ଚିବା ପରେ ଜାହାଜକୁ ଉଦ୍ଧାର କରାଯିବ ।

ସମ୍ବନ୍ଧିତ ଖବର