ବେଲଗାମ ତୈଳଦର, ସପ୍ତାହକ ମଧ୍ୟରେ ବଢିଲାଣି ୬ ଥର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ ହେଉଛି ତୈଳଦର । ଗତ ସପ୍ତାହକ ମଧ୍ୟରେ ୬ ଥର ପେଟ୍ରୋଲ ଦରବୃଦ୍ଦିରେ ପରିବର୍ତ୍ତନ ହୋଇଛି । ଶନିବାର ଏହି ଦର ଲିଟର ପିଛା ୧୬ ପଇସା ବୃଦ୍ଧି ଘଟି ଟ ୮୧.୩୫ ରେ ପହଞ୍ଚିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଲଗାତାର ତୃତୀୟ ଦିନଧରି ତୈଳ ଦରବୃଦ୍ଦିରେ ପରିବର୍ତ୍ତନ ହୋଇଥିବା ବେଳେ ସାଧାରଣ ଖାଉଟିଙ୍କ ଉପରେ ଏହାର ସିଧା ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ।

 ଦିଲ୍ଲୀରେ ପେଟ୍ରୋଲ ଦର ଟ୮୧.୩୫ ରହୁଥିବା ବେଳେ ମୁମ୍ବାଇରେ ଏହାର ଦର ଲିଟର ପିଛା ଟ୮୮.୦୨ପଇସା ରହିଛି । ତେବେ ପୂର୍ବଭଳି ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଲଗାତାର ଭାବେ ଗତ ୨୩ଦିନ ହେବ ଡିଜେଲ ମୂଲ୍ୟ ସ୍ଥିର ରହିଛି । ନିକଟରେ ଦିଲ୍ଲୀ ସରକାର ଡିଜେଲ ଉପରୁ ଟ୧୩.୨୫ ଭାଟ୍ ହ୍ରାସ କରିବା ନେଇ ଘୋଷଣା କରିବା ପରେ ଲିଟର ପିଛା ଟ୮.୩୬ ମୂଲ୍ୟ ହ୍ରାସ ହୋଇ ଟ୭୩.୫୬ରେ ସ୍ଥିର ରହିଛି ।

   ସମ୍ବନ୍ଧିତ ଖବର


ବିବାହରେ ଅତିଥି କଟକଣା-କାର୍ଡ ନେବାକୁ ଆସୁନାହାନ୍ତି ଗ୍ରାହକ

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟିଲେ ଏଲନ୍ ମସ୍କ

୪୩ ମୋବାଇଲ୍ ଆପ୍ସ ଉପରେ ଲାଗିଲା କଟକଣା

ଫୋନରେ ଅତି ସହଜ ଟାସ୍କ ପୂରା କରି କମାଇ ପାରିବେ ପଇସା, ଗୁଗଲ ଆଣୁଛି ଏହି ଆପ୍

ପ୍ରତିଦିନ ୧.୫ ଜିବି ଡାଟା ସହ ମିଳୁଛି ଫ୍ରି କଲିଂ ଓ ଅନେକ ଫାଇଦା, ପ୍ଲାନର ଦାମ୍ ୩୦୦ ଟଙ୍କାରୁ ବି କମ୍

ଶସ୍ତା ହେଲା ସୁନା-ରୂପା ଦାମ୍, ଆହୁରି ଖସିପାରେ