ଜୁନ୍‌ ୧୫ ଯାଏଁ ବିଟେକ୍‌ ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ: ଜୁଲାଇ ୨୫ରେ ଓଜେଇଇ ହେବାର ସମ୍ଭାବନା

ଭୁବନେଶ୍ୱର,୩୧/୫: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଏବଂ ସ୍ୱତନ୍ତ୍ର ଓଜେଇଇ ଜୁଲାଇ ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ହେବ । ଜୁଲାଇ ୨୫ରେ ହେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ବିଧିବଦ୍ଧ ବିଜ୍ଞପ୍ତି ଭାବେ ପ୍ରକାଶିତ ହେବ । ଅପରପକ୍ଷେ ବିଟେକ୍‌ ପଢ଼ିବା ପାଇଁ ସ୍ୱତନ୍ତ୍ର ଓଜେଇଇ ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ । ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଫି’ ମଧ୍ୟ ଦାଖଲ କରିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

ବିଜ୍ଞପ୍ତିରେ ପ୍ରଫେସର ଚାନ୍ଦ କହିଛନ୍ତି, କରୋନା ସଂକ୍ରମଣକୁ ରୋକିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଘୋଷଣା ହେବା ପରେ ଓଜେଇଇ ପକ୍ଷରୁ ମଧ୍ୟ ଅନଲାଇନ୍‌ ଆବେଦନର ଶେଷ ଦିବସକୁ ଘୁଞ୍ଚାଇ ଦିଆଯାଇଛି । ବିଟେକ୍‌ ଆଶାୟୀ ଛାତ୍ରଛାତ୍ରୀମାନେ ଅନଲାଇନରେ ଜୁନ୍‌ ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ହେଲେ ଅନ୍ୟ ସମସ୍ତ କୋର୍ସ ପାଇଁ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ । ଏପରିକି ଏ ବାବଦରେ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଫି’ ଦାଖଲ କରିହେବ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି । ପରୀକ୍ଷା ସୂଚୀ ଓ ଆଡମିଟ୍‌ କାର୍ଡ଼ ଡାଉନଲୋଡ୍‌ ବାବଦରେ ମେ ୩୧ ତାରିଖ କରୋନା ପରିସ୍ଥିତିର ସମୀକ୍ଷା କରିବା ପରେ ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସେଲିଂ ପରେ ଖାଲି ପଡିଥିବା ବିଟେକ୍‌ ପ୍ରଥମ ବର୍ଷ ସିଟ୍‌ଗୁଡିକ ପୂରଣ କରିବା ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏ ବାବଦରେ ବିସ୍ତୃତ ସୂଚନା ଓ ନିର୍ଦ୍ଦେଶନାମା www.ojee.nic.inରେ ସୂଚନା ଦିଆଯାଇଛି । ବିଟେକ୍‌ ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷାର ସିଲାବସ୍‌ ଜେଇଇ ମେନ୍‌ ୨୦୨୦ ଅନୁଯାୟୀ ରହିବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ଚାନ୍ଦ କହିଛନ୍ତି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ