ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୧୫ରେ ସରିବ ଓଜେଇଇ

ଭୁବନେଶ୍ୱର,୧୨।୮: ଚଳିତ ବର୍ଷ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୧୫ ତାରିଖରେ ସରିବ । ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ୍‌ ବା ସିବିଟି ପଦ୍ଧତିରେ ହେବ । କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ବୈଷୟିକ ଶିକ୍ଷା ବିଭାଗ ଅଧିକ ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ପରୀକ୍ଷା କେନ୍ଦ୍ର ସରକାରୀ ପଲିଟେକ୍‌ନିକ୍‌ ଓ ଆଇଟିଆଇଗୁଡ଼ିକରେ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । କେଉଁ ସରକାରୀ ପଲିଟେକ୍‌ନିକ୍‌ ଓ ଆଇଟିଆଇରେ ପରୀକ୍ଷା କେନ୍ଦ୍ର ହୋଇପାରିବ ତାହାର ଯୁଗ୍ମ ତଦନ୍ତ ହେବ । ତଦନ୍ତ ସମୟରେ ଓଜେଇଇ ଅଧିକାରୀଙ୍କ ସହିତ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ ବା ଟିସିଏସ୍‌ ଅଧିକାରୀ ମଧ୍ୟ ଯାଞ୍ଚ ପାଇଁ ଯିବେ ।

ଏହି ସମୟରେ ଅଧିକାରୀମାନଙ୍କୁ ସହାୟତା କରିବାକୁ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ରେଘୁ ଜି ଚିଠି ଲେଖିଛନ୍ତି । ବଲାଙ୍ଗୀର, ଦେଓଗଡ଼, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲାରେ ଥିବା ସରକାରୀ ପଲିଟେକ୍‌ନିକ୍‌ ଓ ଆଇଟିଆଇଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ତେବେ ଉପରୋକ୍ତ ସମୟରେ ପରୀକ୍ଷା ଆୟୋଜନ କରିବା ପାଇଁ ତାଙ୍କୁ ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍‌ ଚାନ୍ଦ ଚିଠି ଲେଖିବା ପରେ ଏହି ପଦକ୍ଷେପ ନେଇଥିବା ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମାତ୍ର ୮ଟି ସହରର ୨୪ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ମାତ୍ର ଚଳିତ ବର୍ଷ କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ମାନି ସାମାଜିକ ଦୂରତା ଅନୁସାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ତେଣୁ ଅଧିକ କେନ୍ଦ୍ର ଆବଶ୍ୟକ । ସେହିପରି ପରୀକ୍ଷାର୍ଥୀମାନେ ନିଜ ସହର କିମ୍ବା ସହର ପାଖ କେନ୍ଦ୍ରରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇଛି । ଛାତ୍ରଛାତ୍ରୀମାନେ ଓଜେଇଇରେ ର‌୍ୟାଙ୍କ୍‌ ହାସଲ କରିବା ପରେ ବି ଫାର୍ମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌ଟେକ୍‌ ପାର୍ଟ ଟାଇମ୍‌, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମ, ଇଣ୍ଟ୍ରିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି (ଡିପ୍ଲୋମା), ଲାଟେରାଲ୍‌ ଏଣ୍ଟ୍ରି-ଟେକ୍‌ (ବିଏସ୍‌ସି), ଲାଟେରାଲ୍‌ ଏଣ୍ଟ୍ରି-ଫାର୍ମରେ ପଢ଼ିପାରିବେ । ବିଟେକ୍‌ ପଢ଼ିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ଜେଇଇ ମେନ୍‌ ନଚେତ୍‌ ସ୍ପେଶାଲ୍‌ ଓଜେଇଇ ଦେବେ ।

   ସମ୍ବନ୍ଧିତ ଖବର


ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର