PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୧୫ ତାରିଖରୁ ବଜାରରେ ଉପଲବ୍ଧ ହେବ ଓଲା ଇଲେକ୍ଟ୍ରିକ୍‌ ସ୍କୁଟର

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ପାଇଁ ଗ୍ରାହକଙ୍କ ପ୍ରତୀକ୍ଷା ଅଗଷ୍ଟ ୧୫ରେ ଶେଷ ହେବ । କମ୍ପାନି ଏହି ଦିନ ହିଁ ଘରୋଇ ବଜାରକୁ ଏହାର ଇ-ସ୍କୁଟର୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ସୋସିଆଲ୍‌ ମିଡିଆରେ ଓଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ର ସିଇଓ ଭାବେଶ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତ । ଅଗ୍ରୱାଲ ଟ୍ୱିଟ୍‌ କରି କହିଛନ୍ତି, ଅଗଷ୍ଟ ୧୫ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇ-ସ୍କୁଟର୍‌ର ବଜାର ପ୍ରବେଶ କରାଯିବ ।

ଏହି ସମୟରେ ସ୍କୁଟର୍‌ ବାବଦରେ ସମସ୍ତ ବିବରଣୀ ଓ ବୈଶିଷ୍ଟ୍ୟ ସଂକ୍ରାନ୍ତରେ ସୂଚନା ଦିଆଯିବ । ଓଲା ଇ-ସ୍କୁଟର୍‌ ୧୦ଟି ରଙ୍ଗ ବିକଳ୍ପରେ ବଜାରକୁ ଆସିବ । ଏଥିରେ ବ୍ଲାକ୍‌, ହ୍ୱାଇଟ୍‌, ଗ୍ରେ, ୟେଲୋ, ରେଡ୍‌, ବ୍ଲୁ ଏବଂ ଏଗୁଡ଼ିକର ସେଡ୍‌ସ ବି ସାମିଲ ରହିଛି । କମ୍ପାନି ଜୁଲାଇ ୧୫ରୁ ଏହାର ଆଗୁଆ ବୁକିଙ୍ଗ୍‌ ୪୯୯ ଟଙ୍କାରୁ ଆରମ୍ଭ କରିଥିଲା, ଯାହା କି ଫେରସ୍ତଯୋଗ୍ୟ ।

ବୁକିଙ୍ଗ୍‌ ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବୁକିଙ୍ଗ୍‌ ମିଳିଥିଲା । ଓଲା ଇ-ସ୍କୁଟର୍‌ର ଦାମ ୮୫,୦୦୦ ଟଙ୍କା ହୋଇପାରେ । କିନ୍ତୁ ସବ୍‌ସିଡିକୁ ମିଶାଇ ଏହି ଦର ରହିବ କି ନାହିଁ ତାହା ଜଣାପଡ଼ି ନାହିଁ । ରିପୋର୍ଟ ମୁତାବକ ଏଥିରେ ଯେଉଁ ବ୍ୟାଟେରି ଓ ମୋଟର ବ୍ୟବହାର କରାଯାଇଛି, ତାହାର ଦାମ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ
ରହିପାରେ । ଥରେ ଚାର୍ଜ ହେଲେ ଏହା ୧୫୦ କିଲୋମିଟର ବାଟ ଚାଲିପାରିବ । ଏହାର ସର୍ବାଧିକ ବେଗ ଘଣ୍ଟା ପିଛା ୯୦ କିମି ।