ଏବେ ଓଲା-ଉବେର ଭଳି ଚାଷ ପାଇଁ ମଗାଇପାରିବେ ଟ୍ରାକ୍ଟର,ସରକାର ଆରମ୍ଭ କରିଛନ୍ତି ଏହି ଆପ୍

ନୂଆଦିଲ୍ଲୀ,୧୨।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଟୋ ଇଣ୍ଡଷ୍ଟ୍ରୀରେ ଚାଲିଥିବା ମାନ୍ଦାବସ୍ତା ପାଇଁ ଟାକ୍ସି ଏଗ୍ରିଗେଟର ଓଲା ଓ ଉବେରକୁ ଦାୟୀ କରିଛନ୍ତି। ସେଭଳି ମୋଦି ସରକାରଙ୍କ କୃଷି ମନ୍ତ୍ରଣାଳୟ ନିକଟରେ ଏଭଳି ଏକ ଆପ୍ଲିକେସନ୍ ଲଞ୍ଚ କରିଛନ୍ତି, ଯାହାକି ଓଲା ଓ ଉବେର ଭଳି ଚାଷ ପାଇଁ ବ୍ୟବହାର ହେଉଥିବା ଟ୍ରାକ୍ଟର ସହିତ ଅନ୍ୟ ଉପକରଣକୁ ମାଗି ପାରିବେ। ତେବେ ଏଥିପାଇଁ କୃଷକଙ୍କୁ ଭଡା ମଧ୍ୟ ଦେବାକୁ ହେବ।

ନିକଟରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ’ସିଏଚସି ଫାର୍ମ ମେସିନାରି’ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଏହି ଆପ୍ଲିକେସନରେ କୃଷକଙ୍କୁ କଷ୍ଟମ ହାୟରିଂ ସେଣ୍ଟର୍ସ(ସିଏଚସିଏସ୍) ଜରିଆରେ ଚାଷ ସମ୍ପର୍କିତ ମେସିନ୍ ଯୋଗାଇ ଦିଆଯିବ। ଏଥିପାଇଁ ୩୫ ହଜାର କଷ୍ଟମ ହାୟରିଂ ସେଣ୍ଟର୍ସ ସାରାଦେଶରେ ତିଆରି କରାଯାଇ ସାରିଛି, ଯାହାର କ୍ଷମତା ୨.୫ ଲକ୍ଷ କୃଷି ଉପକରଣ ବାର୍ଷିକ ଭଡା ଉପରେ ଦେବାର ଅଛି।

କୃଷି ମନ୍ତ୍ରଣାଳୟ ’ସିଏଚସି ଫାର୍ମି ମେସିନାରୀ’ ଆପ୍ ଗୁଗୁଲ ପ୍ଳେ ଷ୍ଟୋରରୁ ଡାଉନଲୋଡ୍  କରିହେବ। ଏହି ଆପ୍ଲିକେସନ୍  ଇଂରାଜୀ, ହିନ୍ଦୀ, ନେପାଳୀ, କନ୍ନଡ, ମରାଠୀ, ବଙ୍ଗାଳି ସହିତ ୧୨ଟି ଅଲଗା ଅଲଗା ଭାଷରେ ରହିଛି। ଏହାର ଆଗାମୀ ଷ୍ଟେପରେ ଆପଣଙ୍କୁ ଦୁଇଟି କାଟାଗୋରୀ ସିଏଚସି/ ସର୍ଭିସ ପ୍ରୋଭାଇଡର ଓ କୃଷକ/ ଉପଯୋଗକର୍ତ୍ତା ଦେଖିବେ। ଏଥିରେ କୃଷକ/ ଉପଯୋଗକର୍ତ୍ତା କାଟାଗୋରୀକୁ ସିଲେକ୍ଟ କରି ରେଜିଷ୍ଟେ୍ରସନ କରିବାକୁ ହେବ।

ଏଥିପାଇଁ କୃଷକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ସହିତ ଅନ୍ୟ ଜରୁରୀ ସୂଚନା ଦେବାକୁ ହେବ। ଏହାପର ଷ୍ଟେପରେ ଡ୍ୟାସବୋର୍ଡ ଖୋଲିଯିବ। ଏହି ଡ୍ୟାସବୋର୍ଡରେ ‘କୃଷି ଯନ୍ତ୍ର ବୁକିଂ’ ସହିତ ୭ଟି ଭିନ୍ନ ଭିନ୍ନ କାଟାଗୋରୀ ରହିଛି। କୃଷି ଯନ୍ତ୍ରର ବୁକିଂ କାଟାଗୋରୀକୁ ସିଲେକ୍ଟ କରିବାପରେ ଏକ ନୂଆ ପେଜ୍ ଓପନ ହେବ। ଏହି ପେଜରେ ଆପଣଙ୍କୁ କୃଷି ଯନ୍ତ୍ରର ଚୟନ କରିବାକୁ ହେବ। ଟ୍ରାକ୍ଟର, ଟ୍ରେଲର, ହେପ୍ପି ସିଡ୍, ଥ୍ରେସର ସହିତ ୨୫ରୁ ଅଧିକ ପ୍ରକାରର ଉପକରଣ ମିଳିବ। ତେବେ ଚାଷ ଅଞ୍ଚଳ କଷ୍ଟମ ହାୟରିଂ ସେଣ୍ଟରର ୫୦ କିଲୋମିଟର ପରିସରରେ ରହିଥିବା ଦରକାର। ଏଭଳି କରି କେନ୍ଦ୍ର ସରକାର କୃଷକଙ୍କ ଆୟକୁ ଦୁଇଗୁଣା କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର