ଅଟୋମୋବାଇଲ ଶିଳ୍ପର ମନ୍ଦା ଅବସ୍ଥାକୁ ନେଇ ଓଲା, ଉବରକୁ ଦାୟୀ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ ୧୧/୯ : ଯାତ୍ରୀବାହୀ ଯାନ ବିକ୍ରି ଲଗାତର ଦଶମ ମାସ ପାଇଁ ହ୍ରାସ ପାଇଛି । ଫଳରେ ମୋଟ ଗାଡ଼ି ବିକ୍ରି ୨୧ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏ ବାବଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଅଟୋମୋବାଇଲ ଶିଳ୍ପର ଯାହା ଦାବି ରହିଛି, ତାହା ଶୁଣିବାକୁ ସରକାର ପ୍ରସ୍ତୁତ । ସରକାର ପ୍ରତ୍ୟେକ କ୍ଷେତ୍ରର ସମସ୍ୟାର ପ୍ରତିକାର ପାଇଁ ପଦକ୍ଷେପ ନେଉଛନ୍ତି । ଅଟୋ ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟାର ମଧ୍ୟ ସମାଧାନ ଦିଗରେ ସରକାର କାର୍ଯ୍ୟ କରିବେ ।

ଚଳିତମାସ ୨୦ରେ ଗୋଆରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ସମ୍ଭବତଃ ଏ ନେଇ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି । ଘରୋଇ ବଜାରରେ ଗାଡ଼ି ବିକ୍ରି ଲଗାତର ଭାବେ ହ୍ରାସ ପାଇବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, ବିଏସ୍‌-୬ ନିୟମ ଏବଂ ଓଲା ଓ ଉବର ଭଳି ମୋବିଲିଟି ବ୍ୟବସ୍ଥା ଯୋଗୁ କାର୍‌ ବିକ୍ରି ହ୍ରାସ ପାଇଛି । ଲୋକମାନେ ଏହା ଉପରେ ନିର୍ଭର କରି କାର୍‌ କିଣିବାରୁ ନିବୃତ୍ତ ରହୁଛନ୍ତି ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ