କରୋନା ଆକ୍ରାନ୍ତ ଦମ୍ପତି ଆଇସିୟୁରେ ପାଳିଲେ ୫୦ତମ ବିବାହ ବାର୍ଷିକୀ

ଇଟାଲୀ୧୬/୪: କରୋନା ସଙ୍କଟ ସମୟରେ ଇଟାଲୀରେ ଏକ ବୃଦ୍ଧ ଦମ୍ପତି ଆଇସିୟୁରେ ସେମାନଙ୍କର ୫୦ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । କରୋନା ଭୂତାଣୁରେ ସଂକ୍ରମିତ ହୋଇ ଇଟାଲୀର ମାର୍ସ ପ୍ରଦେଶର ଏକ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ୭୧ ବର୍ଷୀୟ ସାଣ୍ଡ୍ରା ଓ ତାଙ୍କ ସ୍ୱାମୀ ଜିଆନକାର୍ଲୋ(୭୩) । ନିକଟରେ ସେମାନଙ୍କର ବିବାହ ବାର୍ଷିକୀ ପଡ଼ିଥିଲା । ତାହା ଜାଣିବା ପରେ ସେମାନଙ୍କ ଚିକିତ୍ସା କରୁଥିବା ନର୍ସ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ । ଏହାପରେ ସେଠାକାର ଡାକ୍ତର ଓ ନର୍ସ ସେମାନଙ୍କ ଦିନଟିକୁ ସ୍ମରଣୀୟ କରିବାକୁ ଯୋଜନା କଲେ ।

ସେମାନେ ଏହି ଦମ୍ପତିଙ୍କ ପାଇଁ କେକ୍‌ ଓ ମହମବତୀ ଯୋଗାଡ଼ କଲେ । ଆଇସିୟୁରେ ମହମବତୀ ଜଳାଇବା ସମ୍ଭବ ନଥିବାରୁ ଦମ୍ପତିଙ୍କ ନିକଟରେ ତାକୁ ରଖାଯାଇଥିଲା । ପରେ ସେମାନଙ୍କ ବେଡ୍‌କୁ ପାଖାପାଖି କରାଯାଇଥିଲା ଯେପରିକି ସେମାନେ ପରସ୍ପର ହାତ ଧରିପାରିବେ । ସେତିକି ନୁହେଁ, ହସ୍ପିଟାଲର କର୍ମଚାରୀ ଏହି ଦମ୍ପତିଙ୍କ ସହ ଫଟୋ ଉଠାଇ ସେମାନଙ୍କ ପିଲାମାନଙ୍କ ପାଖକୁ ପଠାଇଥିଲେ । ଦମ୍ପତିଙ୍କ ପାଇଁ ବିବାହ ଗୀତ ବି ବଜାଇଥିଲେ । ସାଣ୍ଡ୍ରା ଏବଂ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି । ଖୁବଶୀଘ୍ର ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ।

   ସମ୍ବନ୍ଧିତ ଖବର


କରୋନାରେ ମାସ୍କ ପିନ୍ଧୁନଥିବା ବ୍ୟକ୍ତି ଖୁବଶୀଘ୍ର ଦେଖନ୍ତୁ ଏହି ଭିଡିଓ, ଆପଣଙ୍କୁ ଶିଖିବାକୁ ଅଛି ବହୁତ୍ କିଛି …

ଚୀନରୁ ଆସୁଛି ହଳଦିଆ ଧୂଆଁ: ଭୟରେ ଉତ୍ତର କୋରିଆର ଲୋକ, ଝରକା ଖୋଲିବାକୁ ମନା

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ, ପାଖ ବିଲ୍ଡିଂରୁ ୩୫୦୦ ଲୋକଙ୍କୁ ସୁରକ୍ଷିତ ବାହାର କରାଗଲା

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍