PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

୧ ଜାନୁୟାରୀରୁ ବନ୍ଦ ହୋଇଯିବ ପୂରୁଣା ଡେବିଟ୍ ଓ କ୍ରେଡିଟ୍ କାର୍ଡ, ମାଗଣାରେ ଏମିତି ପାଇପାରିବେ ନୂଆ କାର୍ଡ

ନୁଆଦିଲ୍ଲୀ ୨୦/୧୨: ଯଦି ଆପଣଙ୍କ ପାଖରେ ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ଥିବା ପୁରୁଣା କାର୍ଡ ଅଛି ତେବେ ଆପଣ ଏହାକୁ ଖୁବ ଶୀଘ୍ର ବଦଳାଇ ଦିଅନ୍ତୁ । କାରଣ ୩୧ ଡିସେମ୍ବର ୨୦୧୯ ପରେ ଏହା କାମ କରିବନି । ସମସ୍ତ ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ବାଲା କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ନୂଆ ବର୍ଷରୁ ବନ୍ଦ ହୋଇଯିବ । ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ବିଶିଷ୍ଟ କାର୍ଡରୁ ଆପଣଙ୍କ ବ୍ୟାଙ୍କ ଡାଟା ଚୋରି ହେବାର ବିପଦ ରହିଥାଏ । ଚିପ୍ ଥିବା କାର୍ଡରେ ଏହାକୁ ରିପ୍ଲେସ୍ କରିଦିଆଯିବ । ପ୍ରକୃତରେ ଆରବିଆଇ ୨୦୧୬ରୁ ବ୍ୟାଙ୍କମାନଙ୍କୁ ଆଦେଶ ଦେଇଛି ଯେ ଗ୍ରାହକଙ୍କୁ ସାଧାରଣ ମ୍ୟାଗ୍ନେଟିକ୍ ଷ୍ଟ୍ରାପ୍ କାର୍ଡକୁ ଚିପ୍ କାର୍ଡ ସହିତ ରିପ୍ଲେସ୍ କରାଯିବା ଉଚିତ୍ । ଗ୍ରାହକଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡିଟେଲ୍ସକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି ।

ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ପୂରୁଣା ଟେକ୍ନୋଲୋଜି
ଆରବିଆଇ ଅନୁସାରେ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ କାର୍ଡ ଏବେ ପୂରୁଣା ଟେକ୍ନୋଲୋଜି ପାଲଟି ସାରିଛି । ଏହି କାର୍ଡ ପ୍ରସ୍ତୁତି ମଧ୍ୟ ବନ୍ଦ ହୋଇଗଲାଣି । ଏହି କାର୍ଡ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ନୁହେଁ । ଏହି କାରଣରୁ ଏହାକୁ ବନ୍ଦ କରିଦିଆଯାଇଛି ।  ଏହି କାର୍ଡ ବଦଳରେ EMV ଚିପ୍ କାର୍ଡ ପ୍ରସ୍ତୁତ କରାଯାଇଛି । ସମସ୍ତ ପୂରୁଣା କାର୍ଡକୁ ନୂଆ ଚିପ୍ କାର୍ଡରେ ବଦଳାଯିବ । ସେଣ୍ଟ୍ରାଲ୍ ବ୍ୟାଙ୍କ ଡାଟା ଅନୁସାରେ ଦେଶରେ ୪୪.୨ ମିଲିୟନ୍ ଆକ୍ଟିଭ୍ କ୍ରେଡିଟ୍ କାର୍ଡ ଓ ୯୫୮.୨ ମିଲିୟନ୍ ଆକ୍ଟିଭ୍ ଡେବିଟ୍ କାର୍ଡ ରହିଛି ।

ଉଭୟ କାର୍ଡ ମଧ୍ୟରେ କ’ଣ ରହିଛି ଫରକ୍ ?
ଚିପ୍ ବାଲା କାର୍ଡ ଅଧିକ ସୁରକ୍ଷିତ । ଏଥିରେ ଡାଟା ଚୋରି ହେବାର ଆଶଙ୍କା ମଧ୍ୟ ରହେନାହିଁ । କାରଣ ଗ୍ରାହକଙ୍କ ଡିଟେଲ୍ ଚିପରେ ରହିଥାଏ । ଏହାକୁ କପି କରିବା ସହଜ ନୁହେଁ । ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ କାର୍ଡରୁ ଟ୍ରାଞ୍ଜାକ୍ସନ ପାଇଁ କାର୍ଡହୋଲ୍ଡରର ସିଗ୍ନେଚର କିମ୍ବା ପିନ୍ ଦରକାର ପଡିଥାଏ । ଏଥିରେ ଆପଣଙ୍କ ଆକାଉଣ୍ଟ ଡିଟେଲ୍ ରହିଥାଏ । ଏହି ଷ୍ଟ୍ରିପ ସାହାଯ୍ୟରେ କାର୍ଡ ସ୍ୱାଇପ୍ ସମୟରେ ମେସିନରେ ଆପଣଙ୍କ ବ୍ୟାଙ୍କ ଇଣ୍ଟରଫେସ୍ ଯୋଡି ହୋଇଥାଏ ଏବଂ ପ୍ରୋସେସ୍ ଆଗକୁ ବଢିଥାଏ ।

ଅନ୍ୟପଟେ ଚିପ୍ ଥିବା କାର୍ଡରେ ସବୁ ଇନଫରମେସନ ଚିପରେ ରହିଥାଏ । ଏଥିରେ ମଧ୍ୟ ଟ୍ରାଞ୍ଜାକ୍ସନ ସମୟରେ ପିନ୍ ଓ ସିଗ୍ନେଚର ଦରକାର ପଡିଥାଏ କିନ୍ତୁ ଇଏମଭି ଚିପ୍ କାର୍ଡରେ ଟ୍ରାଞ୍ଜାକ୍ସନ ସମୟରେ ୟୁଜରଙ୍କୁ ଅନ୍ଥୋଟିକେଟ୍ କରିବା ପାଇଁ ୟୁନିକ୍ ଟ୍ରାଞ୍ଜାକ୍ସନ କୋଡ୍ ଜେନେରେଟ୍ ହୋଇଥାଏ, ଯାହା ଭେରିଫିକେସନକୁ ସପୋର୍ଟ କରିଥାଏ । କିନ୍ତୁ ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍କ କାର୍ଡରେ ଏମିତି ହୁଏନି ।

ଏମିତି ପାଇପାରିବେ ନୂଆ କାର୍ଡ
ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ ତେବେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ନିଜ କାର୍ଡ ଯେତେ ଶୀଘ୍ର ସମ୍ଭବ ବଦଳାଇ ଦିଅନ୍ତୁ । କାରଣ ଏସବିଆଇ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ଏଟିଏମକୁ ବ୍ଲକ୍ କରୁଛି । ଏନେଇ ବ୍ୟାଙ୍କ ପୂର୍ବରୁ ମଧ୍ୟ ନୋଟିଫିକେସନ୍ ଜାରି କରିସାରିଛି । ବ୍ୟାଙ୍କ ଚିପ୍ ଥିବା କାର୍ଡ୍ସ ପାଇଁ କୌଣସି ବି ଅଲଗା ଚାର୍ଜ ନେବନି । ଆପଣଙ୍କ ବ୍ୟାଙ୍କ ଯାଇ କେବଳ ଏକ ଫର୍ମରେ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ମୋବାଇଲ୍ ନମ୍ବର, ଏଟିଏମ୍ ନମ୍ବର ଲେଖି ସିଗ୍ନେଚର କରିବାକୁ ପଡିବ । ଏହା ପରେ କିଛି ଦିନ ଭିତରେ ଆପଣଙ୍କ ପାଖକୁ  ପୋଷ୍ଟାଲ୍ ମାଧ୍ୟମରେ ନୂଆ ଟିପ୍ ଥିବା ଏଟିଏମ୍ କାର୍ଡ ଆସିଯିବ । ଏହାକୁ ଆପଣ ଏଟିଏମକୁ ନିଜ ମୋବାଇଲ୍ ନମ୍ବର ସାହାଯ୍ୟରେ ପିନ୍ ଜେନେରେଟ୍ କରିବା ପରେ ତାକୁ ବ୍ୟବହାର କରିପାରିବେ ।