ଲକ୍‌ଡାଉନ୍‌ରେ ଖାଇବାକୁ ନ ଦେଇ ବୃଦ୍ଧ ବାପା,ମା’ଙ୍କୁ ଘରୁ ତଡ଼ିଦେଲେ ପୁଅ ବୋହୂ

ଗୋପ,୧୭/୪ : ପିଲାମାନଙ୍କୁ ବହୁ କଷ୍ଟରେ ମଣିଷ କରି ବୃଦ୍ଧାବସ୍ଥାରେ ସାହାର ହେବା ପାଇଁ ଆଶା କରିଥାନ୍ତି ବାପା,ମା’। ମାତ୍ର ୪ ପୁଅ ଜନ୍ମ କରି ବୃଦ୍ଧ ବୟସରେ ସେବା ପାଇବାର ଆଶା କରିଥିବା ବାପା, ମା’ଙ୍କୁ ମହାମାରୀ କରୋନାର ଲକ୍‌ଡାଉନ୍‌ ସମୟରେ ଖାଇବାକୁ ନ ଦେଇ ଏହି ଘରୁ ତଡିଦେଇଛନ୍ତି ଚାରି ପୁଅ ବୋହୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଗୋପ ଥାନା ଅଞ୍ଚଳରେ । ଲକ୍‌ଡାଉନ୍‌ କୁ ନେଇ ଚାରିଆଡେ ଖାଁ ଖାଁ ରହିଥିବା ବେଳେ ଏହି ସମୟରେ ବୃଦ୍ଧ ଦମ୍ପତ୍ତି ନିରୂପାୟ ହୋଇ ଦୀର୍ଘ ୬ କିଲୋମିଟର ଚାଲିଚାଲି ଆସି ଗୋପ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଅଭିଯୋଗ ମୁତାବକ ଗୋପ ଥାନା ଅର୍ନ୍ତଗତ ବୀରତୁଙ୍ଗ ପଞ୍ଚାୟତର ଗିରିମା ଗ୍ରାମର ବୃଦ୍ଧ ଦମ୍ପତି କୃଷ୍ଣ ରାଉତ(୮୮) ଏବଂ କାଞ୍ଚନ ରାଉତ (୮୪) । ଘରେ ଚାରି ପୁଅ ବୋହୂ ଥିବା ବେଳେ ୮ ବର୍ଷ ହେବ ପୁଆ ବୋହୂ ନ ପଚାରିବାରୁ ଏହି ବୃଦ୍ଧ ଦମ୍ପତି ନିଜେ ରୋଷେଇ କରି ଖାଇବା ସହିତ ନିଜ କାର୍ଯ୍ୟ ନିଜେ ତୁଲାଉଛନ୍ତି । କୌଣସି ରୋଜଗାର ନ ଥିବାରୁ ଦୁଇ ଜଣ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉପରେ ନିର୍ଭର କରିଥାନ୍ତି । ପୁଅ ମାନେ ବୃଦ୍ଧ ବାପା ମାଆଙ୍କୁ ଖାଇବାକୁ ଦେବା ଏବଂ ସେମାନଙ୍କର ଭଲମନ୍ଦ ବୁଝିବା ଦୂରର କଥା ରୋଗ ସମୟରେ ଔଷଧ ଟିକେ ମଧ୍ୟ ଦିଅନ୍ତି ନାହିଁ । ୧ ହଜାର ଭତ୍ତା ଟଙ୍କାକୁ ସମ୍ବଳ କରି ଏହି ବୃଦ୍ଧ ଦମ୍ପତ୍ତି ଚଳୁଥିବା ବେଳେ ଜମିବାଡି ବିବାଦକୁ ନେଇ ପୁଅମାନେ ବାପା,ମା’ଙ୍କୁ ଗୁରୁବାର ଘରୁ ତଡ଼ିଦେଇଛନ୍ତି । କରୋନା ପାଇଁ ସବୁଆଡ଼େ ଲକ୍‌ଡାଉନ୍‌ ହୋଇଥିବାରୁ କେଉଁଆଡ଼େ ଯିବେ ଚିନ୍ତା କରି ନିରୂପାୟ ହୋଇ ଟାଣ ଖରାରେ ଚାଲି ଚାଲି ଆସି ଗୋପ ଥାନାରେ ପହଞ୍ଚିଥିଲେ ।

ଏ ନେଇ ଥାନାଧିକାରୀଙ୍କୁ କାକୁତି ମିନତୀ ହୋଇ ସମସ୍ତ କଥା କହିଥିଲେ । ସମସ୍ତ ଘଟଣା ବୁଝିବା ପରେ ଥାନାଧିକାରୀ ବୃଦ୍ଧ ଦମ୍ପତିଙ୍କୁ ନେଇ ପ୍ରଥମେ ଗଣେଶ୍ୱପୁର ପଞ୍ଚାୟତର ମାଟିଆଖାତଠାରେ ଥିବା ବୃଦ୍ଧବୃଦ୍ଧାଙ୍କ ଥଇଥାନ କେନ୍ଦ୍ର ନିଳାଦ୍ରୀ ନିଳୟଠାରେ ଛାଡିଥିଲେ । ପରେ ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଥାନାଧିକାରୀ ନିଜେ ଏହି ଘଟଣାକୁ ଗୁରୁତର ସହିତ ନେଇ ଉକ୍ତ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ଘରେ ଛାଡିବା ସହିତ ପୁଅମାନଙ୍କୁ ଥାନାକୁ ଡକାଇଛନ୍ତି । ଏ ସମ୍ପର୍କରେ ଥାନାଧିକାରୀ ସୁଧିର କୁମାର ସାହୁଙ୍କ ପ୍ରତିକ୍ରିୟା ନେବାରେ ସେ କହିଲେ ଯେ, ଏହି ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ଘରେ ଛାଡିଛୁ । ତାଙ୍କ ପୁଅ ମାନଙ୍କୁ ଥାନାକୁ ଡକାଯାଇଛି ଯଦି ସେମାନେ ସେମାନଙ୍କ ବାପା,ମା’ଙ୍କ ଦାୟିତ୍ୱ ଠିକ୍‌ ଭାବେ ନ ନିଅନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…