PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଭତ୍ତା ନେବା ପାଇଁ ଲାଇନରେ ଠିଆ ହୋଇଥିବା ସମୟରେ ଟଳି ପଡିଲେ ବୃଦ୍ଧ

ବାଲେଶ୍ବର, ୧୫।୧୨: ଭତ୍ତା ନେବାକୁ ଆସି ବୃଦ୍ଧ ଙ୍କର ହୋଇଛି ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଯାମ କୁଣ୍ଡା ପଂଚାୟତ  ଅନ୍ତର୍ଗତ କେନ୍ଦୁ ଆଡିଆ ଗ୍ରାମର ମକର ମହୁରୀ (୮୦)ର ମୃତ୍ୟୁ ହୋଇଛି। ସେ ଆଜି ଭତ୍ତା ନେବାକୁ ପଂଚାୟତ ଅଫିସ କୁ ଆସିଥିଲେ। ଭତ୍ତା ନେବା ପାଇଁ ଲାଇନରେ ଠିଆ ହୋଇ ଥିବାବେଳେ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା। ତାଙ୍କ ମୁଣ୍ଡ ବୁଲାଇ ହେବାରୁ ସେ ତଳେ ବସି ପଡି ଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ବୃଦ୍ଧଜଣଙ୍କ କାଳେ ବଞ୍ଚିଥିବେ ତାହା ଭାବି ସ୍ଥାନୀୟ ଲୋକ ମାନେ ତାଙ୍କୁ ଯାମ କୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ମୃତ ମକର ଙ୍କ ତିନି ପୁଅ ଥିଲେ ମଧ୍ୟ ସେ ସେମାନଙ୍କ ଠାରୁ ଅଲଗା ରହୁଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ଗତ କାଲି ରାତିରେ ମକର କିଛି ଖାଇ ନଥିଲେ। ପତ୍ନୀ ଘରେ ନଥିବାରୁ ସେ ରନ୍ଧା ବଢ଼ା କରି ନପାରି ରାତି ରେ ଉପବାସ ଥିଲେ. ତାଙ୍କ ର ଏଭଳି ମୃତ୍ୟୁ ଘଟଣା ସ୍ଥାନୀୟ ଅଂଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।