ବିଶ୍ୱର ସବୁଠୁ ବୟସ୍କଙ୍କ ବୟସ ୧୧୨

ନୁଆଦିଲ୍ଲୀ ୧୪/୨: ଚିତେସୁ ୱାତାନାବେ ଆସନ୍ତା ମାସ ୧୧୩ ବର୍ଷ ବୟସରେ ପାଦ ଦେବେ । କିନ୍ତୁ ଗିନିଜ୍‌ ୱାର୍ଲଡ ରେକର୍ଡସ ପକ୍ଷରୁ ସେ ଆଗୁଆ ଜନ୍ମଦିନ ଉପହାର ପାଇଛନ୍ତି । ବିଶ୍ୱର ସବୁଠୁ ବୟସ୍କ ଜୀବିତ ବ୍ୟକ୍ତି ଭାବେ ସେ ଗିନିଜ୍‌ ବୁକ୍‌ରେ ଏଣ୍ଟ୍ରି କରିଛନ୍ତି । ଜାପାନର ନିଗାତା ବାସିନ୍ଦା ୱାତାନାବେଙ୍କୁ ସ୍ଥାନୀୟ ନର୍ସିଂହୋମ୍‌ରେ ଗତ ବୁଧବାର ଗିନିଜ୍‌ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ତାଙ୍କ ବୟସ ୧୧୨ ବର୍ଷ ୩୪୪ ଦିନ । ଏହି ଖୁସି ଖବର ପାଇଁ ୱାତାନାବେ ଏକ କାଲିଗ୍ରାଫି ବ୍ୟାନର ପ୍ରସ୍ତୁତ କରିଛନ୍ତି, ଯାହା ‘ୱାର୍ଲଡ ନମ୍ବର ୧’ ବୋଲି ଦର୍ଶାଏ ।

ଗତ ବର୍ଷ ଏକ ସାକ୍ଷାତକାରରେ ୱାତାନାବେ ନିଜ ଦୀର୍ଘ ଜୀବନର ରହସ୍ୟ ‘କ୍ରୋଧିତ ନ ହେବା ଓ ସର୍ବଦା ମୁହଁରେ ହସ ବଜାୟ ରଖିବା’ ବୋଲି କହିଥିଲେ । ସେ ମିଠା ଜାତୀୟ ଖାଦ୍ୟ ଭଲପାଆନ୍ତି । ଏବେ କଷ୍ଟାର୍ଡ ଓ କ୍ରିମ୍‌ଯୁକ୍ତ ଖାଦ୍ୟ ପସନ୍ଦ କରୁଛନ୍ତି, କାରଣ ବୟସାଧିକ୍ୟ ହେତୁ ସେ ଦାନ୍ତ ହରାଇଛନ୍ତି । ୧୯୦୭, ମାର୍ଚ୍ଚ ୫ ତାରିଖରେ ଜନ୍ମିତ ୱାତାନାବେ ମା’ବାପାଙ୍କର ୮ ସନ୍ତାନ ମଧ୍ୟରେ ବଡ଼ । ଜାପାନର ସରକାରୀ କୃଷି କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିବା ପର୍ବରୁ ଦୀର୍ଘ ବର୍ଷ ଧରି ସେ ଏକ ଚିନି କମ୍ପାନିରେ କାମ କରିଥିଲେ । ୨ୟ ବିଶ୍ୱଯୁଦ୍ଧ ଶେଷ ବେଳକୁ ୧୯୪୪ରେ ୱାତାନାବେ ସୈନ୍ୟବାହିନୀରେ ଥିଲେ ବୋଲି ଗିନିଜ୍‌ ପକ୍ଷରୁ ସୂଚନା ଦିଆଯାଇଛି । ୧୦୪ ବର୍ଷ ବୟସ ପର୍ଯ୍ୟନ୍ତ ବାଡ଼ିରେ ଫୁଲଗଛ ଓ ଫଳ, ପରିବା ଚାଷରେ ସେ ସକ୍ରିୟ ଥିଲେ ।

   ସମ୍ବନ୍ଧିତ ଖବର


ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଶେଷରେ ହ୍ବାଇଟ ହାଉସ ଛାଡିବାକୁ ରାଜି ହେଲେ ଡୋନାଲ୍ଡ ଟ୍ରମ୍ପ, ହେଲେ ରଖିଛନ୍ତି ଏମିତି ସର୍ତ୍ତ…

କରୋନା ଟିକା ପ୍ରସ୍ତୁତି ଦେଖିବେ ମୋଦି: ଶନିବାର ଦିନ ହାଇଦ୍ରାବାଦ, ପୁନେ ଓ ଅହମ୍ମଦାବାଦ ଯିବେ ପ୍ରଧାନମନ୍ତ୍ରୀ