PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନିଜେ ଚାଲିନପାରିଲେ ମଧ୍ୟ ଲୋକତନ୍ତ୍ରଙ୍କୁ ସୁଦୃଢ କରିବାକୁ ଆସିଛନ୍ତି, ଜାଣନ୍ତୁ ସବୁଠାରୁ ବୟସ୍କ ଏହି ମହିଳା ଭୋଟରଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ,୧୧।୪:  ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ଭୋଟଦାନ ଆଜି ଆରମ୍ଭ ହୋଇଛି। ତେବେ ଏହି ସମୟରେ ଆଜି ଦେଖିବାକୁ ମିଳିଥିଲା ଭୋଟରଙ୍କ ଭିତରେ ଉତ୍ସାହ। କେବଳ ଯୁବପୀଢି ନୁହେଁ ବଂର ବୟସ୍କଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଖୁବ୍ ଉତ୍ସାହ। ଏହି ସମୟରେ ଜଣେ ୧୦୭ ବର୍ଷୀୟା ବୃଦ୍ଧାଙ୍କୁ ଦେଖିବାକୁ ମିଳିଥିଲା। ଯିଏକି  ଭଲରେ ମଧ୍ୟ ଚାଲିପାରୁନଥିଲେ କିନ୍ତୁ ଲୋକତନ୍ତ୍ରକୁ ସୁଦୃଢ କରିବା ପାଇଁ ନିଜର ଭୋଟ ଦେବାକୁ ଆସିଥିଲେ। ଏହି ମହିଳା ଜଣକ ହେଉଛନ୍ତି ସୁମିତ୍ରା ରାୟ। ତାଙ୍କ ଘର ସିକିମରେ, ସେ ଯେତେବେଳେ ଭୋଟ ଦେବାକୁ ଆସିଥିଲେ ତାଙ୍କ ଉପରେ ରହିଥିଲା ସମସ୍ତଙ୍କର ନଜର। 

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସିକିମର ଏହି ୧୦୭ ବର୍ଷୀୟ ମହିଳା ନିଜର ପ୍ରଥମ ଭୋଟ ଦେଇଛନ୍ତି। ସୁମିତ୍ରା ସିକିମ୍ମରେ ପଞ୍ଜୀକୃତ ହୋଇଥିବା ସବୁଠାରୁ ବୟସ୍କ ଭୋଟର। ମା​ମେଲିରେ ରହୁଥିବା ସୁମିତ୍ରା ନେପୋକ୍ଲୋକ କାମରଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମରଙ୍ଗ ମାଧ୍ୟମିକ ବିଦ୍ୟାଳୟ ଯାଇ ପୋଲିଂ ବୁଥରେ ଭୋଟ ଦେଇଥିଲେ। ଉଲ୍ଲେଖନୀୟ ଯେ ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଆସନ ପାଇଁ ଭୋଟଦାନ ହେବ। ଯେଉଁଥିରେ ସିକିମିର ଏକ ଲୋକସଭା ଆସନ ରହିଛି। ଯେଉଁଥିପାଇଁ ଆଜି ଗୋଟେ ଦିନର ଏଠାରେ ଭୋଟଦାନ ଶେଷ ହୋଇଯିବ। କେବଳ ସୁମିତ୍ରା ନୁହେଁ ୨୦୧୭ ଗୁଜରାଟ ବିଧାନସଭା ବେଳେ ସବୁଠାରୁ ବୟସ୍କ ଭୋଟରଙ୍କ ମଧ୍ୟରେ ରାଜକୋଟର ୧୨୬ ବର୍ଷୀୟ ଚନ୍ଦ୍ରଓ୍ବାଦିଆ ଅଜିବେନ୍ ସିଦଭାଇ ଥିଲେ।

ସମ୍ବନ୍ଧିତ ଖବର