PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ: ଟ୍ରକ୍ ପଛରେ ପିଟି ହେଲା ବାଇକ୍ : ୨ ଗୁରୁତର
  • ||
  • ୩ୟ ଟେଷ୍ଟ ଜିତିଲା ଭାରତ – ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ
  • ||
  • ଭୁବନେଶ୍ୱର- ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ବାରଙ୍ଗ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଘଟଣାରେ କମିଶନରେଟ୍‌ ପୋଲିସୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
  • ||
  • ଚନ୍ଦକା ଜଙ୍ଗଲରେ ନିଆଁ – ନିଆଁକୁ ଆୟତ୍ତ କଲା ଜଙ୍ଗଲ ବିଭାଗ
  • ||
  • ଭଞ୍ଜନଗର – ଅଚିହ୍ନା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ , ଜଙ୍ଗଲ ନିଆଁରେ ଜଣେ ସଂପୂର୍ଣ୍ଣ ପାଉଁଶ, ଗଛରେ ଝୁଲୁଛି ଅର୍ଦ୍ଧଦଗ୍ଧ ଯୁବତୀର ଶବ।
  • ||
  • ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ , ୨ୟ ଇନିଂସ୍‌ରେ ୮୧ ରନରେ ଇଂଲଣ୍ଡ ଅଲ୍ଆଉଟ୍
  • ||
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||

ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁକୁ ନେଇ ଉଦ୍‌ବେଗ- ହାଇକୋର୍ଟ ନିଜ ଆଡୁ କଲେ ମାମଲା, ପରିବେଶ ବିଭାଗ ସଚିବଙ୍କୁ ନୋଟିସ୍‌


କଟକ,୨୩ା୨(ବ୍ୟୁରୋ): ଚଳିତବର୍ଷ ଜାନୁଆରୀ ସୁଦ୍ଧା ଗହୀରମଥା ଏବଂ ଏହାର ଆଖାପାଖ ଅଞ୍ଚଳରେ ପ୍ରାୟ ୮ଶହ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହୋଇଛି । ମାଛ ଜାଲରେ ପଡି ଏହି କଇଁଛଙ୍କ ମୃତ୍ୟୁ ହୋଇଛି । ଏନେଇ ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ହାଇକୋର୍ଟ ଏହି ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିବା ସହ ରାଜ୍ୟ ପରିବେଶ ଏବଂ ଜଙ୍ଗଲ ବିଭାଗ ସଚିବ, ରାଜନଗର ହେନ୍ତାଳବଣ ବନଖଣ୍ଡ ଏସିଏଫ୍‌, କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ, ମତ୍ସ୍ୟ ସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲାପାଳଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତି ।


ଅଲିଭ୍‌ ରିଡ୍‌ଲେ ମୃତ୍ୟୁକୁ ନେଇ ଉକ୍ତ ପତ୍ରିକାରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଉପରେ କି’ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜବାବ ରଖିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୬ ତାରିଖ ଶୁକ୍ରବାରକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଅପରପକ୍ଷରେ ଏହି ମାମଲାରେ ହାଇକୋର୍ଟ ଆମିକସ୍‌କ୍ୟୁରୀ ଭାବେ ଆଇନଜୀବୀ ମୋହିତ ଅଗ୍ରୱାଲଙ୍କୁ ନିଯୁକ୍ତ କରିଛନ୍ତି ।


ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁକୁ ନେଇ ‘ଡାଉନ୍‌ ଟୁ ଆର୍ଥ’ ପତ୍ରିକାରେ ଆଶିଷ କୁମାର ସେନାପତିଙ୍କ ଏକ ଲେଖା ପ୍ରକାଶ ପାଇଛି । ଏହି ଲେଖାକୁ ଆଧାର କରି ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଛନ୍ତି । ଚଳିତବର୍ଷ ସମୂହ ଅଣ୍ଡାଦାନ ପାଇଁ ଗହୀରମଥାକୁ ଆସୁଥିବା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମଧ୍ୟରୁ ୮ଶହ କଇଁଛଙ୍କର ଜାନୁଆରୀ ସୁଦ୍ଧା ମୃତ୍ୟୁ ହୋଇଛି । ଟ୍ରଲରରେ ଲାଗୁଥିବା ଜାଲରେ ପଡି ଏହି କଇଁଛଙ୍କର ମୃତ୍ୟୁ ହେଉଛି । ଏହି ଅଭୟାରଣ୍ୟ ଏବଂ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ପ୍ଲାଷ୍ଟିକ୍‌, ପଲିଥିନ ଆଦି ଅଳିଆ ଗଦା ହେବା ଯୋଗୁ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ବହୁ ମତ୍ସ୍ୟଜୀବୀ ସମୁଦ୍ରରେ ଛିଣ୍ଡା ମାଛଧରା ଜାଲ, ପଲିଥିନ୍‌, ପ୍ଲାଷ୍ଟିକ୍‌ ବୋତଲ ଆଦି ଫିଙ୍ଗୁଛନ୍ତି । ସମୁଦ୍ର କୂଳରେ ପଡୁଥିବା ମୃତ କଇଁଛଙ୍କ ଖୋଳପା ସେଠାରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି କରୁଛି ।


ଏନେଇ ହାଇକୋର୍ଟ ୨୫ବର୍ଷ ତଳେ ୧୯୯୮ ମସିହା ମେ’ ୧୪ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ କଇଁଛଙ୍କ ସୁରକ୍ଷା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦିଆଯାଇଥିଲା । ଏହି ଆଦେଶର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ୨୦୦୩ ମାର୍ଚ୍ଚ ୭ ତାରିଖରେ ପୁଣି ଏକ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାପରେ ଆଉ ଏହି ମାମଲାର ପୁନଃଶୁଣାଣି ହୋଇପାରିନାହିଁ । ତେଣୁ ବର୍ତ୍ତମାନ ଆଉଥରେ ଏହି ପ୍ରସଙ୍ଗର ଶୁଣାଣି କରିବାର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି । ସମୁଦ୍ର ବେଳାଭୂମିର ସୁରକ୍ଷା ତଥା ଉପଯୁକ୍ତ ସଂରକ୍ଷଣ ପାଇଁ ଅଲିଭ୍‌ ରିଡ୍‌ଲେ କଇଁଛ ବର୍ଷବର୍ଷ ଧରି ଏଠାକୁ ଚାଲି ଆସୁଛନ୍ତି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ହେଉଛି ଯେ, ବହୁ ନିର୍ଦ୍ଦେଶ ସତ୍ତେ୍ୱ କଇଁଛ ତଥା ସମୁଦ୍ର ଉପକୂଳର ସୁରକ୍ଷା ପାଇଁ ବିଶେଷ କିଛି ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ ।


ଏହି ଲେଖାରେ ଆହୁରି କୁହାଯାଇଛି ଯେ, ଗହୀରମଥା ଅଭୟାରଣ୍ୟର ୨୦କି.ମି. ପର୍ଯ୍ୟନ୍ତ ୨୦୨୦ ନଭେମ୍ବର ପହିଲାରୁ ମେ’ ୩୧ ମଧ୍ୟରେ ମାଛ ମରା ଉପରେ କଟକଣା ଜାରି ହୋଇଥାଏ । ରାଜ୍ୟ ସରକାର ଏହି ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ସମୟରେ ରେଡ୍‌ କରୁଥିବା କହୁଥିଲେ ମଧ୍ୟ ପ୍ରକୃତରେ ଏଦିଗରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି