PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ମଦ ପିଇବାକୁ ପାଣି ନ ଦେବାରୁ ଓଲିଉଡ୍‌ କଳାକାରଙ୍କୁ ପିଟିଲେ, କାର୍ଯ୍ୟାନୁଷ୍ଠାନ ନ ହେଲେ ଦେବେ ଧାରଣା

ଭୁବନେଶ୍ୱର,୫ା୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଚକେଇଶିଆଣି ଅଞ୍ଚଳରେ ବୁଧବାର ରାତିରେ ଘଟିଛି ସାଂଘାତିକ ଘଟଣା । ଓଲିଉଡ୍‌ର କଳାକାରଙ୍କ କାର ଅଟକାଇ କିଛି ଅସାମାଜିକ ତତ୍ତ୍ୱ ସେମାନଙ୍କୁ ମଦ ପିଇବାକୁ ପାଣି ମାଗିଲେ । ପାଣି ନ ମିଳିବାରୁ ସମସ୍ତଙ୍କୁ ପିଟିଲେ । ଏପରିକି କାରରେ ଥିବା ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ଟଣାଓଟରା କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ କାର୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏନେଇ କଳାକାରମାନେ ଥାନାରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଓଲିଉଡ୍‌ର ବରିଷ୍ଠ ହାସ୍ୟ ଅଭିନେତା ଅଶୋକ ଓଝା, କଳାକାର ପ୍ରୀତମ ନାୟକ, କୁମାର ମିଥୁନ ଓ ଅଭିନେତ୍ରୀ ଡେଜି (ଛଦ୍ମନାମ) ଏକ ଇନୋଭା ଗାଡ଼ିରେ କଟକ ଜିଲ୍ଳା ମାହାଙ୍ଗା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ଫେରିବା ବେଳକୁ ରାତି ପ୍ରାୟ ସାଢ଼େ ୧ ଟା । ରାତି ଅଧିକ ହୋଇଥିବାରୁ ଅଶୋକ, ପ୍ରୀତମ, ସଞ୍ଜୟ ମିଶି ଡେଜି ଓ ମିଥୁନଙ୍କୁ ଛାଡିବା ପାଇଁ ଭୁବନେଶ୍ୱର ଆସିଥିଲେ ।

ରାତି ୩ ଟା ବେଳେ କାରରେ ପହଞ୍ଚିଥିଲେ ଚକେଇଶିଆଣି ଅଞ୍ଚଳରେ । ସେଠାରେ ହଠାତ୍‌ ୧୦ରୁ ୧୫ ଜଣ ଯୁବକ ଏମାନଙ୍କ କାର୍‌କୁ ଅଟକାଇଥିଲେ । ଜଣେ ଯୁବକ କାର୍‌ ଡ୍ରାଇଭର ସଞ୍ଜୟ ସାହୁଙ୍କୁ ମଦ ପିଇବାକୁ ପାଣି ମାଗିଥିଲେ । ପାଣି ନଥିବା କଥା କହିଥିଲେ ସଞ୍ଜୟ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂପୃକ୍ତ ଯୁବକ କାର୍‌ରୁ ଚାବି ଖୋଲି ନେଇଥିଲେ । ପାଣି ଦେଲା ପରେ ଏଠାରୁ ଯିବ ବୋଲି ଯୁବକମାନେ ଧମକ ଦେଲେ । ତେବେ ଏହି ସମୟରେ ହାସ୍ୟ ଅଭିନେତା ଅଶୋକ ଓ ଅନ୍ୟମାନେ ସେମାନଙ୍କୁ ବୁଝାଇବା ପାଇଁ କାର୍‌ରୁ ଓହ୍ଲାଇ ପଦାକୁ ଆସିଥିଲେ । ଏହାପରେ ୧୫ ଜଣ ଯୁବକ ସଂଘବଦ୍ଧ ହୋଇ ସେମାନଙ୍କୁ ପିଟିବା ସହ ଗାଡ଼ି ଭାଙ୍ଗି ଦେଲେ ।

ଏହା ଦେଖି ଅଭିନେତ୍ରୀ ଡେଜି ପୁଲିସ୍‌କୁ ଫୋନ୍‌ କଲେ । କାହିଁକି ପୁଲିସକୁ ଫୋନ କଲୁ କହି ଯୁବକମାନେ ଡେଜିଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ । ଏହି ସମୟରେ ପୁଲିସ୍‌ ପହଞ୍ଚିବାରୁ ସେମାନେ ଚମ୍ପଟ ମାରିଥିଲେ । ତେବେ ଆକ୍ରମଣକାରୀଙ୍କ କିଛି ଗାଡ଼ି ନମ୍ବର ଲେଖି ରଖିଥିଲେ ଡେଜି । ଏ ସମ୍ପର୍କରେ ଅଭିନେତା ଅଶୋକ ଥାନାକୁ ଯାଇ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାକୁ ମଞ୍ଚେଶ୍ୱର ଥାନା ପୁଲିସ୍‌ ହାଲୁକା ଭାବେ ନେଉଥିବା କଳାକାରମାନେ ଅଭିଯୋଗ କରିଛନ୍ତି । ଏନେଇ ଅଶୋକ କହିଛନ୍ତି, ମାମଲା ଉଠାଇ ନେବାକୁ ପୁଲିିସ୍‌ ଆମକୁ ଚାପ ପକାଉଛି । ସତେ ଯେମିତି ସବୁ ଭୁଲ୍‌ କଳାକାରଙ୍କର । ଯଦି ପୁଲିସ୍‌ କିଛି ନ ଶୁଣେ ତେବେ କଳାକାରମାନେ ରାସ୍ତାକୁ ଓହ୍ଲାଇ ଧାରଣା ଦେବେ । ଆସନ୍ତା କାଲି କମିଶନରଙ୍କୁ ଭେଟି ଘଟଣା ବିଷୟରେ ସବୁ ଜଣାଇବୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର