PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଅଭିନେତ୍ରୀଙ୍କ ଖୋଲୁଛି ଗୁମର: ଧନୀ ଯୁବକଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର ୨୮/୧୨: ବିବାହ ପ୍ରତିଶ୍ରୁତି ଦେଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାରଙ୍କୁ ଲୁଟିଥିବା ଅଭିନେତ୍ରୀଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । କେବଳ ଯେ ଶିବ ଅଭିନେତ୍ରୀଙ୍କ ମାୟା ଜାଲରେ ପଡିଛନ୍ତି ତା’ ନୁହେଁ, ତାଙ୍କ ଭଳି ଅନେକ ଧନୀ ଯୁବକଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଲୁଟିଛନ୍ତି । ସିନେମାରେ ସୁଯୋଗ ଦେବାକୁ କହି ମଧ୍ୟ ଅନେକ ଯୁବକ ଓ ଯୁବତୀଙ୍କୁ ଠକିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି କାମରେ ଅଭିନେତ୍ରୀଙ୍କୁ ସହଯୋଗ କରୁଛନ୍ତି କାଷ୍ଟିଂକାଉଚ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିବା ସତ୍ୟବ୍ରତ ସାହୁ । ଏ ସବୁ କେଳେଙ୍କାରୀ ଦେଖି ପୁଲିସ୍‌ କେଉଁଠୁ ତଦନ୍ତ ଆରମ୍ଭ କରିବ ଜାଣି ପାରୁନାହିଁ ।

କେମିତି ଲୁଟିଛନ୍ତି
ସତ୍ୟବ୍ରତ ହେଉଛନ୍ତି ସଂପୃକ୍ତ ଅଭିନେତ୍ରୀଙ୍କ ଖାସ ଲୋକ । ଉଭୟଙ୍କ କାମ ହେଲା ଯୁବତୀ ଓ ଯୁବକମାନଙ୍କ ସିନେମାରେ ସୁଯୋଗ ଦେବାକୁ କହି ଲୁଟିବା । ଅଭିନେତ୍ରୀଙ୍କ ପ୍ରଥମ କାମ ହେଲା ଫେସ୍‌ବୁକ୍‌ରେ ଶିକାର ଖୋଜିବା । ଫାସରେ ପଡ଼ିଲେ ତାଙ୍କୁ ସିନେମାରେ ଅଭିନୟ ସୁଯୋଗ ଦେବାକୁ କହି ଭୁବନେଶ୍ୱର ଡାକିବା । ତା’ପରେ ବିଭିନ୍ନ ବାହାନା ଦେଖାଇ ସେମାନଙ୍କଠୁ ଟଙ୍କା ଲୁଟିବା । ଦ୍ୱିତୀୟ କାମ ହେଲା ମ୍ୟାଟ୍ରିମନିଆଲ୍‌ ୱେବ୍‌ ସାଇଟ୍‌ରେ ଏକ ଆକାଉଣ୍ଟ ଖୋଲିଥିବା ପଇସାବାଲା ଯୁବକଙ୍କ ସହିତ ବିବାହର ନାଟକ ରଚି ତାଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ପକାଇବା । ଉକ୍ତ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନଯାପନ କରିବା । ଏମିତି ଢଙ୍ଗରେ ଉଭୟେ ରାଜ୍ୟତମାମ ଯୁବକଙ୍କୁ ଲୁଟିଛନ୍ତି । ସତ୍ୟବ୍ରତର କାମ ହେଲା ସୁନ୍ଦର ଯୁବତୀମାନଙ୍କୁ ଡାକି ଫିଲ୍ମରେ କାମ ଦେବା ନାଁରେ କାଷ୍ଟି କାଉଚ୍‌ ପରେ ବ୍ଲାକ୍‌ମେଲିଂ କରିବା ।

ଏମିତି କରି ୨୦୧୫ରେ ସତ୍ୟବ୍ରତ ଗିରଫ ହୋଇ ଜେଲ୍‌ ଯାଇଥିଲେ । ଅଭିନେତ୍ରୀ ଜଣକ ୨୦୧୭ ମାର୍ଚ୍ଚରେ ଝାରସୁଗୁଡ଼ାର ନିରଞ୍ଜନ ନାଥଙ୍କୁ ମଧ୍ୟ ମ୍ୟାଟ୍ରିମନିଆଲ୍‌ ୱେବ୍‌ ସାଇଟ୍‌ରେ ଯୋଗଯୋଗ କରିଥିଲେ । ବାହା ହେବାକୁ ପ୍ରତିଶ୍ରୁତି ଦେଇ ଦୁଇ ଲକ୍ଷ ୭୦ ହଜାର ଟଙ୍କା ପକାଇଥିଲେ । ୨୦୧୮ରେ ଜାନୁଆରୀରେ ନିରଞ୍ଜନ ବିବାହ ପାଇଁ ଜିଦ କରିବାରୁ ତାଙ୍କୁ ଦିନ ଗଡ଼ାଇ ଚାଲିଥିଲେ । ପରେ ନିରଞ୍ଜନ ଠକାମିରେ ପଡିଥିବା କଥା ଜାଣି ଏତଲା ଦେବାକୁ ଧମକ ଦେଇଥିଲେ । ତେଣୁ ଅଭିନେତ୍ରୀ ୨ ମାସ ମଧ୍ୟରେ ନିରଞ୍ଜନଙ୍କୁ ଟଙ୍କା ଫେରାଇବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ଟଙ୍କା ଫେରାଇ ନାହାନ୍ତି । ଏପଟେ ଶିବଙ୍କୁ ସତ୍ୟବ୍ରତ ଫୋନ୍‌ କରି କହିଛନ୍ତି, ତୁମେ ଭୁବନେଶ୍ୱର ଆସି ଏତଲା ଉଠାଇ ଦେଇ ସବୁ ଜିନିଷ ଫେରସ୍ତ ନିଅ । ଅଭିନେତ୍ରୀ ମଧ୍ୟ ଏତଲାକାରୀ ଶିବକୁ ଫୋନ୍‌ରେ କହିଛନ୍ତି, ମୋ ପଛରେ ନେତା-ମନ୍ତ୍ରୀ ପାଗଳ । ତୁମ ଏତଲା କିଛି କାମ ଦେବନି ।

ସେହିଭଳି ୨୦୦୯-୧୦ରେ ଜଣେ ଯୁବତୀ ଅଭିନେତ୍ରୀ ହେବା ନିଶାରେ ଗ୍ଲାମର ଜଗତକୁ ଆସିଥିଲେ । ନୂଆଦିଲ୍ଲୀଠାରେ ଏକ ଆଲବମ୍‌ ସୁଟିଂ ବେଳେ ତାଙ୍କର ସତ୍ୟବ୍ରତଙ୍କ ସହ ସାକ୍ଷାତ ହୋଇଥିଲା । ପରବର୍ତ୍ତୀ ସମୟରେ ସତ୍ୟବ୍ରତ ତାଙ୍କୁ ଆଲବମରେ ଅଭିନୟ କରିବା ସୁଯୋଗ ଦେଇଥିଲେ । ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସଂପୃକ୍ତ ଯୁବତୀଙ୍କ ଠାରୁ ସତ୍ୟବ୍ରତ ସାଢ଼େ ୪ ଲକ୍ଷ ଟଙ୍କା ନେଇଥିଲେ । ୨୦୧୨ ଜାନୁଆରୀ ୧ ତାରିଖରେ ଦୁହେଁ ଯାଜପୁର ବିରଜା ମନ୍ଦିରରେ ବିବାହ କରିଥିଲେ । କିଛି ଦିନ ପରେ ସତ୍ୟବ୍ରତ ତାଙ୍କୁ ଛାଡ଼ିଦେଇ ନୂଆ ଝିଅଙ୍କ ସହ ସମ୍ପର୍କ ରଖିଥିଲେ । ଏହା ଜାଣି ସଂପୃକ୍ତ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ସତ୍ୟବ୍ରତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜେଲ୍‌ରୁ ଫେରିବା ପରେ ବି ସତ୍ୟବ୍ରତ ଏହି କେଳେଙ୍କାରୀରେ ଲିପ୍ତ ଥିବା ପୁଲିସ କହିଛି ।