ମହିମାଙ୍କ ପାଇଁ ବଲିଉଡ- ଓଲିଉଡରୁ ଆସୁଛି ଅଫର୍‌ ପରେ ଅଫର୍‌

କଟକ ୩୦/୧୦: ଓଲିଉଡ ନାୟିକା ମହିମାଙ୍କ ମହିମା ଏତେ ବେଶି ଯେ, ତାଙ୍କୁ ଅଫର୍‌ ପରେ ଅଫର୍‌ ମିଳି ଚାଲିଛି । କେତେବେଳେ ବଲିଉଡରୁ ଅଫର ଆସୁଛି ତ ପୁଣି କେତେବେଳେ ଓଲିଉଡରୁ । କିନ୍ତୁ ସବୁକିଛିକୁ ଦେଖି ଚାହିଁ, ବୁଝି ବିଚାରି ମହିମା ଭବିଷ୍ୟତ ଯୋଜନା କରୁଛନ୍ତି । କାହାକୁ ହଁ କହିବେ କାହାକୁ ନାହିଁ କରିବେ ସେଥିପାଇଁ ତାଙ୍କୁ ବହୁତ କଷ୍ଟ ହେଉଛି। ତଥାପି ନିଜକୁ ଭିନ୍ନ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତିଟି ସିନେମାର ସ୍କ୍ରିପ୍ଟ ପଢ଼ି ନିଜ ଚରିତ୍ରକୁ ଖୋଜି ପାଇଲା ପରେ ଯାଇ ସିନେମା କରିବାକୁ ରାଜି ହେଉଛନ୍ତି ।

ପ୍ରଥମେ ମୁମ୍ବାଇରେ ରହୁଥିଲେ ଏବଂ ସେଠି କାମ କରୁଥିଲେ । ପରେ ଓଡ଼ିଶା ଆସି ସିନେମା କଲେ । ଏପର୍ଯ୍ୟନ୍ତ ତାଙ୍କର ଗୋଟିଏ ସିନେମା ‘ଚାଲ୍‌ ଟିକେ ଦୁଷ୍ଟ ହବା’ ମୁକ୍ତିଲାଭ କରିଛି । ବାକି ୩ଟି ସିନେମା ‘ଲଭ୍‌ ୟୁ ପ୍ରିୟା’, ‘କିଏ ହେବ ମୋ ହିରୋଇନ୍‌’ ଓ ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ରିଲିଜ୍‌ ଅପେକ୍ଷାରେ ରହିଛି ।

ତେଣୁ ତାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ଏପଟେ ତାଙ୍କୁ ଆଉ ୩ଟି ନୂଆ ସିନେମା ଲାଗି ଅଫର୍‌ ଆସିଥିଲେ ବି ସେଥିରୁ ସେ ଗୋଟିଏ ସିନେମା ଲାଗି ରାଜି ହୋଇଛନ୍ତି । ଅନେକ ଟେଲିଫିଲ୍ମ ଲାଗି ବି ଡକରା ଆସିଛି, କିନ୍ତୁ କାହାକୁ ସେ ମନା କରିପାରିନାହାନ୍ତି ।

ତାଙ୍କର କହିବା କଥା ହେଲା, ଇଣ୍ଡଷ୍ଟ୍ରିରେ ନାଁ କମେଇବାର ଅଛି । ତା’ମାନେ ନୁହେଁ, ଯାହିତାହି ସିନେମା କରିବା । କିଛି ଭଲ କାମ କରିବା, ଯାହାକୁ ଦେଖି ଅନ୍ୟମାନେ ପ୍ରଶଂସା କରିବାକୁ ପଛେଇବେ ନାହିଁ । କେବଳ ଏଥିପାଇଁ ବଲିଉଡରୁ ଡକରା ଆସିଲେ ବି ମୁଁ ଯାଉନାହିଁ ।

ପ୍ରଥମେ ନିଜକୁ ପରିଚିତ କରାଇବାର ଏବଂ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିବାର ଅଛି । ଜାଣିଛି, ଏହା ବେଶି ଦିନ ନୁହେଁ, କାରଣ ମୋ ନିଜ ଉପରେ ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି । ଭଗବାନ, ଗୁରୁଜନ ଓ ଦର୍ଶକଙ୍କ ଆଶୀର୍ବାଦ ଏବଂ ଭଲ ପାଇବା ରହିଛି । ଆଜି ନ ହେଲେ କାଲି ନିଶ୍ଚୟ ମୋର ଏହି ଆଶା ପୂରଣ ହେବ ।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ